ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଇରାନ ସହିତ ପାକିସ୍ତାନ ଦେଖାଉଛି ଇସଲାମିକ୍ ଭାଇଚାରା ନୀତି,ଆମେରିକା ଦେଲା କଟକଣା ଲଗାଇବା ଚେତାବନୀ

ନୂଆଦିଲ୍ଲୀ,୨୪।୪: ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସ ତିନି ଦିନିଆ ପାକିସ୍ତାନରେ ଗସ୍ତରେ ପହଁଞ୍ଚିଛନ୍ତି। ସେଠାରେ ଦୁଇ ଦେଇ ମଧ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଗାଜାପଟି ଉପରେ ପାଲେଷ୍ଟାଇନର ଆକ୍ରମଣକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଦୁଃଖ ପ୍ରକାଶ କରି ଇସଲାମିକ୍ ଭାଇଚାରାର ଆହ୍ବାନ ଦେଇଛନ୍ତି। ଏହାଛଡା ଭିତରେ ବିଭିନ୍ନ କ୍ଷେତରେ ସହଯୋଗ ବଢାଇବାକୁ ନେଇ ୮ଟି ଚୁକ୍ତି ହୋଇଛି । ବାର୍ଷିକ ୧୦ ବିଲିୟନ ଡଲାର ପର୍ଯ୍ୟନ୍ତ କାରବାର କରିବା ନେଇ ସହମତି ପ୍ରକାଶ ପାଇଛି।  ଏହି ଚୁକ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା। ଏହାକୁ ନେଇ ମଙ୍ଗଳବାର ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି। ଆମେରିକା କହିଛି, ଇରାନ ସହିତ ବାଣିଜ୍ୟ ଚୁକ୍ତି ହେଲେ ଆର୍ଥିକ କଟକଣା ସହିବାକୁ ପଡିବ।

ପାକିସ୍ତାନ ବାଲାଷ୍ଟିକ ମିସାଇଲ ପୋଗ୍ରାମ ପାଇଁ ଇରାନ ପକ୍ଷରୁ ଯେଉଁ ସବୁ ଜିନିଷ ସପ୍ଲାଇ କରାଯିବା ପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆମେ ଏହା ବିରୋଧରେ ରହିଛୁ। ବେଦାନ୍ତ ପଟେଲ କହିଛନ୍ତି, ଯଦି କେହି ନରସଂହାରର ହତିଆରର ଟେକ୍ନୋଲୋଜିକୁ ପ୍ରସାର କରିଥାଏ ତେବେ ଆମେ ଏହା ଉପରେ ଆକ୍ସନ ନେବୁ। ମୁଁ ସ୍ପଷ୍ଟ କରୁଛି ଯେ, ଯଦି ଇରାନ ସହିତ କୌଣସି ଡିଲ୍ କରୁ ତେବେ ତାକୁ କଟକଣା ପାଇଁ ପ୍ରସ୍ତୁତ ରହିବା ଦରକାର। ଶେଷରେ ନିଜ  ବିଦେଶୀ ନୀତିକୁ ନେଇ ପାକିସ୍ତାନକୁ ଶେଷ ନିଷ୍ପତ୍ତି ହେବାର ଅଛି। 

ବେଦାନ୍ତ ପଟେଲ କହିଛନ୍ତି, ଆମେ ସେହି କମ୍ପାନୀ ଉପରେ କଟକଣା ଲଗାଇ ଦେଇଛୁ, ଯାହାକି ନରସଂହାରର ଅସ୍ତ୍ରକୁ ପ୍ରସାର କରୁଥିଲେ କିମ୍ବା ଡେଲିଭରି କରୁଥିଲେ। ସେ କହିଛନ୍ତି, ଏହି କମ୍ପାନୀ ଚୀନ୍ ଓ ବେଲାରୁସ୍‌ରେ ରହିଛି। ଏହା ସହିତ ବେଦାନ୍ତ ପଟେଲ ଇରାନ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, କୌଣସି ଦେଶକୁ ଇରାନ ସହିତ ଡିଲ୍ କରିବା ପୂର୍ବରୁ ସାବଧାନ ରହିବା ଦରକାର। ତାକୁ ବୁଝିବାକୁ ହେବ  କିଛି କଟକଣା ଲାଗିପାରେ। ସେ କହିଛନ୍ତି, ଅନ୍ତର୍ଜାତୀୟ ସମ୍ପ୍ରଦାୟ ପୂର୍ବରୁ ଇରାନ ଉପରେ କଟକଣା ଲଗାଇଛି। ଏବେ ସେହି ଦେଶ ଉପରେ  ପ୍ରଭାବ ପଡିବ, ଯେଉଁମାନେ ତା ସହିତ ଡିଲ୍ କରୁଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.