ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନର୍ସଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍‌ ଅଭିଯୋଗ, ଗଞ୍ଜାମ ଭଞ୍ଜନଗରର ସୁରକ୍ଷା କର୍ମୀଙ୍କୁ ବାନ୍ଧିଲା ପୋଲିସ

କଟକ,୩୦/୦୩: ଏକ ସରକାରୀ ଡାକ୍ତରଖାନାରେ କାମ କରୁଥିବା ଜଣେ ନର୍ସଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ହୋଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ଯୁବକ ଏହି ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଛି । ଏଭଳି ଅଭିଯୋଗ ବାଦାମବାଡ଼ି ଥାନା ପୁଲିସ ପାଖରେ ପହଞ୍ଚିବା ପରେ ସମ୍ପୃକ୍ତ  ଯୁବକ ସୌମ୍ୟ ତ୍ରିପାଠୀ(୨୭) ଗିରଫ ହୋଇଛି । ତାକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଜଣେ ଯୁବତୀ କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଭଡ଼ା ଘରେ ରହି କଟକ ସହରର ଏକ ପ୍ରତିଷ୍ଠିତ ସରକାରୀ ଡାକ୍ତରଖାନାରେ ନର୍ସ ଭାବେ କାମ କରୁଥିଲେ । ୨୦୧୯ରୁ  ସେ ଭଞ୍ଜନଗର ଅଞ୍ଚଳର ସୌମ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସୌମ୍ୟ ବାଦାମବାଡ଼ି ଅଞ୍ଚଳକୁ ଆସି ବିବାହର ପ୍ରତିଶ୍ରୁତି ଦେଇ ନର୍ସଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲା । କିନ୍ତୁ ୨୦୨୩ରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପରେ ନର୍ସ ଜଣକ ମାଟ୍ରିମୋନି ୱେବସାଇଟ୍‌ ମାଧ୍ୟମରେ ଢେଙ୍କାନାଳର ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ସେ ବିବାହ କରିବା ବିଷୟ ସୌମ୍ୟ ଜାଣିନଥିଲା । ଜାଗର ପରଦିନ ନର୍ସଙ୍କ ହ୍ୱାଟସଆପ୍‌ ଷ୍ଟାଟସ୍‌ରେ ତାଙ୍କ ସ୍ୱାମୀଙ୍କ ସହିତ ଫଟୋ ସୌମ୍ୟ ଦେଖିଥିଲା । ଫଟୋ ଦେଖିବା ପରେ ସୌମ୍ୟ ରାଗିଯାଇ ନର୍ସଙ୍କ ସ୍ୱାମୀଙ୍କ ନିକଟକୁ କିଛି ଅଶ୍ଳୀଳ ଫଟୋ ପଠାଇ ଦେଇଥିଲା । ନର୍ସଙ୍କ ଏଭଳି ଅଶ୍ଳୀଳ ଫଟୋ ଦେଖି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା  ପରେ ନର୍ସ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ । 

ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ  ସୌମ୍ୟ ନନ୍ଦନକାନନ ଅଞ୍ଚଳରେ ଏକ ଋଣ ପ୍ରଦାନକାରୀ  ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲା । ଥାନାରେ  ଏତଲା ଦେବା ବିଷୟ ଜାଣିବା ପରେ ସୌମ୍ୟ ଫୋନ୍‌ କରି  ନର୍ସଙ୍କୁ ଧମକ ଦେଇଥିଲା । ପରେ ସେଠାରୁ ଫେରାର  ହୋଇଯାଇଥିଲା । ସେ ଭଞ୍ଜନଗର ଅଞ୍ଚଳରେ ଲୁଚିଥିବା  ଖବର ପାଇ ପୁଲିସ ଚଢ଼ଉ କରି ସୌମ୍ୟକୁ ଗିରଫ  କରି କୋର୍ଟ ଚାଲାଣ କରାଯାଇଥିବା ବାଦାମବାଡ଼ି ଥାନା ଇନ୍ସପେକ୍ଟର ଅଜୟ କୁମାର ରାଉଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.