ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିର କଟକ ଲୋକସଭା ସମୀକ୍ଷା: ସଂତୃପ୍ତ ମିଶ୍ରଙ୍କ ନାଁରେ ମୋହର !

କଟକ,୨୫/୦୩: କଟକ ଲୋକସଭା ପାଇଁ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିବା ଏକରକମ ଚୂଡାନ୍ତ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ରବିବାର ନବୀନ ନିବାସରେ କଟକ ସଂସଦୀୟ କ୍ଷେତ୍ର ପାଇଁ ଦଳୀୟ ସମୀକ୍ଷା କରାଯାଇଥିବା ବେଳେ ସଂତୃପ୍ତ  ମିଶ୍ରଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି । 

ବୈଠକରେ ୫-ଟି ଅଧ୍ୟକ୍ଷ ଭି.କେ.  ପାଣ୍ଡିଆନ୍‌, ଦଳର ସଂଗଠନ ସଂପାଦକ ପ୍ରଣବ  ପ୍ରକାଶ ଦାସଙ୍କ ସମେତ ଜିଲ୍ଲା ବିଜେଡି ସଭାପତି  ତଥା ସାଂସଦ ଦେବାଶିଷ ସାମନ୍ତରାୟ, କଟକ  ଲୋକସଭା ଅନ୍ତର୍ଗତ ଆଠଗଡ଼ ବିଧାୟକ ତଥା  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଡ଼ମ୍ବା ବିଧାୟକ  ଦେବୀ ମିଶ୍ର, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ  ବେହେରା, ବାଙ୍କୀ ବିଧାୟକ ଦେବୀ ପ୍ରସାଦ  ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ  ବିଶ୍ୱାଳ, ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ  ପ୍ରମୁଖ ଉପସ୍ଥିତ ରହି କଟକ ସଂସଦୀୟ କ୍ଷେତ୍ର  ପାଇଁ ଦଳୀୟ ରଣନୀତି ସଂପର୍କରେ ଆଲୋଚନା  କରିଥିବା କୁହାଯାଉଛି । ବୈଠକରେ ସଂତୃପ୍ତ ମିଶ୍ର  ମଧ୍ୟ ଉପସ୍ଥିତ ଥିଲେ । ଆଜିକା ବୈଠକ ପରେ  ଏଥର ଶ୍ରୀ ମିଶ୍ର ବିଜେଡିର ଲୋକସଭା ପ୍ରାର୍ଥୀ  ହେବା ସମ୍ଭାବନା ଉ୍ୱଳ ହୋଇଥିବା କୁହାଯାଉଛି ।  

ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ  ବିଜେଡିରୁ ଇସ୍ତଫା ଦେବା ପରେ କଟକ ଲୋକସଭା  ନିର୍ବାଚନ ମଣ୍ଡଳୀରେ ଏଥରେ ବିଜେଡି ନୂଆ ପ୍ରାର୍ଥୀ  ଦେବା ସ୍ପଷ୍ଟ ହୋଇଯାଇଥିଲା । ୧୯୯୮ ମସିହାରୁ  ଭର୍ତ୍ତୃହରି ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି  ଆସୁଥିବାରୁ ନୂଆ ଚେହେରାଙ୍କୁ ଦଳ ଏଠାରେ  ଠିଆ କରିବାର ଅବକାଶ ନଥିଲା । ତେବେ ଏଥର  ଭର୍ତ୍ତୃହରିଙ୍କୁ ଦଳ ଟିକଟ ଦେଇନପାରେ ବୋଲି  ଚର୍ଚ୍ଚା ମଧ୍ୟ ହେଉଥିଲା । ବିଶେଷ କରି ସଂତୃପ୍ତ ମିଶ୍ର  ଅଚାନକ ବିଜେଡିରେ ଯୋଗ ଦେବା ପରେ ଦଳର  ସମ୍ଭାବ୍ୟ ପ୍ରାର୍ଥୀ ଭାବେ ତାଙ୍କ ନାଁ ଶୁଣାଯାଉଥିଲା । 

ରବିବାର ବୈଠକରେ ସଂତୃପ୍ତଙ୍କ ପ୍ରାର୍ଥିତ୍ୱ  ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଛି ।  ସାଂସଦ ତଥା ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡି କଟକ ଜିଲ୍ଲାର  ସବୁତକ ବିଧାନସଭା ଓ ଲୋକସଭା ଆସନ ଜିତିବ  ବୋଲି ଦଳ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଛି ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.