ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଏଡିଆର୍ ରିପୋର୍ଟ: ଚତୁର୍ଥ ପର୍ଯ୍ୟାୟରେ ୩୯୪ଜଣ ପ୍ରାର୍ଥୀ ମଧ୍ୟରୁ ୯୬ଜଣ ଦାଗୀ ନେତା, ୮୮ଜଣଙ୍କ ନାଁରେ ସଙ୍ଗୀନ ଦଫା

ଭୁବନେଶ୍ୱର,୨୪/୦୫: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୪୨ଟି ବିଧାନସଭା ଆସନ ପାଇଁ ୩୯୪ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେଥିରୁ ୯୬ଜଣ ଦାଗୀ ନେତା । ୮୮ଜଣଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ଲାଗିଛ । ୨ଜଣ ଦୁଷ୍କର୍ମ ଅଭିଯୋଗରେ ଫସିଛନ୍ତି । ୧୭ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ୨୦ଜଣଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ ଭଳି ସଙ୍ଗୀନ ଦଫା ରହିଛି । ସୋମବାର ଏଡିଆର୍‌ (ଆସୋସିଏସନ ଫର୍‌  ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । 

ରିପୋର୍ଟରେ ଦର୍ଶାଯାଇଛି, ସର୍ବାଧିକ ୨୮ଜଣ ଦାଗୀ  ନେତାଙ୍କୁ ବିଜେପି ଟିକେଟ୍‌ ଦେଇଛି । ଅର୍ଥାତ୍‌, ୬୭ ପ୍ରତିଶତ ବିଜେପି ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ବିଜେଡିରୁ ୧୩ଜଣ, କଂଗ୍ରେସରୁ ୧୧ଜଣ, ସିପିଆଇରୁ ୨ଜଣ ଓ ସିପିଆଇ(ଏମ୍‌)ରୁ ଜଣେ ନେତା ଦାଗୀ ତାଲିକାର ଅନ୍ତର୍ଭୁକ୍ତ। ସ୍ୱାଧୀନ  ଭାବେ ୨୯ଜଣ ଦାଗୀ ନେତା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ୧୪ଟି ନିର୍ବାଚନ  ମଣ୍ଡଳୀ ରେଡ୍‌ ଆଲର୍ଟରେ ଅଛି । ଅର୍ଥାତ ସେଠାରେ ୩ କିମ୍ବା ଅଧିକ ଦାଗୀନେତା  ନିର୍ବାଚନ ଲଢ଼ୁଛନ୍ତି ।  

ତାଲିକାରେ ସର୍ବାଗ୍ରେ ଅଛନ୍ତି, କଂଗ୍ରେସର ପାଟକୁରା ପ୍ରାର୍ଥୀ ରତିକାନ୍ତ କାନୁନ୍‌ଗୋ । ତାଙ୍କ ବିରୋଧରେ ଥିବା ମୋଟ ୨୮ଟି ମାମଲାରୁ ୯ଟି ଠକେଇ ଓ ୪ଟି ଜାଲିଆତି ଜନିତ । ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁରେ ୧୮ଟି ମାମଲା ଅଛି । କୃଷ୍ଣ ବିଜେପି ଟିକଟ୍‌ରେ ମୟୁରଭଞ୍ଜ ମୋରଡ଼ାରୁ ଲଢ଼ୁଛନ୍ତି । ଜାଲିଆତି, ଠକେଇ, ସରକାରୀ ଅଧିକାରୀଙ୍କୁ ଆଘାତ ଭଳି ମାମଲାରେ ଛନ୍ଦି ହୋଇଛନ୍ତି ସେ ।  

ଜୟ ମହାଭାରତ ଦଳରୁ ଲଢ଼ୁଥିବା ନିମାପଡ଼ାର ଗୋପାଳକୃଷ୍ଣ ବେହେରାଙ୍କ ନାଁରେ ଦୁଷ୍କର୍ମ ଓ ଗର୍ଭନଷ୍ଟ ଭଳି ଅଭିଯୋଗ ଅଛି ।  ୨୦୨୦ରେ ବାଲିପାଟଣା ଥାନାରେ ଏନେଇ ରୁଜୁ ହୋଇଥିବା ମାମଲା  ଏବେ ଭୁବନେଶ୍ୱର ଜେଏମ୍‌ଏଫ୍‌ସିରେ  ବିଚରାଧୀନ । କେନ୍ଦ୍ରାପଡ଼ା ମହାକାଳପଡ଼ାରୁ  ସ୍ୱାଧୀନ ଭାବେ ଲଢ଼ୁଥିବା ରାଜକିଶୋର ପ୍ରଧାନ ମଧ୍ୟ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି । ତାଙ୍କ ନାଁରେ ୨୦୦୯ ମସିହାରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ବଳାତ୍କାର, ବିବାହ ପାଇଁ  ବଳପୂର୍ବକ ଅପହରଣ ଓ ଠକେଇ ନେଇ ଏକ ମାମଲା  ରୁଜୁ ହୋଇଥିଲା । 

ଚାନ୍ଦବାଲିରୁ ଲଢ଼ୁଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁରେ ୩ଟି ମାମଲା ଅଛି । ବିଜେଡି ନେତ୍ରୀ ତଥା ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ୫ଟି ମାମଲାରେ ଛନ୍ଦି ହୋଇଛନ୍ତି । ସେ ବିଜେଡି ଟିକଟ୍‌ରୁ ଯାଜପୁର ବଡ଼ଚଣା ପାଇଁ ଲଢ଼ୁଛନ୍ତି । ତାଙ୍କ ନାଁରେ ୪ଟି  ସଙ୍ଗୀନ ଦଫା ଲାଗିଛି । କଂଗ୍ରେସ ଯୁବନେତା ଲୋକନାଥ  ମହାରଥୀ ଏଥର କେନ୍ଦ୍ରାପଡ଼ା ମହାକାଳପଡ଼ାରୁ ଲଢ଼ୁଛନ୍ତି । ୨୦୧୬ ମସିହାରୁ ତାଙ୍କ ନାଁରେ ୬ ମାମଲା  ଭୁନବେଶ୍ୱରର ବିଭିନ୍ନ ଥାନାରେ ଗଡୁଛି ।  ବିଜେପିର ଯୁବନେତା ତଥା ପାଟକୁରା ବିଜେପି  ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କ ନାଁରେ ୩ଟି ମାମଲା ଅଛି ।  

ବିଜେପି ଯୁବନେତା ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ମଧ୍ୟ ଜଣେ ଦାଗୀ ନେତା । ୨୦୨୧ରୁ ତାଙ୍କ ନାଁରେ ୫ଟି  ମାମଲା ରୁଜୁ ହୋଇଛି । ମହିଳାଙ୍କୁ ବିବାହ ପାଇଁ ବାଧ୍ୟ କରି ଅପହରଣ ଓ ଦଙ୍ଗା ଭିଆଇବା ଭଳି ୬ଟି ସଙ୍ଗୀନ ଦଫା ଲାଗିଛି । ନିମାପଡ଼ାରୁ ଲଢ଼ୁଥିବା ବିଜେପିର ବରିଷ୍ଠ  ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନାଁରେ ୨୦୧୭ ମସିହାରୁ ୯ଟି ମାମଲା ଥାନାରେ ଗଡୁଛି । ଯାଜପୁର ଧର୍ମଶାଳାର ବିଜେପି  ପ୍ରାର୍ଥୀ ସ୍ମୃତିରେଖା ପାହିଙ୍କ ନାଁରେ ଚୋରି, ଡକାୟତି ଭଳି  ୭ଟି ମାମଲା ଅଛି । 

ବିଜେପିର ବାସୁଦେବପୁର ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତିଙ୍କ ନାଁରେ ୧୩ଟି, ଜଳେଶ୍ୱରର ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ନାଁରେ ୧୧ଟି, ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କ ନାଁରେ ୯ଟି ଓ ବିଜେପିର ବାରିପଦା ପ୍ରାର୍ଥୀ ପ୍ରକାଶ ସୋରେନ୍‌ଙ୍କ ନାଁରେ ୬ଟି ମାମଲା ରହିଛି ।

  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • ADR report
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.