ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାପ୍ରଭୁଙ୍କ କୃପାରୁ ଓଡ଼ିଶା ହେବ ଦେଶ ବିକାଶର ଇଞ୍ଜିନ୍‌ : ମୋଦି

ନୂଆଦିଲ୍ଳୀ, ୦୮/୦୬ : ଓଡ଼ିଶାରେ ବିଜେପିର ସଫଳତାରେ ଅଭିଭୂତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଏନ୍‌ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ ଏ ପ୍ରଧାନମନ୍ତ୍ରୀ ଏ ସଫଳତା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ୨୫ବର୍ଷ ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଓଡ଼ିଶା ଦେଶ ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଦେଶ ପାଇଁ ଅଭିବୃଦ୍ଧିର ଇଂଜିନ୍‌ ଓଡ଼ିଶା ହିଁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାକୁ ଏଭଳି ପ୍ରଶଂସା ବେଳେ ପୁରୁଣା ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜରିତ ହୋଇଥିଲା । 

ଶୁକ୍ରବାର ପୁରୁଣା ସଂସଦ ଭବନ କେନ୍ଦ୍ରୀୟ କକ୍ଷରେ ଏନ୍‌ଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ବୈଠକରେ ମୋଦି ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେବା ପରେ ତାଙ୍କ ଉଦ୍‌ବୋଧନରେ ଓଡିଶାରେ ବିଜେପିର ସଫଳତାକୁ ବିଶେଷ ଭାବେ ଉଲ୍ଲେଖ କରିଥିଲେ । ସେ କହିଲେ, ଓଡିଶାରେ ଦଳ ଯେଉଁ ସଫଳତା ପାଇଛି ତାହା ଅବିଶ୍ୱସନୀୟ । ଏହା ହେଉଛି ଏକ କ୍ରାନ୍ତିର ପରିଣାମ । ପୂର୍ବରୁ ଅନେକ କ୍ରାନ୍ତି ଦେଖାଦେଇଛି । କିନ୍ତୁ ଓଡ଼ିଶାରେ ଯେଭଳି ପରିବର୍ତ୍ତନ ଆସିଲା ତାହା ଅଭୂତପୂର୍ବ । ବିକଶିତ ଭାରତ ଗଠନରେ ଓଡ଼ିଶାର ଏହି କ୍ରାନ୍ତି ଢେର ସହାୟକ ହେବ ବୋଲି ମୋଦି ଉଲ୍ଲେଖ କରିଥିଲେ । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ମୋଦି କହିଲେ, ‘ଭଗବାନଙ୍କର ଅନେକ ରୂପ ରହିଛି । ମୁଁ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରେ । ସେ ହେଉଛନ୍ତି ଗରିବଙ୍କ ଦେବତା ।’ ମହାପ୍ରଭୁ ଜଗନ୍ନାଥଙ୍କ ଅସୀମ କୃପାରୁ ଓଡିଶାରେ ବିଜେପିର ବିଜୟ ସମ୍ଭବ ହୋଇପାରିଛି । ପ୍ରଧାନମନ୍ତ୍ରୀ ଏହା କହିଲା ବେଳକୁ ସେଣ୍ଟ୍ରାଲ ହଲରେ ଶୁଭିଲା ଜୟ ଜଗନ୍ନାଥ ଧ୍ୱନି । ଓଡ଼ିଶାର ସାଂସଦମାନେ ଉତ୍ସାହିତ ଓ ଉଲ୍ଲସିତ ସ୍ୱରରେ କହୁଥିଲେ-ଜୟ ଜଗନ୍ନାଥ । ଓଡ଼ିଶାରେ ଦଳର ସଫଳତା ପାଇଁ ବରିଷ୍ଠ ନେତାମାନେ ରାଜ୍ୟ ବିଜେପିର ହେଭିୱେଟମାନଙ୍କୁ ମଧ୍ୟ ଜଣାଇଥିଲେ ଶୁଭେଚ୍ଛା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.