ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୀପାବଳିରେ ପୃଥକ ଅଗ୍ନିକାଣ୍ଡ ଓ ଦୁର୍ଘଟଣା : ଜଣେ ମୃତ, ୮ ଆହତ

ବ୍ରହ୍ମପୁର,୧୩।୧୧ : ଦୀପାବଳିରେ ଗଞ୍ଜାମ ଜିଲ୍ଲାରେ ତିନୋଟି ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି।  ବାଣ ନିଆଁରେ ୮ଜଣ ଆହତ ହୋଇଛନ୍ତି। ସେମାନେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ସେହିପରି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। 

 ହୁମା କେଉଟ ସାହିରେ ରାତି ୯ଟରେ ଏନ୍.ଧନେଶ୍ବର ରେଙ୍ଗିଙ୍କ ଘରେ ବାଣ ପଡିଯିବାରୁ ନିଆଁ ଲାଗି ଯାଇଥିଲା। ସେହିପରି ପୋଲସରା ଷଣ୍ଢ ସାହି ଜ୍ୟୋସ୍ନା ମୁଦୁଲିଙ୍କ ଘରେ ସନ୍ଧ୍ୟା ୭ଟାରେ ନିଆଁ ଲାଗିଯାଇଥିଲା । ସେହିପରି ବ୍ରହ୍ମପୁର ଖୋଡ଼ାସିଙ୍ଗି ଛକରେ ଥିବା ମୋଗୁଲି ମାର୍କେଟ୍ ଗୋଦାମ୍ ଘରେ ବାଣ ପଶିଯିବାରୁ ନିଆଁ ଲାଗିଯାଇଥିଲା । ସେଠାରେ  ଗୋଟିଏ ବାଇକ୍‌ ପୋଡ଼ିଯାଇଥିବା ବେଳେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବିଭିନ୍ନ ସ୍ଥାନରେ ଲାଗିଥିବା  ନିଆଁକୁ ଆୟତ୍ତ କରିଛି। 

ସେହିପରି ବ୍ରହ୍ମପୁର ଗୋସାଇନୂଆଗାଁ ଓଭରବ୍ରିଜ୍ ନିକଟରେ ରବିବାର  ସନ୍ଧ୍ୟାରେ ଏକ ବାଇକ୍ ଡିଭାଇଡରକୁ ପିଟି ଦେବାରୁ କେ.ନୂଆଗାଁ ଥାନା ଜଗମୋହନପୁର ଶ୍ରୀନୁ ସାହୁଙ୍କ ମୃତ୍ୟୁ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ବାଇକ ଜବତ କରିଛି ଏବଂ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Copyright © 2022 - Summa Real Media Private Limited. All Rights Reserved.