ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ପୂର୍ବରୁ ପିଟିଆଇକୁ ଝଟକା, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ୧୦ ବର୍ଷ ଜେଲ୍

ଇସଲାମାବାଦ,୩୦।୧:  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟକା।   ମଙ୍ଗଳବାର (ଜାନୁଆରୀ 30,   ଇମ୍ରାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ପ୍ରତିଷ୍ଠାତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ଖବରକାଗଜ 'ଡନ୍'ର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନଙ୍କ ବ୍ୟତୀତ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ସମାନ ବର୍ଷ ଦଣ୍ଡିତ କରାଯାଇଛି। ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗଠିତ ସ୍ୱତନ୍ତ୍ର କୋର୍ଟ ଉଭୟ ନେତାଙ୍କ ବିରୋଧରେ ଏହି ରାୟ ଦେଇଛନ୍ତି।

ପାକିସ୍ତାନରେ ମଧ୍ୟ ବିମୁଦ୍ରୀକରଣ; ନୂତନ ମୁଦ୍ରା ଜାରି କରିବାକୁ ଆଦେଶ ଦେଲେ କେନ୍ଦ୍ରିୟ ବ୍ୟାଙ୍କ

ପଡୋଶୀ ଦେଶରେ ଏହି ଘଟଣାକ୍ରମ ଏଭଳି ସମୟରେ ଆସିଛି, ଯେତେବେଳେ ୮ ଫେବୃଆରୀ, ୨୦୨୪ ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ବହୁ ସମସ୍ୟା ପରେ ବି ଇମ୍ରାନ୍‌ଙ୍କ ଦଳ ଏହି ନିର୍ବାଚନ ଲଢିବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଲା ତାଙ୍କ ପାଖରେ ବର୍ତ୍ତମାନ ନିର୍ବାଚନୀ ଚିହ୍ନ ବି ନାହିଁ। ଉଲ୍ଲେଖନୀୟ ଯେ, ସାଇଫର ମାମଲା ହେଉଛି ଏକ ଡିପ୍ଲୋମାଟିକ୍ ଡକ୍ୟୁମେଣ୍ଟ(କୁଟନୈତିକ ଦସ୍ତାବିଜ) ସହିତ ମାମଲା। ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚାର୍ଜସିଟ୍‌ରେ ଅଭିଯୋଗ ରହିଛି ଯେ, ତାକୁ ଇମ୍ରାନ୍ ଖାନ୍‌ଙ୍କ ପକ୍ଷରୁ କେବେ ବି ଲେଉଟା ଯାଇ ନାହିଁ। ସେଭଳି ପିଟିଆଇ ଦୀର୍ଘ ସମୟ ହେବ କହୁଛି ଯେ, ସେହି ଦସ୍ତାବିଜ୍‌ରେ ଆମେରିକା ପକ୍ଷରୁ ଧମକ ମିଳିଥିଲା ଯେ, ଇମ୍ରାନ୍ ଖାନ୍‌ଙ୍କୁ ସେଠାର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ କରି ଦିଆଯିବ।

ବିଜେପି ନେତାଙ୍କୁ ହତ୍ୟା ମାମଲା, ୧୫ ପିଏଫ୍‌ଆଇ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଡିସେମ୍ବର ୨୦୨୩ ରେ ଏହ ପୂର୍ବରୁ ଦେଶର ସୁପ୍ରିମକୋର୍ଟ ଇମ୍ରାନ୍ ଖାନ୍‌ ଓ ଶାହ ମେହମୁଦ କ୍ୟୁରେସୀଙ୍କ ପାଷ୍ଟ ଆରେଷ୍ଟ ବେଲ୍‌(ଗିରଫ ପରେ ଜାମିନ୍‌)କୁ ମଞ୍ଜୁର ପ୍ରଦାନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଓ  ପୂର୍ବତନ ବୈଦେଶିକ ମନ୍ତ୍ରୀ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି। ଅକ୍ଟୋବର ୨୦୨୩ ରେ ଏହି ଦୁହିଁଙ୍କ ନାଁ ସବୁଠାରୁ ପ୍ରଥମେ ଏହି ମାମଲାରେ ସାମନାକୁ ଆସିଥିଲା। ତେବେ ଦୁଇ ନେତା ସେତେବେଳେ ଭୁଲ ସ୍ବୀକାର କରିନଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.