ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଏବେ ପାସପୋର୍ଟ ଛାପି ପାରୁନି ପାକିସ୍ତାନ, ମିଳୁନି ଲାମିନେସନ୍ ପେପର

ନୂଆଦିଲ୍ଲୀ,୧୦।୧୧: ପୂର୍ବରୁ ହିଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ। ପ୍ରତିଦିନ ନୂଆ ନୂଆ ସମସ୍ୟା ଘେରିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଏବେ ପାକିସ୍ତାନରେ ଲାମିନେସନ୍ ପେପରର ପ୍ରବଳ ଅଭାବ। ଏଥିପାଇଁ ପାସପୋର୍ଟ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହା ପ୍ରଥମ ଥର ନୁହେଁ, ଯେତେବେଳେ ପାକିସ୍ତାନର ନାଗରିକଙ୍କୁ ପାସପୋର୍ଟ ପାଇଁ ସଂଘର୍ଷ କରିବାକୁ ପଡୁଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପାକିସ୍ତାନରେ ଲାମିନେସନ୍ ପେପରର ଅଭାବ ହୋଇଯାଇଛି। ରିପୋର୍ଟରେ କୁହାଯାଉଛି ଯେ, ପାସପୋର୍ଟ ଲାମିନେସନ୍‌ ପେପର ଖୁବ୍ ଜରୁରୀ ଓ ସାଧାରଣତଃ ଏହାକୁ ଫ୍ରାନ୍ସରୁ ମଗା ଯାଇଥାଏ। ଏବେ ଏହି ଖାସ୍ ପେପରର ଅଭାବ ପୁରା ଦେଶରେ ପାସପୋର୍ଟର ବଡ ସଙ୍କଟ ସୃଷ୍ଟି କରିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ସେହି ଲୋକଙ୍କ ଉପରେ ପଡିବ, ଯେଉଁମାନେ ପଢିବାକୁ ବିଦେଶ ଯାଉଛନ୍ତି।

କୁହାଯାଉଛି ଯେ, ଏମାନଙ୍କ ଭିତରେ ସେହି ଲୋକ ଅଛନ୍ତି, ଯେଉଁମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରୁ ବାହାରକୁ ଯିବାକୁ ଚାହାନ୍ତି। ଏବେ ପାସପୋର୍ଟ ଅଭାବରୁ ତାଙ୍କ ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଛାତ୍ରଙ୍କ କହିବା ଅନୁସାରେ, ତାଙ୍କ ସହିତ ଭୁଲ ହେଉଛି। ସରକାରଙ୍କ ବିଫଳତାର ପରିଣାମ ତାଙ୍କୁ ଭୋଗିବାକୁ ପଡୁଛି। ସେପେଟ ପାକିସ୍ତାନ ସରକାର କହିଛନ୍ତି, ଏହି ସଙ୍କଟରୁ ମୁକ୍ତି ପାଇବାକୁ ପୁରା ଉପାୟ କରାଯାଉଛି। ସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରାଯାଉଛି। 

Copyright © 2022 - Summa Real Media Private Limited. All Rights Reserved.