ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ଶ୍ରୀମନ୍ଦିରରେ ଆମଳକୀ ବା ପାପନାଶିନୀ ଏକାଦଶୀ

Published By : Prameya | March 20, 2024 11:07 AM

ପୁରୀ, ୨୦/୩ : ଫାଲଗୁନ ଶୁକ୍ଳ ଏକାଦଶୀକୁ ପାପନାଶିନୀ ଏକାଦଶୀ ବା ଆମଳକୀ (ଅଁଳା) ଏକାଦଶୀ ଭାବେ ପାଳନ କରାଯାଏ। ଶାସ୍ତ୍ରରେ ଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ନିଜ ନାଭି ପଦ୍ମରୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ। ସ୍ୱୟଂ ବିଷ୍ଣୁ ଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ। ଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି। ଭଗବାନଙ୍କ ପୂଜା ପରେ ଅଁଳା ବୃକ୍ଷ ପୂଜା କରିବା ଉଚିତ। ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍‌ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ ।

ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍ ।

ll ଶ୍ରୀଏକାଦଶୀ ବ୍ରତ ମାହାତ୍ମ୍ୟ ll

ଯୁଧିଷ୍ଠିର କହିଲେ – ହେ କୃଷ୍ଣ ! ଶୁଭଫଳ ପ୍ରଦାୟକ ବିଜୟା ଏକାଦଶୀର ମହାତ୍ମ୍ୟ ଶ୍ରବଣ କଲି । ସମ୍ପ୍ରତି ଫାଲଗୁନ ଶୁକ୍ଳପକ୍ଷ ଏକାଦଶୀ ଯେଉଁ ନାମରେ ବିଖ୍ୟାତ ତାହା ବର୍ଣ୍ଣନା କରନ୍ତୁ । 

ଶ୍ରୀକୃଷ୍ଣ କହିଲେ – ହେ ମହାଭାଗ ଯୁଧିଷ୍ଠିର ! ମାନ୍ଦାତାଙ୍କ ପ୍ରଶ୍ନର ଉତ୍ତରରେ ମହାତ୍ମା ବଶିଷ୍ଠ ଏହି ଏକାଦଶୀ କଥା କହିଥିଲେ । ଏହାର ନାମ ଆମଳକୀ ଏକାଦଶୀ । ଏହି ଏକାଦଶୀର ପୁଣ୍ୟଜନକ ବ୍ରତ ବିଷ୍ଣୁଲୋକ ପ୍ରଦାନକାରୀ ବୋଲି ବିଶେଷ ଭାବରେ କଥିତ ହୋଇଅଛି । ଏହି ଦିନ ଆମଳକୀ ବୃକ୍ଷ ( ଅଁଳାଗଛ ) ତଳେ ରାତ୍ରି ଜାଗରଣ କଲେ ସହସ୍ର ଗୋଦାନର ଫଳ ଲାଭ ହୁଏ । 

ମାନ୍ଧାତାଙ୍କ କୌତୁହଳ ନିବାରଣ ନିମିତ୍ତ ବଶିଷ୍ଠ କହିଲେ – ହେ ମହାଭାଗ ! ଯେଉଁ ପ୍ରକାରେ ଏହି ସର୍ବପାପ ବିନାଶୀ ଅଁଳା ବୃକ୍ଷ ଏହି ପୃଥିବୀରେ ଉତ୍ପନ୍ନ ହେଲା , ତାହା ତୁମ ନିକଟରେ ବର୍ଣ୍ଣନା କରୁଅଛି ।        

         ପୂର୍ବକାଳରେ ବ୍ରହ୍ମାଙ୍କର ଦୈନନ୍ଦିନ ପ୍ରଳୟକାଳ ( ଅର୍ଥାତ୍ ରାତ୍ରିକାଳ ) ଉପସ୍ଥିତ ହେବାରୁ ସ୍ଥାବର , ଜଙ୍ଗମ ଏବଂ ଦେବତା , ଅସୁରାଦି ନଷ୍ଟ ହେବା ପରେ ସେହି ଏକାର୍ଣ୍ଣବ ଜଳରେ ଦେବାଦେବୀଙ୍କ ପରମାତ୍ମା ଭଗବାନ୍ ବ୍ରହ୍ମରୂପରେ ଅବସ୍ଥିତ ହେଲେ । ସେତେବେଳେ ସେହି ଜଗତ୍ ରୂପକ ବ୍ରହ୍ମଙ୍କର ଲାଳସ୍ରାବ - ବଶତଃ ମୁଖରୁ ଚନ୍ଦ୍ରତୁଲ୍ୟ ଶୁଭ୍ରବର୍ଣ୍ଣ ଏକ ବିନ୍ଦୁ ଜଳ ଉତ୍ଥିତ ହୋଇ ଭୂମିରେ ପଡ଼ିଲା । ସେହି ଜଳ ବିନ୍ଦୁରୁ ମନକୁ ମନ ଗୋଟିଏ  " ଅଁଳା " ବୃକ୍ଷ ଉତ୍ପନ୍ନ ହେଲା । ଏହାର ବିରାଟ ଶାଖା ପ୍ରଶାଖା ସମୂହ ଫଳଭାରରେ ନଇଁ ପଡ଼ିଲା । ଏହି ବୃକ୍ଷହିଁ ସମସ୍ତ ବୃକ୍ଷର ଆଦି ବୋଲି କୁହାଯାଏ । ଏହି ବୃକ୍ଷରୁ ଭଗବାନ୍ କର୍ତ୍ତୃକ ବ୍ରହ୍ମା ସୃଷ୍ଟି ହେଲେ ଏବଂ ପ୍ରଜାସମୂହ , ଦେବ ମନୁଷ୍ୟାଦି ମଧ୍ୟ ସେଥିରୁ ସୃଷ୍ଟି ହେଲେ । ଦେବତାଗଣ ଓ ଋଷିବୃନ୍ଦ ଆଶ୍ଚର୍ଯ୍ୟଜନକ ବୃକ୍ଷକୁ ଦର୍ଶନ କରିବା ନିମିତ୍ତ ସେଠାରେ ଉପସ୍ଥିତ ହେଲେ । ସେହି ଅଭିନବ ଅଁଳା ବୃକ୍ଷଦର୍ଶନ କରି ସମସ୍ତେ ବିସ୍ମିତ ହୋଇ ପରସ୍ପର ମୁଖ ଅବଲୋକନ କରିବାକୁ ଲାଗିଲେ । କାରଣ ଲକ୍ଷାଦି ବୃକ୍ଷ ପୂର୍ବରୁ ଦର୍ଶନ କରିଛନ୍ତି ବୋଲି , ସେଗୁଡ଼ିକର ନାମ ମଧ୍ୟ ଅବଗତ ଅଛନ୍ତି । କିନ୍ତୁ ଏହି ବୃକ୍ଷ କେଉଁଠାରୁ ଆସିଲା ଏବଂ ଏହାର ନାମ କ’ଣ ଇତ୍ୟାଦି ବିଷୟ ସମସ୍ତେ ଚିନ୍ତା କରୁଛନ୍ତି । ଏହି ସମୟରେ ଆକାଶବାଣୀ ହେଲା । 

ଆକାଶବାଣୀ କହିଲେ , – ହେ ଦେବଗଣ ! ଏହି ବୃକ୍ଷର ନାମ ଅଁଳା । ଏହା ପରମ ବୈଷ୍ଣବ ବୋଲି ବିଖ୍ୟାତ । ଏହାର ସ୍ମରଣ ମାତ୍ରେ ହିଁ ଗୋଦାନର ଫଳ ଲାଭ ହୁଏ , ଦର୍ଶନରେ ତାହାର ଦୁଇଗୁଣ , ଏହାର ଫଳ ଭକ୍ଷଣରେ ତିନିଗୁଣ ଫଳ ଲାଭ ହୋଇଥାଏ । ଏଣୁ ସମସ୍ତ ପ୍ରକାରେ ଏହାଙ୍କର ସେବା କରିବା କର୍ତ୍ତବ୍ୟ । ଏ ସର୍ବପାପବିନାଶିନୀ ଅଟନ୍ତି । ଏହାଙ୍କର ମୂଳଦେଶରେ ଭଗବାନ ବିଷ୍ଣୁ , ଉର୍ଦ୍ଧ୍ୱରେ ପିତାମହ ବ୍ରହ୍ମା , ସ୍କନ୍ଧରେ ରୁଦ୍ର ଅବସ୍ଥାନ କରୁଛନ୍ତି । ଏହାଙ୍କର ଶାଖାଦିରେ ମୁନିଗଣ , ପ୍ରଶାଖାଦିରେ ଦେବଗଣ , ପତ୍ର ସମୂହରେ ବସୁଗଣ , ପୁଷ୍ପରେ ବାୟୁ ଏବଂ ଫଳଗୁଡ଼ିକରେ ସମସ୍ତ ପ୍ରଜାପତି ବାସ କରୁଛନ୍ତି ।

ଋଷିଗଣ କହିଲେ , - ହେ ପ୍ରଭୁ ! ଏହି ବ୍ରତର ବିଧି ଜାଣିବାକୁ ଏକାନ୍ତ ଇଚ୍ଛା କରୁଛୁ । କେଉଁ ପ୍ରକାର ଏହି ବ୍ରତ ସମ୍ପୂର୍ଣ୍ଣ ହୁଏ , ବ୍ରତର ପ୍ରଣାମମନ୍ତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ସମୂହ ମଧ୍ୟ ବର୍ଣ୍ଣନା କରନ୍ତୁ । 

ପ୍ରଶ୍ନ ଶୁଣି ବିଷ୍ଣୁ କହିଲେ – ହେ ଦ୍ବିଜଶ୍ରେଷ୍ଠଗଣ ! ଏହି ବ୍ରତରେ ଅନ୍ୟ ଏକାଦଶୀ ପରି ପ୍ରାତଃ ସ୍ନାନାଦି ନିୟମ ଗ୍ରହଣ ପୂର୍ବକ ପତିତ , ଚୋର , ପାଷଣ୍ଡୀ , ଦୁବୃର୍ତ୍ତ , ମର୍ଯ୍ୟଦାହୀନ ଓ ଗୁରୁପତ୍ନୀ ଗମନକାରୀ ମନୁଷ୍ୟ ସହିତ କଥାବାର୍ତ୍ତା କରିବେ ନାହିଁ । ଅପରାହ୍ନରେ ପୁନର୍ବାର ଯଥାବିଧି ସ୍ନାନ କରିବେ । ସେହି ସ୍ନାନରେ ମୃର୍ତ୍ତିକା ଗ୍ରହଣ ପୂର୍ବକ ନଦୀ , ପୋଖରୀ ( ପୁଷ୍ପରିଣୀ ) କୂପ ଅଥବା ଗୃହରେ ଉତ୍ଥିତ ଜଳରେ ସ୍ନାନ ମନ୍ତ୍ରାଦି ପାଠ ସମ୍ପୂର୍ଣ୍ଣ କରିବେ । ତତ୍ପରେ  ସୁବର୍ଣ୍ଣ ଦ୍ବାରା ପର୍ଶୁରାମ ମୂର୍ତ୍ତି ତିଆରି କରିବେ । ସେହି ସୁବର୍ଣ୍ଣର ପରିମାଣ ଏକ ମାଷା ( କୋଡ଼ିଏ ମାଷାରେ ଏକ ତୋଳା ହୁଏ ) ଅଥବା ତାହାର ଅର୍ଦ୍ଧ  ବା ଶକ୍ତି ଅନୁସାରେ ତାହାର ଅଧାମଧ୍ୟ କରାଯାଇପାରେ । ସ୍ନାନପରେ ଗୃହକୁ ଆସି ସେହି ମୂର୍ତ୍ତି ପୂଜା ଓ ହୋମ ଆଦି ସମାପନପୂର୍ବକ ଅଁଳା ବୃକ୍ଷ ନିକଟକୁ ଯିବେ ।  ପ୍ରଥମେ ବୃକ୍ଷର ଚତୁର୍ଦ୍ଦିଗ ପରିଷ୍କାର କରିବେ ତତ୍ପରେ ଛିଦ୍ର ଶୂନ୍ୟ ଗୋଟିଏ କଳସୀ ବୃକ୍ଷ ସମ୍ମୁଖରେ ସ୍ଥାପନ କରି ମନ୍ତ୍ରଦ୍ଵାରା ସେଥିରେ ପଞ୍ଚରତ୍ନ , ପଞ୍ଚ ପଲ୍ଲବ , ଦିବ୍ୟ ଗନ୍ଧାଦି , ଛତ୍ର , ପାଦୁକା ବସ୍ତ୍ର ଓ ଶ୍ଵେତଚନ୍ଦନାଦି ପ୍ରଦାନ କରିବେ । ତାହା ଉପରେ ଖଇଭର୍ତ୍ତି ହୋଇଥିବା ଗୋଟିଏ ପାତ୍ର ସ୍ଥାପନ କରି ଏହା ଉପରେ ସେହି ଜାମଦଗ୍ନ୍ୟ ମୂର୍ତ୍ତି ସ୍ଥାପନ କରିବେ । ତତ୍ପରେ ପୂଜା ସମାପନାନ୍ତେ ଶ୍ଵେତବର୍ଣ୍ଣ ଫଳ ଦ୍ବାରା ଅର୍ଘ୍ୟ ପ୍ରଦାନପୂର୍ବକ ରାତ୍ରି ଜାଗରଣ କରିବେ । ହରେ କୃଷ୍ଣ ମହାମନ୍ତ୍ର ଜପ, କୀର୍ତ୍ତନ, ନୃତ୍ୟ , ଗୀତ , ବାଦ୍ୟ , ଧର୍ମଗ୍ରନ୍ଥ , ବୈଷ୍ଣବ ଆଖ୍ୟାନ ପାଠ ଓ ଆଲୋଚନା ଦ୍ବାରା ରାତ୍ରି ଅତିବାହିତ କରି ବିଷ୍ଣୁ ନାମ ଓ ମହାମନ୍ତ୍ର କୀର୍ତ୍ତନ ସହ ୧୦୮ ବା ୨୮ ଥର ଅଁଳା ବୃକ୍ଷକୁ ପ୍ରଦକ୍ଷିଣ/ପରିକ୍ରମା କରିବେ । ଏହାପରେ ରାତ୍ରି ପାହିବା ସମୟରେ ସେହି ମୂର୍ତ୍ତିଙ୍କର ମଙ୍ଗଳ ଆରତୀ ଆଦି ସମାପ୍ତ କରି ଶ୍ରୀ ହରିନାମ ପରାୟଣ ବୈଷ୍ଣବ ବ୍ରାହ୍ମଣଙ୍କୁ ପୂଜା କରିବେ ଏବଂ ଜାମଦଗ୍ନ୍ୟ ସ୍ବରୂପ ଶ୍ରୀକେଶବ ମୋ ପ୍ରତି ପ୍ରୀତ ହୁଅନ୍ତୁ ଏହିପରି ଚିନ୍ତାକରି ସୁବର୍ଣ୍ଣ , ଜାମଦଗ୍ନ୍ୟ ମୂର୍ତ୍ତି , ଘଟ , ବସ୍ତ୍ରଯୁଗଳ , ପାଦୁକା ପ୍ରଭୃତି ପୂଜାଦ୍ରବ୍ୟ ବୈଷ୍ଣବ ବ୍ରାହ୍ମଣଙ୍କୁ ପ୍ରଦାନ କରି ଉକ୍ତ ବୃକ୍ଷକୁ ସ୍ପର୍ଶ , ପ୍ରଦକ୍ଷିଣ ଓ ପ୍ରଣାମ କରିବେ ।ତତ୍ପରେ ଯଥା ବିଧାନରେ ସ୍ନାନାଦି ସମାପନ ପୂର୍ବକ ଯଥାଶକ୍ତି ବୈଷ୍ଣବ ଓ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ଭୋଜନଦେଇ କୁଟୁମ୍ବଗଣଙ୍କ ସହିତ ନିଜେ ଉଚ୍ଛିଷ୍ଟ ପ୍ରସାଦ ସେବନ କରିବେ । ଏହି ଏକାଦଶୀ ବ୍ରତର ପୁଣ୍ୟ ଅନ୍ୟାନ୍ୟ ସମସ୍ତ ଦାନ ଓ ଯଜ୍ଞାଦିଠାରୁ ଅଧିକ । ଏଥିରେ କୌଣସି ସନ୍ଦେହ ନାହିଁ । ଋଷି ବଶିଷ୍ଠ କହିଲେ ହେ ମହାରାଜ ମାନ୍ଧାତା ! ବ୍ରାହ୍ମଣଗଣଙ୍କ ପ୍ରଶ୍ନର ଉତ୍ତରରେ ବିଷ୍ଣୁ ଏପ୍ରକାର ବ୍ରତବିଧାନ ବର୍ଣ୍ଣନାପୂର୍ବକ ତକ୍ଷଣାତ୍ ଅନ୍ତର୍ହିତ ହେଲେ । ସେହି ବ୍ରାହ୍ମଣଗଣ ତାଙ୍କର ଉପଦେଶାନୁସାରେ ଯଥାବିଧି ଏହି ବ୍ରତ ପାଳନ କଲେ । 

ବଶିଷ୍ଠ ଋଷି କର୍ତ୍ତୃକ ବ୍ରତ ବର୍ଣ୍ଣନା  ଯୁଧିଷ୍ଠିର ମହାରାଜଙ୍କୁ ଶ୍ରବଣ କରାଇ ଶ୍ରୀକୃଷ୍ଣ କହିଲେ – “ ହେ ଯୁଧିଷ୍ଠିର ! ଏହି ବ୍ରତ ଅତିଶୟ ଶୁଭ ଫଳପ୍ରଦାୟକ ଓ ସମସ୍ତ ପାପବିନାଶକାରୀ ଅଟେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.