ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୧୨ ଓଟିଟିରେ ରିଲିଜ୍‌ ହେବ ‘ଅମର ସିଂହ ଚମ୍‌କିଲା’, ଅମରଜୋତ ଭୂମିକାରେ ନଜର ଆସିବେ ପରିଣୀତି

ମୁମ୍ବାଇ ୩୦/୦୩: ଆସନ୍ତା ଏପ୍ରିଲ ୧୨ ତାରିଖରୁ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ ଫିଲ୍ମ ‘ଅମର ସିଂହ  ଚମ୍‌କିଲା’ । ଗତ ଗୁରୁବାର ଏହାର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଫିଲ୍ମର ଟାଇଟଲ୍‌  ଭୂମିକାରେ ଅଭିନୟ କରିଛନ୍ତି ଦିଲଜିତ ଦୋସାଂଝ । ଅମର ସିଂହ ଚମ୍‌କିଲାଙ୍କ  ପତ୍ନୀ ଅମରଜୋତ ଭୂମିକାରେ ନଜର ଆସିବେ ପରିଣୀତି ଚୋପ୍ରା । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ଇମ୍‌ତିଆଜ ଅଲିଙ୍କ ସହ କାମ କରିବାର ଦୀର୍ଘ ଦିନର  ଇଚ୍ଛା ତାଙ୍କର ପୂରଣ ହୋଇଥିବା ଟ୍ରେଲର୍‌ ଲଞ୍ଚ୍‌ ଅବସରରେ ପରିଣୀତି  କହିଛନ୍ତି । ପ୍ରାୟ ୧ ଦଶନ୍ଧି ଧରି ସେ ଇମ୍‌ତିଆଜଙ୍କ ସହ କାମ କରିବାକୁ  ଅପେକ୍ଷା କରି ରହିଥିଲେ ।  

ପରିଣୀତି ପୂର୍ବରୁ ଫିଲ୍ମ ‘ମେରି ପ୍ୟାରୀ ବିନ୍ଦୁ’ ଓ ‘କେଶରୀ’ରେ ଅଭିନୟ  ସହିତ କଣ୍ଠଦାନ ମଧ୍ୟ କରିଥିଲେ । ‘ଚମ୍‌କିଲା’ ଫିଲ୍ମ ପାଇଁ ଇମ୍‌ତିଆଜ  ଓ ଏହାର ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍‌ ରହମାନ ପରିଣୀତିଙ୍କ ଅଡିସନ୍‌  ନେଇଥିଲେ । ଜୁମ୍‌ କଲ୍‌ରେ ତାଙ୍କର ଅଡିସନ୍‌ ନିଆଯାଇଥିଲା । ରହମାନ ତାଙ୍କୁ  ପଚାରିଥିଲେ ‘ଗୀତ କେମିତି ଗାଆନ୍ତି, ତୁମେ ଜାଣ?’ ପରୀ କହିଥିଲେ ‘ମୁଁ ଗାଇବାକୁ ପସନ୍ଦ କରେ ।’ ସଙ୍ଗେସଙ୍ଗେ ଗାଇବାକୁ ସେ ପରୀଙ୍କୁ କହିଥିଲେ ।  ପରୀ ‘ଦମା ଦମ୍‌ ମସ୍ତ କଲନ୍ଦର’ ଓ କିଛି  ପଞ୍ଜାବୀ ଗୀତ ଗାଇଲେ । ଏଭଳି ଭାବେ  ତାଙ୍କର ଅଡିସନ୍‌ ହୋଇଥିବା ପରୀ  କହିଛନ୍ତି । ୮୦ ଦଶକର ଲୋକପ୍ରିୟ  ପଞ୍ଜାବୀ ଗାୟକ ଅମର ସିଂହ ଚମ୍‌କିଲାଙ୍କ ଜୀବନ ଉପରେ ଫିଲ୍ମଟି  ପର୍ଯ୍ୟବସିତ । ୧୯୮୮ ମସିହାରେ  ତାଙ୍କୁ ଓ ତାଙ୍କ ଗାୟିକା ପତ୍ନୀ  ଅମରଜୋତଙ୍କୁ ଗୁଳି କରି  ହତ୍ୟା କରାଯାଇଥିଲା ।  ‘ଚମ୍‌କିଲା’ରେ କାମ  କରିବା ପରୀଙ୍କ ପାଇଁ  ସବୁ ଫିଲ୍ମଠାରୁ  ଭିନ୍ନ ଅନୁଭବ ।  ସର୍ବଶ୍ରେଷ୍ଠ  ନିର୍ଦ୍ଦେଶକ,  ସହକଳାକାର ଓ ସଙ୍ଗୀତ  ନିର୍ଦ୍ଦେଶକଙ୍କ  ସହ କାମ  କରି ଜୀବନ  ସାର୍ଥକ ହୋଇଥିବା ସେ  କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.