ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ମଧ୍ୟପ୍ରାଚ୍ୟ ଅଶାନ୍ତ ପରେ ଫ୍ରାନ୍ସର ସୁରକ୍ଷା ଚିନ୍ତା, ବିପଦ ଦେଖାଦେଲେ ସ୍ଥାନ ପରିବର୍ତ୍ତନ ହେବ

ପ୍ୟାରିସ,୧୬/୦୪: ମଧ୍ୟପ୍ରାଚ୍ୟରେ ଅଶାନ୍ତ ବାତାବରଣ ଅଲିମ୍ପିକ୍ସ ଆୟୋଜକ ଫ୍ରାନ୍ସର ଚିନ୍ତା ବଢ଼ାଇ ଦେଇଛି । ଅଲିମ୍ପିକ୍ସ ଏବଂ  ପାରା ଅଲିମ୍ପିକ୍ସ ପାଇଁ ୧୦ ଲକ୍ଷରୁ ଊଦ୍ଧ୍ୱର୍ ବିଦେଶୀ ପ୍ୟାରିସ ଗସ୍ତ କରିବାର ଆଶା କରାଯାଉଛି । ସେମିତି ଉଦ୍‌ଘାଟନୀ ଉତ୍ସବରେ ୬ ଲକ୍ଷ ଦର୍ଶକଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ପରିସ୍ଥିତି ଅଧିକ ଜଟିଳ ହେବା ପରେ ଫ୍ରାନ୍ସକୁ ସୁରକ୍ଷା ଚିନ୍ତା ଗ୍ରାସ କରିଛି । ‘ଆବଶ୍ୟକ  ହେଲେ ଉଦ୍‌ଘାଟନୀ ଉତ୍ସବକୁ କୌଣସି ଏକ  ଷ୍ଟାଡିୟମକୁ ସ୍ଥାନାନ୍ତର କରାଯିବ ବୋଲି ରାଷ୍ଟ୍ରପତି  ଇମାନୁଏଲ୍‌ ମାକ୍ରନ ଗଣମାଧ୍ୟମକୁ କହିଛନ୍ତି । 

ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପ୍ୟାରିସରେ ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ  ପରିବର୍ତ୍ତେ ନଦୀରେ ଆୟୋଜନ କରାଯିବା ନେଇ  ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ । ସେନ  ନଦୀରେ ଭାସମାନ ମଞ୍ଚ ୬ କିଲୋ ମିଟର ଯାତ୍ରା  କରିବ । ଆଲେକଜାଣ୍ଡର-୩ ପୋଲ ନିକଟରେ ଏକ ଭାସମାନ ଆଥଲେଟିକ୍‌ ଟ୍ରାକ୍‌ ପ୍ରସ୍ତୁତ  କରାଯାଇଛି । କିନ୍ତୁ ସୁରକ୍ଷା ପରିସ୍ଥିତି ଜଟିଳ ହେଲେ  ନଦୀ ପରିବର୍ତ୍ତେ ଏକ ଷ୍ଟାଡିୟମରେ ଉଦ୍‌ଘାଟନୀ  ଉତ୍ସବ ଆୟୋଜନ କରାଯିବ ।  

ରାଷ୍ଟ୍ରପତି ମାକ୍ରନ କହିଛନ୍ତି, ‘  ଖୋଲା ଆକାଶ ତଳେ ଆମେ  ପ୍ରଥମ ଥର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରିବାକୁ ଯାଉଛୁ ।  ଏହାକୁ ସଫଳ କରାଇବୁ ।  ବର୍ତ୍ତମାନ ସୁଦ୍ଧା ଆମେ ଆମର  ଯୋଜନାରେ ସ୍ଥିର ରହିଛୁ । ଯଦି ଆମେ ଅନୁଭବ  କରିବୁ ଯେ ସୁରକ୍ଷା ପ୍ରତି ବିପଦ ରହିଛି ତେବେ ଉଦଘାଟନୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । 

ଆମ ସୁରକ୍ଷା ବିଭାଗ ଏବଂ ଅଧିକାରୀମାନେ  ପୂରା ସତର୍କ ରହିଛନ୍ତି । କ୍ରୀଡ଼ା ପାଇଁ ପ୍ରତିଦିନ  ସୁରକ୍ଷା ବିଶ୍ଳେଷଣ କରାଯାଉଛି । ଅଲିମ୍ପିକ୍ସ କ୍ରୀଡ଼ା  ଆରମ୍ଭ ହେବା ପୂର୍ବରୁ ଉଭୟ ସ୍ଥଳ ଏବଂ ଆକାଶ  ମାର୍ଗର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।’ ଉଦ୍‌ଘାଟନୀ ଉତ୍ସବ ପରେଡରେ ୧୦୫୦୦  ଖେଳାଳି ଭାଗ ନେବେ । ସେମିତି ପୂର୍ବରୁ ୬  ଲକ୍ଷ ଦର୍ଶକ ଉତ୍ସବର ପ୍ରତ୍ୟକ୍ଷ ଆନନ୍ଦ ନେବେ  ବୋଲି ଆୟୋଜକ ଯୋଜନା ରଖିଥିଲେ । କିନ୍ତୁ  ଏହାକୁ ୩ ଲକ୍ଷକୁ ହ୍ରାସ କରାଯିବ ବୋଲି  ‘ଫ୍ରାନ୍ସ୨୪’ ତା’ର ରିପୋର୍ଟରେ ଦର୍ଶାଇଛି । ‘କ୍ରୀଡ଼ା  ଆୟୋଜନକୁ ନେଇ ଆମେ ଆମର ଯୋଜନା  ଅନୁସାରେ କାର୍ଯ୍ୟ ଜାରି ରଖିଛୁ । ଯଦି କୌଣସି  ସମସ୍ୟା ଦେଖାଦିଏ, ତେବେ ପ୍ଲାନ ବି ଏବଂ  ସି’ ପ୍ରସ୍ତୁତ ଥିବା ରାଷ୍ଟ୍ରପତି ମାକ୍ରନ କହିଥିଲେ । 

ଉଦ୍‌ଘାଟନୀ ଉତ୍ସବର ୫ ଘଣ୍ଟା ପୂର୍ବରୁ  ପ୍ୟାରିସର ଆକାଶ ମାର୍ଗକୁ ବନ୍ଦ କରିଦିଆଯିବ । ଏହି ଅଞ୍ଚଳରେ ‘ଆଣ୍ଟି ଡ୍ରୋନ୍‌ ପ୍ରୋଟୋକଲ’ ବ୍ୟବସ୍ଥା ରହିବ । ଆସନ୍ତା ଜୁଲାଇ ୨୬  ତାରିଖରେ ପ୍ୟାରିସ ଅଲିମ୍ପିକ୍ସର ଉଦ୍‌ଘାଟନୀ  ଉତ୍ସବ ରହିଛି । କ୍ରୀଡ଼ା ଅଗଷ୍ଟ ୧୧ ତାରିଖରେ ଉଦ୍‌ଯାପିତ ହେବ । ପୂର୍ବରୁ ୧୯୭୨ ଏବଂ ୧୯୯୬  ଅଲିମ୍ପିକ୍ସରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.