ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି, ସତ୍ୟପାଠ ଦାଖଲ କରି ବାଳକୃଷ୍ଣ କହିଲେ- ଆମେ ଦୁଃଖିତ...

ନୂଆଦିଲ୍ଲୀ,୨୧।୩: ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍ ପରେ କ୍ଷମା ମାଗିଲା 'ପତଞ୍ଜଳି'। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ନିଜର ପୁରୁଣା ବୟାନ ପାଇଁ ସୁପ୍ରିମକୋର୍ଟଙ୍କୁ ନିସର୍ତ୍ତ କ୍ଷମା ମାଗିଛି। ପତଞ୍ଜଳି ଆର୍ୟୁବେଦର ଏମ୍‌ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ କହିଛନ୍ତି, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶୃତି ଦେଉଛି।

କମ୍ପାନୀର ଏମ୍‌ଡି ବାଳକୃଷ୍ଟ ସତ୍ୟପାଠରେ କହିଛନ୍ତି, ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ମୁଁ ଦୁଃଖିତ। କମ୍ପାନୀ ଏହା ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଏଭଳି ବିଜ୍ଞାପନ ଭବିଷ୍ୟତରେ ଜାରି କରାଯିବନି। କମ୍ପାନୀର ଉଦେଶ୍ୟ ସମ୍ପୂର୍ଣ୍ଣ ଭାବରେ ଦେଶର ନଗାରକିଙ୍କୁ ପତଞ୍ଜଳି ଉତ୍ପାଦକୁ ନିଜର ଦିନଚର୍ଯ୍ୟାରେ ସାମିଲ କରି ଏକ ସୁସ୍ଥ ଜୀବନ ଶୈଳି ଗ୍ରହଣ କରିବାକୁ ପ୍ରେରିତ କରିବା।’ଉଲ୍ଲେଖନୀୟ ଯେ, ଗତ ଶୁଣାଣିରେ ସୁପ୍ରିମକୋର୍ଟ ନୋଟିସ୍‌ର ଜବାବ୍ ନଦେବା ନେଇ ଆଚାର୍ଯ୍ୟ ବାଳକୃଷ୍ଣ ୨ ଅପ୍ରେଲରେ କୋର୍ଟରେ ବ୍ୟକ୍ତିଗତ ଭାବ‌ରେ ହାଜାର ହେବାର ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, କୋର୍ଟ ବାବା ରାମଦେବଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରି ୨ ଅପ୍ରେଲରେ ହାଜର ହେବାକୁ କହିଥିଲେ। କୋର୍ଟ ଅବମାନନା ନୋଟିସ୍ ପରେ ପତଞ୍ଜଳି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି।

ଉଲ୍ଲେଖନୀୟ ଯେ, କମ୍ପାନୀ ନଭେମ୍ବର ୨୦୨୩ରେ ଆଶ୍ବସନା ଦେଇଥିଲା ଯେ, ସେ ଚିକିତ୍ସା ବିଜ୍ଞାନ ଉପରେ କୌଣସି ଆଧାରହୀନ ଦାବୀ କିମ୍ବା ଚିକିତ୍ସାର କୌଣସି ପ୍ରଣାଳୀକୁ ନିନ୍ଦା କରିବନି। ତେବେ ନିଜର ପୁରୁଣା ପ୍ରତିଶୃତିକୁ ପତଞ୍ଜଳି ପାଳନ ନକରି, ବିଭ୍ରାନ୍ତିକାର ବିଜ୍ଞାପନ ଜାରି ରଖିଥିଲା। ଏହା ନିୟମର ସ୍ପଷ୍ଟ ଉଲଂଘନ ଥିଲା। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ)ର ଅଭିଯୋଗ ଯେ, ପତଞ୍ଜଳି କୋଭିଡ୍‌-୧୯ ଭ୍ୟାକସିନ୍‌କୁ ନେଇ କ୍ୟାମ୍ପେନ କରିଥିଲା। ଏହାକୁ ନେଇ କୋର୍ଟ ଚେତାବନୀ ଦେଇଥିଲେ ପତଞ୍ଜଳି ଆର୍ୟୁବେଦ ପକ୍ଷରୁ ମିଥ୍ୟ ଓ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ ହେବା ଦରକାର। ଆଇଏମ୍‌ଏ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଥିଲା ପତଞ୍ଜଳି ବିଜ୍ଞାପନ ଏଲୋପାଥି ଔଷଧକୁ ଉପେକ୍ଷା କରୁଛି। ପତଞ୍ଜଳିର ଦାବି ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍ ରିମେଡିଜ୍‌ ଆକ୍ଟ ୧୯୫୪ ଓ କଞ୍ଜୁମର ପ୍ରୋଟେକ୍ସନ ଆକ୍ଟ ୨୦୧୯ର ସିଧା ସଳଖ ଉଲଂଘନ। ଏହାପରେ କୋର୍ଟ ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ଓ ସମ୍ପୂର୍ଣ୍ଣ ମୋଟାପଣକୁ ଦୂର କରିବା ପାଇଁ ଆପଣ କିଭଳି ଦାବି କରିପାରୁଛନ୍ତି ବୋଲି ପତଞ୍ଜଳିକୁ ପ୍ରଶ୍ନ  କରିଥିଲେ। ଏଲୋପାଥି ଭଳି ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ମଧ୍ୟ ସମାଲୋଚନା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏପ୍ରିଲ ୨ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରାଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.