ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ପେରୁ ରାଷ୍ଟ୍ରପତିଙ୍କ ଘରେ ଏମିତି କଣ ଥିଲା ? ଚଢ଼ାଉ ପାଇଁ ପହଞ୍ଚିଲା ତଦନ୍ତକାରୀ ସଂସ୍ଥା

ଲିମା, ୩୧/୦୩: ଦକ୍ଷିଣ ଆମେରିକୀୟ ଦେଶ ପେରୁର ରାଷ୍ଟ୍ରପତି ଡିନା ବୋଲୁଆର୍ଟେଙ୍କ ବାସଭବନରେ ମାର୍ଚ୍ଚ ୩୦ ଶନିବାର ଚଢ଼ାଉ ହୋଇଛି । ସୂଚନା ଅନୁସାରେ, ଅଘୋଷିତ ରୋଲେକ୍ସ ଘଣ୍ଟା ସଂଗ୍ରହକୁ ନେଇ ଡିନା ବୋଲାର୍ଟେଙ୍କ ବାସଭବନରେ ଚଢ଼ାଉ କରିଛି ଦୁର୍ନୀତି ନିବାରଣ ସଂସ୍ଥା ।

ସ୍ଥାନୀୟ ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଆଧାରରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି । ପ୍ରକାଶିତ ରିପୋର୍ଟରେ କୁହା ଯାଇଥିଲା, ମୂଲ୍ୟାଧିକ ଟଙ୍କାର ଲକଜୁରି ଘଣ୍ଟାକୁ ସାର୍ବଜନୀକ ରେକର୍ଡରେ ଘୋଷଣା କରି ନାହାନ୍ତି ବୋଲୁଆର୍ଟେ । ତେବେ ଚଢ଼ାଉ ବେଳେ ରାଷ୍ଟ୍ରପତି ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ ।

ପେରୁ ରାଜଧାନୀ ଲିମାର ସୁରକ୍ୱିଲୋ ଜିଲ୍ଲାରେ ବୋଲୁଆର୍ଟେଙ୍କ ଘର ରହିଛି । ପ୍ରଥମେ ପୋଲିସ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରି ଯାଇଥିଲା । ତଦନ୍ତକାରୀ ଅଧିକାରୀ ଘରେ ପହଞ୍ଚି ଛାନଭିନ୍ କରିଥିଲେ । ତେବେ ହଠାତ୍ ଚଢ଼ାଉ ଲାଗି ସୁପ୍ରିମକୋର୍ଟ ଅଫ୍ ପ୍ରିପରେଟରି ଇନଭେଷ୍ଟିଗେସନ୍ ଅନୁମତି ଦେଇଥିଲେ ।

୨୦୨୨ ଡିସେମ୍ବରରେ ଡିନା ବୋଲୁଆର୍ଟେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏବେ ଏହି ତଦନ୍ତ ପରେ ସେ ଫସି ଯାଇଛନ୍ତି । ଅଭିଯୋଗ ହେଉଛି, ସେ ବେଆଇନ୍ ଭାବେ ନିଜକୁ ସମୃଦ୍ଧ କରିଛନ୍ତି । ଦେଶର ସମ୍ବିଧାନ ଅନୁସାରେ, ବୋଲୁଆର୍ଟେଙ୍କ ବିରୋଧରେ ତାଙ୍କ କାର୍ଯ୍ୟକାଳ ୨୦୨୬ ଜୁଲାଇରେ ସରିବା ପର୍ଯ୍ୟନ୍ତ ମହାଭିଯୋଗ ଆସି ପାରିବ ନାହିଁ ।

୬୧ ବର୍ଷୀୟ ଡିନା ବୋଲୁଆର୍ଟେ ଲକଜୁରି ଘଣ୍ଟାକୁ ନେଇ କହିଛନ୍ତି, ମୁଁ ୧୮ ବର୍ଷରୁ କରିଥିବା ପରିଶ୍ରମର ଫଳ ଏସବୁ ଘଣ୍ଟା । ତେବେ ଏହା ତାଙ୍କର ବ୍ୟକ୍ତିଗତ ମାମଲା, ଗଣମାଧ୍ୟମ ଏଥିରୁ ଦୂରେଇ ରହିବା ଲାଗି କହିଛନ୍ତି ବୋଲୁଆର୍ଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.