ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର କଟରାରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ, ନ୍ୟାସନାଲ କନଫରେନ୍ସ ଏବଂ ପିଡିପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ପିଏମ ମୋଦୀ ଏଠାରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଧାରା 370 ଉପରେ ଦେଇଥିବା ବିବୃତ୍ତି ଉପରେ ମଧ୍ୟ ଜବାବ ଦେଇଛନ୍ତି। ମୋଦୀ କହିଛନ୍ତି ଯେ,"କଂଗ୍ରେସ-ନ୍ୟାସନାଲ କନଫରେନ୍ସକୁ ନେଇ ଜାମ୍ମୁ କାଶ୍ମୀରରେ ଉତ୍ସାହ ନ ଥାଇପାରେ, କିନ୍ତୁ ପଡୋଶୀ ଦେଶ (ପାକିସ୍ତାନ) ଏହାକୁ ନେଇ ବହୁତ ଉତ୍ସାହିତ ଅଛି । ପାକିସ୍ତାନରେ କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମିଳିତ ମଞ୍ଚକୁ ନେଇ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ଏମାନଙ୍କର ଘୋଷଣାପତ୍ରରେ ପାକିସ୍ତାନ ବହୁତ ପ୍ରଭାବିତ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୋଲାଖୋଲି ଭାବେ କଂଗ୍ରେସ-ନ୍ୟାସନାଲ କନଫରେନ୍ସକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଧାରା 370 ଏବଂ 35A ସମ୍ବନ୍ଧରେ କଂଗ୍ରେସ ଏବଂ ନ୍ୟାସନାଲ କନଫରେନନ୍ସର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହିତ ସମାନ । ଅର୍ଥାତ୍ କଂଗ୍ରେସ-ନ୍ୟାସନାଲ କନଫରେନ୍ସର ପୋଲ୍ ପାକିସ୍ତାନ ନିଜେ ହିଁ ଖୁଲାସା କରିଛି ।
ଏହା ପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା 370 ରଦ୍ଦ କରିବାକୁ ପ୍ରୋତ୍ସାହିତ କରୁଥିବାବେଳେ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ଧାରା 370 ଏବଂ 35A ପୁନରୁଦ୍ଧାର ପାଇଁ ପାକିସ୍ତାନ ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମିଳିତ ମଞ୍ଚ ଏକାଠି ହୋଇଛି ।
ତେବେ ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଯେହେତୁ ଏଠାରେ ଧାରା 370 ର ପ୍ରାଚିର ଭାଙ୍ଗି ଯାଇଛି, ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଦୁର୍ବଳ ହେବାରେ ଲାଗିଛି । ଜାମ୍ମୁ କାଶ୍ମୀର ସ୍ଥାୟୀ ଶାନ୍ତି ଆଡକୁ ଗତି କରୁଛି ।