ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲା ଋଷ

Image Courtesy: timesnownews

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଋଷ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ସେଣ୍ଟ ଏଣ୍ଡ୍ରିୟୁ ଦ ଏପୋଷ୍ଟଲ’ ପ୍ରଦାନ କରାଯାଇଛି । ପିଏମ ମୋଦୀଙ୍କୁ ଏହି ସମ୍ମାନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି । ସେପଟେ ଏହି ସମ୍ମାନ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଭାରତ ଏବଂ ଋଷ ମଧ୍ୟରେ ଶତାବ୍ଦୀ ପୁରୁଣା ବନ୍ଧୁତାର ପ୍ରତିବିମ୍ୱ ବୋଲି ସେ କହିଛନ୍ତି । 

ଭାରତର ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ ଏବଂ ମସ୍କୋର ଲୋକଙ୍କ ଉନ୍ନତ ଭବିଷ୍ୟତ କଥା କହିଛନ୍ତି । ସେ କହିଛନ୍ତି ଯେ ସବୁ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବାକୁ ହେବ । ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପରି ନିଷ୍ପତ୍ତି ଯାହା କେବଳ ଦୁଇ ଦେଶକୁ ନୁହେଁ ବରଂ ସାରା ଦୁନିଆକୁ ଲାଭ ଦେବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ- ଋଷ ସହଭାଗୀତା ଗୁରୁତ୍ୱପୂର୍ଣ୍ଣ । ଆମର ମତ ଶାନ୍ତି ଏବଂ ସ୍ଥିରତା ପାଇଁ ଉଦ୍ୟମ ଜାରି ରଖିବା ଦରକାର । ଆମେ ଏହି ଦିଗରେ ଲଗାତାର କାମ କରିବୁ ।

ପୁଟିନଙ୍କୁ ସମ୍ୱୋଧନ କରି ମୋଦୀ କହିଛନ୍ତି ଯେ ଆପଣ ଦୁଇ ଦେଶ ମଧ୍ୟରେ ଯେଉଁ ରଣନୈତିକ ସମ୍ପର୍କର ମୂଳଦୂଆ ରଖିଛନ୍ତି ତାହା ସମୟ ସହ ମଜଭୁତ ହୋଇଛି । ପିପୁଲ ଟୁ ପିପୁଲ ପାର୍ଟନରଶିପ ଉପରେ ଆଧାରିତ ଆମ ପାରଷ୍ପରିକ ସହଯୋଗ ଆମ ଲୋକଙ୍କ ଭିତରେ ଭବିଷ୍ୟତର ଆଶା ହୋଇଛି ଏବଂ ଗ୍ୟାରେଣ୍ଟି ମଧ୍ୟ ହୋଇଛି ।

ସୂଚନାଯୋଗ୍ୟ, ପିଏମ୍ ମୋଦୀଙ୍କୁ ଋଷରେ ଯେଉଁ ସମ୍ମାନ ମିଳିଛି ତାହାର ସ୍ଥାପନା ୧୬୯୮ରେ ଜାର ପିଟର ଜ ଗ୍ରେଟ୍ କରିଥିଲେ । ଏହା ୟଶୁଙ୍କ ଫାର୍ଷ୍ଟ ଏପୋଷ୍ଟଲ  ଏବଂ ଋଷର ସଂରକ୍ଷକ ସନ୍ଥ, ସେଣ୍ଟ ଏଣ୍ଡ୍ରୟୁଙ୍କ ସମ୍ମାନରେ କରାଯାଇଥିଲା ।

  • Russia
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.