ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଗଠନ କରିବା ଲକ୍ଷ୍ୟ… ଶପଥ ପୂର୍ବରୁ ସମ୍ଭାବିତ ମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ,୯।୬:  ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭାବିତ ମନ୍ତ୍ରୀଙ୍କ ସହିତ ପ୍ରଥମ ବୈଠକ କରିଛନ୍ତି। ଏହାର ଫଟୋ ମଧ୍ୟ ଏବେ ସାମନାକୁ ଆସିଛି। ମୋଦି କହିଛନ୍ତି, ୫ ବର୍ଷର ରୋଡମ୍ୟାପ୍ ପ୍ରସ୍ତୁତ ରହିଛି। ଏହି ସମୟରେ ସେ ୧୦୦ ଦିନର ରୋଡମ୍ୟାନ୍‌ ଉପରେ ଚର୍ଚ୍ଚା କରିଥିଲେ ଓ ତାକୁ ଲାଗୁ କରିବାର ନିର୍ଦେଶ ଦୋଇଛନ୍ତି।

ସୁତ୍ରରୁ ମିଳିଥିବା ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ନିଜ କ୍ୟାବିନେଟ୍‌ର ନୂଆ ସହଯୋଗୀଙ୍କୁ କହିଛନ୍ତି ୧୦୦ ଦିନର ଏଜେଣ୍ହାର କାର୍ଯ୍ୟ ଯୋଜନାକୁ ତୃଣମୂଳ ସ୍ତରରେ ଆରମ୍ଭ କରିବାକୁ ଚାହାନ୍ତି। ଏହା ସହିତ ପେଣ୍ଡିଂ ଯୋଜନାକୁ ପୁରା କରିବା ବାକି ରହିଛି। ସେ କହିଛନ୍ତି, ଆପଣଙ୍କୁ ଯେଉଁ ବିଭାଗ ମିଳିଛି ତାକୁ ଶୀଘ୍ର ପୁରା କରାଯାଉ।

ପ୍ରଧାନମନ୍ତ୍ରୀ ବାସଭବନରେ ୨୨ ସାଂସଦଙ୍କ ସହ ହୋଇଥିବା ବୈଠକ‌େ‌ ମୋଦି କହିଛନ୍ତି, ୫ ବର୍ଷର ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୂତ। ଆପଣ ତା ଉପରେ କାମ କରିବା ଆରମ୍ଭ କରିଦିଅନ୍ତୁ। ଆମ ସରକାରର ଲକ୍ଷ୍ୟ ହେଉଛି ୨୦୪୭ ରେ ସମ୍ପୂର୍ଣ୍ଣ ଭାବରେ ଭାରତରକୁ ବିକଶିତ କରିବା। ଜନତାଙ୍କୁ ଏନ୍‌ଡିଏ ଉପରେ ଭରସା ରହିଛି। ତାକୁ ଆହୁରି ମଜବୁତ କରିବା ଦରକାର।

ଯେଉଁ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକରେ ସାମିଲ ହୋଇଛନ୍ତି ସେମାନେ ହେଲେ ସର୍ବାନନ୍ଦ ସୋନଓ୍ବାଲ, ଚିରାଗ ପାସଓ୍ବାନ, ଅନ୍ନପୂର୍ଣ୍ଣା ଦେବୀ, ମନୋହର ଲାଲ ଖଟ୍ଟର, ଶିବରାଜ ସିଂହ ଚୌହାନ, ଭାଗୀରଥ ଚୌଧୁରୀ, କିରଣ ରିଜିଜୁ, ଜିତନ ପ୍ରସାଦ, ଏଚଡି କୁମାରସ୍ବାମୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନିର୍ମଳା ସୀତାରଣ, ରଭନୀତ ବିଟ୍ଟୁ, ଅଜୟ ଟମଟା, ରାଓ ଇନ୍ଦ୍ରଜିତ ସିଂହ, ନିତ୍ୟାନନ୍ଦ ରାୟ, ଜୀତନ ରାମ ମାନଜି, ଧର୍ମେନ୍ଦ୍ର ପ୍ରଧାନ, ଗଜେନ୍ଦ୍ର ସିଂହ ଶେଖାଓ୍ବତ, ହର୍ଷ ମାଲହୋତ୍ରା, ଏସ୍‌.ଜୟଶଙ୍କର,ସିଆର ପାଟିଲ ଓ କୃଷ୍ଣପାଲ ଗୁର୍ଜର ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.