ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ଦ୍ଵାରା ଆୟୋଜିତ "ମୋ କ୍ୟାମେରାରେ କାଳିଆ'ର ବିଜେତାଙ୍କୁ ପୁରସ୍କାର

ଭୁବନେଶ୍ୱର, ୦୭/୦୮ : ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌୭’ ପକ୍ଷରୁ ଆୟୋଜିତ "ମୋ କ୍ୟାମେରାରେ କାଳିଆ' ଶୀର୍ଷକ ଡିଜିଟାଲ୍‌ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶା ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ରତା ପାଇଁ ପାଠକଙ୍କ ଆଦୃତି ହାସଲ କରିଥିବା ଦୈନିକ ଖବରକାଗଜ ‘ପ୍ରମେୟ’, ଟେଲିଭିଜନ ଚ୍ୟାନେଲ ‘ନ୍ୟୁଜ୍‌-୭’ ଓ ଏହାର ପୋର୍ଟାଲ ୱିଙ୍ଗ୍‌ସ ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ପୁଣି ଥରେ ପାଠକୀୟ ଆଦୃତିକୁ ପ୍ରମାଣିତ କରିଛି । 

କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତରନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସୁମା ରିୟଲ ମିଡିଆ ପରିଚାଳିତ ‘ପ୍ରମେୟ’, ‘ନ୍ୟୁଜ୍‌-୭’ର ଡିଜିଟାଲ ୱିଙ୍ଗସରେ "ମୋ କ୍ୟାମେରାରେ କାଳିଆ' ଶୀର୍ଷକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କୁ ରଥ ସହ ଫଟୋଟିଏ ପଠାଇବାର ଆହ୍ୱାନ କରାଯାଇଥିଲା । ନିର୍ଦ୍ଦିଷ୍ଟ ନିୟମ ଭିତ୍ତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପ୍ରତିଯୋଗୀ ସାମିଲ ହୋଇଥିଲେ । ପ୍ରତିଯୋଗିତାର ଧାର୍ଯ୍ୟ ନିୟମାବଳୀ ତଥା ‘ପ୍ରମେୟ’,‘ନ୍ୟୁଜ୍‌-୭’ ସୋସିଆଲ ମିଡିଆରେ ଦର୍ଶକ ଆଦୃତି(ସଂଖ୍ୟା ଭିତ୍ତିରେ) ବିଜେତାଙ୍କୁ ଚୟନ କରାଯାଇଥିଲା । ଟେକ୍ନୋସପି ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ପୁରସ୍କାର ପାଇଁ ୧୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା । 

‘ନ୍ୟୁଜ୍‌-୭’ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସୁମା ରିୟଲ ମିଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନୀଲ କୁମାର ଦାସ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ସୁମା ରିୟଲ ମିଡିଆର ତିନି ଗଣମାଧ୍ୟମ ‘ପ୍ରମେୟ’, ‘ନ୍ୟୁଜ-୭’ ଏବଂ ଡିଜିଟାଲ୍‌ ୱିଙ୍ଗ୍‌ସ ସମ୍ପର୍କରେ ତଥ୍ୟ ରଖିଥିଲେ । ପାଠକୀୟ ଆଦର ଆମର ସବୁଠୁ ବଡ଼ ବଳ ବୋଲି କହିବା ସହ ରାଜ୍ୟରେ ଏକ ପ୍ରମୁଖ ତଥା ଦାୟିତ୍ୱବାନ ଗଣମାଧ୍ୟମ ଭାବେ ‘ପ୍ରମେୟ’, ‘ନ୍ୟୁଜ୍‌-୭’ ଏବଂ ଏହାର ଡିଜିଟାଲ୍‌ ବା ପୋର୍ଟାଲ ୱିଙ୍ଗ୍‌ସର ସଫଳତା ପାଇଁ ପାଠକଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ‘ପ୍ରମେୟ’, ‘ନ୍ୟୁଜ୍‌-୭’ର ଗ୍ରୁପ ସେଲ୍‌ସ ଡାଇରେକ୍ଟର ହିମାଂଶୁ ହୋତା ଖୁବ୍‌ କମ୍‌ ଦିନରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ସଫଳତା ହାସଲ କରିବା ସମ୍ପର୍କରେ କହିବା ସହ ଏହା ପଛରେ ଏହାର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ଦୂରଦୃଷ୍ଟି, ବଳିଷ୍ଠ ନେତୃତ୍ୱ ହିଁ ଚାବିକାଠି ବୋଲି ବର୍ଣ୍ଣନା କରିଥିଲେ । ପାଠକ ଏବଂ ଦର୍ଶକଙ୍କ ଆବଶ୍ୟକତା, ଆଗ୍ରହ, ପସନ୍ଦ ଓ ରୁଚିକୁ ‘ପ୍ରମେୟ’ ଏବଂ ‘ନ୍ୟୁଜ୍‌୭’ ଗୁରୁତ୍ୱ ଦେଇଥାନ୍ତି । ସେଥିଲାଗି ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କୃଷକ, ଉଦ୍ୟୋଗୀ, ଗୃହିଣୀ ଏବଂ ସମାଜ ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି ‘ପ୍ରମେୟ’ ଓ ‘ନ୍ୟୁଜ୭’ । ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ଭାବେ ‘ପ୍ରମେୟ’, ‘ନ୍ୟୁଜ-୭’ ଖବର ଜଗତରେ ନୂଆ ହେଲେ ବି ପାଠକଙ୍କ ଆବଶ୍ୟକତା ଓ ପସନ୍ଦକୁ ଧ୍ୟାନ ଦେଇ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ଦାସ ଏବଂ ଶ୍ରୀ ହୋତା ଉଲ୍ଲେଖ କରିଥିଲେ । 

କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଡିଜିଟାଲ ମୁଖ୍ୟ ଅମରେଶ ଦାସ ପାଠକଙ୍କ ପସନ୍ଦ ସହ ସମୟର ଆହ୍ୱାନକୁ ନଜରରେ ରଖି ପରିବର୍ତ୍ତନ ସହ ‘ପ୍ରମେୟ’ ଏବଂ ‘ନ୍ୟୁଜ-୭’ ତାଳ ଦେଇ ଚାଲିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ । ଏହାସହ ଅତିଥିମାନେ କହିଲେ, ‘ମୋ କ୍ୟାମେରାରେ କାଳିଆ’ ଏପରି ଏକ ପ୍ରୟାସ, ଯାହାକି ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱର ସହ ଅଧିକ ଶାଣିତ କରିବାର ପ୍ରତିଶ୍ରୁତି ରଖେ । ଏହା ଜରିଆରେ ପାଠକ ଏବଂ ଖବର ଆଗ୍ରହୀ ଦର୍ଶକଙ୍କ ସହ ସମ୍ପର୍କ ସହିତ ସୃଜନଶୀଳତାକୁ ସମ୍ମାନିତ କରିବାର ପରମ୍ପରା ଜାରି ରହିବ । କାର୍ଯ୍ୟକ୍ରମକୁ ‘ନ୍ୟୁଜ୭’ ଡିଜିଏମ ସେଲ୍‌ସ ସିଦ୍ଧାର୍ଥ ରୟ, ମାର୍କେଟିଂ ଆଣ୍ଡ ବିଜିନେସ୍‌ ଡେଭେଲପମେଣ୍ଟର ସଙ୍କେତ ହୋତା ଏବଂ ଟେକ୍ନୋସପିର କର୍ମକର୍ତ୍ତା ପରିଚାଳନା କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.