ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧ମଇରେ ରାମ ମନ୍ଦିରର ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଅଯୋଧ୍ୟା ଗସ୍ତର ଡିଟେଲ

ନୂଆଦିଲ୍ଲୀ, ୩୦/୪ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅଯୋଧ୍ୟା ଗସ୍ତ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ବୟାନରେ କୁହାଯାଇଛି କି ରାଷ୍ଟ୍ରପତି ୧ମଇରେ ଅଯୋଧ୍ୟା ଗସ୍ତ କରିବେ । ଏହି ସମୟରେ ରାଷ୍ଟ୍ରପତି ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିବେ । ଏହାସହ ହନୁମାନଗଢୀ ମନ୍ଦିରରେ ଦର୍ଶନ ଏବଂ ଆରତୀ କରିବେ । ଏହି ସମୟରେ ରାଷ୍ଟ୍ରପତି କୁବେର ଟିଲା ବି ଯିବେ । ନିଜ ଅଯୋଧ୍ୟା ଗସ୍ତରେ ରାଷ୍ଟ୍ରପତି ସରୟୁ ନଦୀର ପୂଜା ଏବଂ ଆରତୀ କରିବେ । 

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାମମନ୍ଦିରର ଏହା ପ୍ରଥମ ଗସ୍ତ ଅଟେ । ୨୨ଜାନୁଆରୀ ୨୦୨୪ରେ ରାମମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାଷ୍ଟ୍ରପତି ୧ମଇରେ ଅଯୋଧ୍ୟା ଗସ୍ତ କରିବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.