ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସଂସଦରେ କହିଲେ ରାଷ୍ଟ୍ରପତି, ‘NEET ପେପର ଲିକ୍‌ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ’

Image Courtesy: ndtv

 ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ । ନୂଆ ସରକାରର ଭିଜନ୍ ରଖିଛନ୍ତି ମହାମହିମ ରାଷ୍ଟ୍ରପତି । ୨୦୨୪ ନୀତି, ନିୟତି ଓ ନିଷ୍ଠାର ଉଦାହରଣ ଦେଇଛନ୍ତି ମହାମହିମ । ନିଜ ଅଭିଭାଷଣରେ ନିର୍ବାଚିତ ସାଂସଦଙ୍କୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ନିଟ୍‌-ୟୁଜି ପେପର ଲିକ୍‌ ଉପରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ନିଟ୍ ପେପର ଲିକ୍‌କୁ ନେଇ ଗୃହରେ ବିରୋଧୀ ହୋହଲ୍ଲା କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିରପେକ୍ଷ ତଦନ୍ତ ଉପରେ ଗୁରୁତ୍ବ ଦେଇଛନ୍ତି । ଅଭିଯୁକ୍ତଙ୍କୁ କଠୋର ଶାସ୍ତି ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି । ପରୀକ୍ଷା ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଲାଗି ସରକାର ପେପର ଲିକ୍ ମାମଲା ଉପରେ ନଜର ରଖିଛନ୍ତି । ପରୀକ୍ଷାରେ ଅନିୟମତତାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି । 

 ବିଭିନ୍ନ ରାଜ୍ୟରେ ପରୀକ୍ଷାରେ ଅନିୟମିତତା ହୋଇଛି । ଏନେଇ ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ଉଭୟ ଶାସକ ଏବଂ ବିରୋଧୀ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ମେଡିକାଲ ପ୍ରବେଶିକା ପରୀକ୍ଷାରେ ୬୭ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ମାର୍କ ରଖିବା ପରେ ଏହି ବିବାଦ ତେଜିବାରେ ଲାଗିଛି । ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଗ୍ରେସ୍‌ ମାର୍କ ଦିଆଯାଇଥିବା ନେଇ ସ୍ପଷ୍ଟୀକରଣ ପରେ ନିଟ-ୟୁଜି ପେପର ଲିକ୍‌ ମାମଲା ଉଗ୍ର ରୂପ ଧାରଣ କରିଛି । ମାମଲାରେ ଏକାଧିକ ଅଭିଯୁକ୍ତ ଗିରଫ ହେବା ସହ ତଦନ୍ତ ଜାରି ରହିଛି ।  ବିହାର, ଦିଲ୍ଲୀ ଏବଂ ମହାରାଷ୍ଟ୍ରରୁ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସିବିଆଇ ସଲଭର ଗ୍ୟାଙ୍ଗର ପର୍ଦ୍ଦାଫାସ ବି କରିଛି । 

 ବିହାରରୁ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅନୁରାଗ ଠାକୁର ପେପର ଲିକ୍‌ ନେଇ ସ୍ବୀକାର କରିଛି । ପରୀକ୍ଷା ହେବାର ୨୪ ଘଣ୍ଟା ପୂର୍ବରୁ ସେ ଆଉ ତା ସାଙ୍ଗ ପ୍ରଶ୍ନପତ୍ର ପାଇଥିଲେ ବୋଲି ମାନିଛି । ସେପଟେ ସିବିଆଇ ଅନୁସାରେ, ପେପର ଲିକ୍‌ ମାମଲାରେ ବହୁ ବଡ଼ ବଡ଼ ଲୋକଙ୍କ ହାତ ରହିଛି । ତେବେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଏକାଧିକ ପରୀକ୍ଷାରେ ଅନିୟମତତା ହୋଇଛି । ଏହାକୁ ନଜରରରେ ରକି ୟୁଜିସି-ନେଟ୍‌ ପରୀକ୍ଷା ବାତିଲ ହୋଇଥିବା ବେଳେ ନିଟ-ପିଜି ପରୀକ୍ଷା ସ୍ଥଗିତ ରହିଛି ।  

  • president india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.