ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଶ୍ଚାତ୍ୟ ଦେଶକୁ ପୁତିନଙ୍କ ଚେତାବନୀ, ୟୁକ୍ରେନକୁ ସାହାଯ୍ୟ କଲେ ପରିଣାମ ଭୟଙ୍କର ହେବ...

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପାଶ୍ଚାତ୍ୟ ଦେଶମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନେଇ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାଶ୍ଚାତ୍ୟ ଦେଶ ଗୁଡିକ ରୁଷ ଉପରେ ଆକ୍ରମଣ କରିବାକୁ ୟୁକ୍ରେନକୁ ନିଜର ଅସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦିଏ, ତେବେ ଏହାର ପରିଣାମ ବହୁତ ଖରାପ ହେବ । ପୁତିନ ଏହି ଚେତାବନୀ ଏଭଳି ଏକ ସମୟରେ ଦେଇଛନ୍ତି ଯେତେବେଳେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ କହିଥିଲେ ଯେ, ରୁଷ ଯେଉଁ ସ୍ଥାନରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି, ସେହି ସ୍ଥାନଗୁଡିକୁ ଧ୍ୱଂସ କରିବାକୁ ୟୁରୋପୀୟ ଦେଶମାନେ ୟୁକ୍ରେନକୁ ସାହାଯ୍ୟ କରିବା ଉଚିତ୍ । 

ଆଉ ଏହି ସମୟରେ ନାଟୋର ସଦସ୍ୟ ତଥା ସହଯୋଗୀ ଦଳର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ରୁଷର ମାଟି ଉପରେ ଆକ୍ରମଣ କରିବାକୁ ୟୁକ୍ରେନକୁ ଅସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ସୂଚନାଥାଉକି, ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି।

ଉଜବେକିସ୍ତାନ ଗସ୍ତ ସମୟରେ ରାଷ୍ଟ୍ରପତି ପୁତିନ ପାଶ୍ଚାତ୍ୟ ଦେଶ ମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଏହାର ପରିଣାମ ଭୟାବହ ହେବ । ସେ ଆହୁରି କହିଛନ୍ତି, ୟୁରୋପର ଛୋଟ ଦେଶ ମାନେ କାହା ସହିତ ଖେଳୁଛନ୍ତି ସେ ବିଷୟରେ ଜାଣି ରଖିବା ଉଚିତ୍ । ବାସ୍ତବରେ, ଅନେକ ୟୁରୋପୀୟ ଦେଶରେ ଛୋଟ ଅଞ୍ଚଳରେ ବହୁଳ ଜନସଂଖ୍ୟା ଅଛି । ଏହି ପ୍ରସଙ୍ଗରେ ପୁଟିନ କହିଛନ୍ତି,"ରୁଷ ଅଂଚଳରେ ଆକ୍ରମଣ କରିବା ପୂର୍ବରୁ ସେମାନେ ଏହି ବିଷୟକୁ ଧ୍ୟାନ ଦେବା ଉଚିତ୍ । ଏହା ଏକ ଗମ୍ଭୀର ବିଷୟ । ସେ କହିଛନ୍ତି ଯେ ୟୁକ୍ରେନରେ ପାଶ୍ଚାତ୍ୟ ସାମରିକ ପ୍ରଶିକ୍ଷକ ମାନେ ଗୁପ୍ତ ଭାବରେ କାର୍ଯ୍ୟ କରୁଛନ୍ତି। ସୋମବାର ୟୁକ୍ରେନର ବରିଷ୍ଠ କମାଣ୍ଡର କହିଛନ୍ତି ଯେ ଦେଶକୁ ସାମରିକ ପ୍ରଶିକ୍ଷକ ପଠାଇବା ନେଇ ଫ୍ରାନ୍ସ ସହ ଆଲୋଚନା ଚାଲିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.