ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରୋଇ ଟିଭି ଚ୍ୟାନେଲ୍‌ କାର୍ଯ୍ୟକ୍ରମକୁ ବିରୋଧ: ଉପସ୍ଥାପକଙ୍କ ମନ୍ତବ୍ୟକୁ ନେଇ ତାତିଲେ ମହିଳା, ପିଙ୍ଗିଲେ ଚେୟାର

ଡେଲାଙ୍ଗ,୧୦/୦୨: ଏକ ଘରୋଇ ବୈଦୁତିକ  ଗଣମାଧ୍ୟମ ପକ୍ଷରୁ ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ  ରେଙ୍ଗଳ ଗ୍ରାମସ୍ଥିତ ମେଳଣ ପଡିଆରେ ଶୁକ୍ରବାର  ଆୟୋଜିତ ହୋଇଥିଲା ‘ଜନ ଅଦାଲତ’ ନାମକ  ଏକ କର୍ଯ୍ୟକ୍ରମ । ତେବେ ଏହି କାର୍ଯ୍ୟକ୍ରମ  ଚାଲୁଥିଲା ବେଳେ ଏହାକୁ ବିରୋଧ କରିସ୍ଥାନୀୟ  ମହିଳା ସଂଘବଦ୍ଧ ଭାବେ ସଭାସ୍ଥଳରେ ପହଞ୍ଚି  ଚୌକି ଫୋପଡ଼ା ଫିଙ୍ଗା କରିଥିଲେ । ଉଭୟ  ଗୋଷ୍ଠୀ ମାରପିଟ୍‌ରେ କିଛି ମହିଳା ମଧ୍ୟ ଆହତ  ହୋଇଥିବା ଖବର ମିଳିଛି । ଏନେଇ ଡେଲାଙ୍ଗ  ଥାନାରେ ୨ଟି ପୃଥକ ମାମଲା ରୁଜୁ କରାଯାଇଥିବା  ଜଣାପଡିଛି । 

ଘଟଣା ଅନୁଯାୟୀ ଉକ୍ତ ଘରୋଇ ଚ୍ୟାନେଲ୍‌  ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩ ପ୍ରମୁଖ  ଦଳର ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ ।  ବିଜେଡି ପକ୍ଷରୁ ଯୁବନେତା ମନୋଜ ଦାଶ,  ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସଂଯୋଜକ  ଗଙ୍ଗାଧର ବରାଳ ବିତର୍କ ମଞ୍ଚ ଉପରେ ବସିଥିବା  ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ କର୍ମୀ ନିର୍ମଳ  ପରିଡ଼ା ଅତିଥି ଭାବେ ବିତର୍କରେ ଅଂଶଗ୍ରହଣ  କରିବାକୁ ମଞ୍ଚ ସମ୍ମୁଖରେ ପଡିଥିବା ଚୌକିରେ  ବସିଥିଲେ ।  

ପଞ୍ଚାୟତ ଓ ନିର୍ବାଚନ ମଣ୍ଡଳୀର ବିଭିନ୍ନ  ସମସ୍ୟା ନେଇ ଜନ ଅଦାଲତରେ ବିତର୍କ ଆରମ୍ଭ  ହେଉଥିବା ବେଳେ ଏହି ବୈଦ୍ୟୁତିକ ଗଣମାଧ୍ୟମର  ଉପସ୍ଥାପକଙ୍କ କିଛି ମନ୍ତବ୍ୟ ନିଜସ୍ୱ ଥିଲା ଯାହାକୁ  ଚର୍ଚ୍ଚାର ବାହାରକୁ ଯିବା ଓ ଆକ୍ଷେପମୂଳକ ବୋଲି  ସ୍ଥାନୀୟ ମହିଳା ବିରୋଧ କରିଥିଲେ । ଫଳରେ  ଘଟଣାସ୍ଥଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ତେବେ ଉପସ୍ଥାପନା ପଦ୍ଧତିକୁ ପରିମାର୍ଜିତ କରି  କହିବାକୁ ମହିଳାମାନେ ଦାବି କରିଥିଲେ ।  

ଏହି ସମୟରେ ବିରୋଧ କରୁଥିବା ମହିଳା  ମାନଙ୍କ ଉପରକୁ ଅଣ୍ଡା ମାଡ଼ ହୋଇଥିଲା । ଏହା  ପରେ ମହିଳାମାନଙ୍କୁ କେତେକ ବ୍ୟକ୍ତି ଅଶ୍ଳୀଳ  ଭାଷାରେ ଗାଳିମନ୍ଦ କରିବା ସହିତ ଜାତିଆଣ  ଆକ୍ଷେପ ମଧ୍ୟ କରିଥିଲେ । ଫଳରେ ଏହାକୁ  ନେଇ ସେଠାରେପ୍ଲାଷ୍ଟିକ୍‌ ଚୌକିରେ ମାରପିଟ  ଆରମ୍ଭ ହୋଇଥିଲା । ଏହି ଗଣ୍ଡଗୋଳ ୨ ଗୋଷ୍ଠୀର  ମହିଳା ମାନଙ୍କ ମଧ୍ୟରେ ହୋଇଥିବା ବେଳେ  ଚୌକି ଫିଙ୍ଗାଫିଙ୍ଗିର ଏକ ଭିଡିଓ ସାମାଜିକ  ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।  

ଘଟଣାସ୍ଥଳରେ ଡେଲାଙ୍ଗ ପୁଲିସ ପହଞ୍ଚି  ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା  ସହିତ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଏଥିରେ ଏକାଧିକ ମହିଳା ସାମାନ୍ୟ  ଆହତ ହୋଇଥିବା ବେଶେଷ ସୁତ୍ରରୁ ସୂଚନା  ମିଳିଛି । ଏନେଇ ଝାରପଡା ଗ୍ରାମର ସସ୍ମିତା ଭଟ୍ଟ  ଓ ରେଙ୍ଗଳ ପାଟଣା ଗ୍ରାମର ସୂର୍ଯ୍ୟକାନ୍ତୀ ବେହେରା  ଡେଲାଙ୍ଗ ଥାନାରେ ୨ଟି ପୃଥକ ଅଭିଯୋଗ  କରିଛନ୍ତି । ପୋଲିସ ୫୨/୨୪ ଓ ୫୩/୨୪ ରେ  ଦୁଇଟି ମାମଲା ରୁଜୁକରିଥିବା ଜଣାପଡିଛି ।  ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ, ନିମନ୍ତ୍ରିତ  ଅତିଥି, ସ୍ଥାନୀୟ କେତେକ ବ୍ୟକ୍ତିଙ୍କ ବିରୋଧରେ  ମଧ୍ୟ ମାମଲା ହୋଇଥିବା ଜଣାପଡିଛି । 

ସୂଚନା  ଥାଉକି ଗତ ସୋମବାର ଦିନ ପିପିଲି ଥାନା  ଅଧିନ ରଇଁସଲ ଗ୍ରାମରେ ମଧ୍ୟ ଅନ୍ୟ ଏକ  ଘରୋଇ ଟିଭି ଚ୍ୟାନେଲ୍‌ ପକ୍ଷରୁ କରାଯାଉଥିବା  ‘ଗାଁ ରାଜନୀତି’ କାର୍ଯ୍ୟକ୍ରମରେ ମଧ୍ୟ ଅନୁରୂପ  ହଙ୍ଗାମା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.