ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ସୁଟିଂ ସମୟରେ ଆହତ ହେଲେ ପ୍ରିୟଙ୍କା, ଫଟୋ ଭାଇରାଲ

ମୁମ୍ବାଇ,୨୨/୬: ଫିଲ୍ମ ସୁଟିଂ ବେଳେ ଆହତ ହେଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯାହାର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରିୟଙ୍କାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗି୍ଥିବା ଦେଖିବାକୁ ମିଳୁଛି। 

ସୂଚନା ଅନୁଯାୟୀ, ପ୍ରିୟଙ୍କା ରୁସୋ ବଦର୍ସଙ୍କ ଦ ବ୍ଲଫ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ‌ଆକସନ ସିନେମାରେ ପ୍ରିୟଙ୍କା ମୁଖ୍ୟ ଭୂମିକାରେ ନଜର ଆସିବେ। ସିନେମାରେ ଥିବା ଆକସନ ଦୃଶ୍ୟଗୁଡ଼ିକୁ କୌଣସି ପ୍ରକାର ଏଡିଟିଂ କରାଯାଉନାହିଁ। ନିଜେ ପ୍ରିୟଙ୍କା ଉକ୍ତ ଆକସନ ସିନକୁ କରିବାକୁ ଚେଷ୍ଟା କରୁଛନ୍ତି। କିଭଳି ପରଦାରେ ତାଙ୍କ ଆକସନ ବାସ୍ତବ ଲାଗିବ ସେଥିପାଇଁ ପ୍ରିୟଙ୍କା ଖୁବ ପରିଶ୍ରମ କରୁଛନ୍ତି। ଏଭଳି ଏକ ଆକସନ ସିନର ସୁଟିଂ କରୁଥିବା ବେଳେ ପ୍ରିୟଙ୍କାଙ୍କୁ ଗଭୀର ଭାବେ ଆଘାତ ଲାଗିଛି। ଏହି ଆଘାତ ତାଙ୍କ ବେକ, କାନ୍ଧ, ଗୋଡ଼ ଓ ହାତରେ ଲାଗିଛି। ଏସବୁ ସ୍ଥାନରେ କଟା ଚିହ୍ନ ଥିବା ଦେଖିବାକୁ ମିଳୁଛି। ତେବେ ପ୍ରିୟଙ୍କା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ପ୍ରଥମେ ତାଙ୍କୁ ଯେଉଁ ଅବସ୍ଥାରେ ଦେଖିବାକୁ ମିଳୁଛି ତାହା ଆକସନ ସି‌ନର ସୁଟିଂ ପାଇଁ ମେକଅପ ଥିବା ବେଳେ କିଛି ସମୟ ପରେ ତାଙ୍କ ଶରୀରର ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲା କଟାସ୍ଥାନ ବାସ୍ତବ ବୋଲି କୁହାଯାଉଛି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.