ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନକ୍ସଲ ପ୍ରବଣ ଅଞ୍ଚଳରେ ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର, ବୋର୍ଡ ପରୀକ୍ଷା ଦେଉଛନ୍ତି ୩୬ ଛାତ୍ରଛାତ୍ରୀ

ସୁକମା: ଅପହଞ୍ଚ ଇଲାକାରେ ପହଞ୍ଚିଛି ଶିକ୍ଷା । ନା ବାଧକ ସାଜିଛି ଜଙ୍ଗଲ ନା ବାଟ ଓଗାଳିପାରିଛି ନକ୍ସଲର ଭୟ   । ଛତିଶଗଡ଼ରୁ ଆସିଛି ପରିବର୍ତ୍ତନର ନିଆର ଦୃଶ୍ୟ । ହେଲିକପ୍ଟର ଯୋଗେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନପତ୍ର । ନକ୍ସଲ ପ୍ରବଣ ସୁକମାର ଜାଗରଗୁଣ୍ଡାରେ ବୋର୍ଡ ପରୀକ୍ଷା ଦେଉଛନ୍ତି ଦେଶର ଭବିଷ୍ୟତ । ମାତ୍ର ୩୬ ଛାତ୍ରଛାତ୍ରୀଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି  । ପ୍ରଥମ ଥର ପରୀକ୍ଷା କେନ୍ଦ୍ର ହୋଇଥିବା ଜାଗରଗୁଣ୍ଡାରେ ପ୍ରଶ୍ନପତ୍ର ପହଞ୍ଚାଇଛି ପ୍ରଶାସନ । ନକ୍ସଲ ପ୍ରବଣ ଇଲାକାରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।  ସୁକମା ଠାରୁ ୯୪ କିଲୋମିଟର ଦୂରରେ ରହିଛି ଏହି ପରୀକ୍ଷା କେନ୍ଦ୍ର । ଛତିଶଗଡ଼ ନକ୍ସଲ ପ୍ରବଣ ଅଞ୍ଚଳରେ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଛି । 

ମାର୍ଚ୍ଚ ୧ରୁ ମାଟ୍ରିକ୍ ସହିତ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପ୍ରଶ୍ନପତ୍ର ପହଞ୍ଚିଛି । ମାତ୍ର ୩୬ ଛାତ୍ରଛାତ୍ରୀଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି । ନକ୍ସଲ ପ୍ରବଣ ଦୁର୍ଗମ ଅଞ୍ଚଳରେ ହେଲିକପ୍ଟର ଯୋଗେ ପ୍ରଶ୍ନପତ୍ର ପହଞ୍ଚିଛି । ଏହା ସହିତ ପରୀକ୍ଷା ସେଣ୍ଟରକୁ ପୋଲିସ୍ ଛାଉଣି କରାଯାଇଛି । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଜାଗରଗୁଣ୍ଡା ପରୀକ୍ଷା କେନ୍ଦ୍ର କରିଛନ୍ତି ।  

ନକ୍ସଲ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସୁକମା ମୁଖ୍ୟାଳୟ ଠାରୁ ୯୪ କିଲୋମିଟର ଦୂରରେ ରହିଛି ଏହି ପରୀକ୍ଷା କେନ୍ଦ୍ର । ଏଥିରେ ସେଣ୍ଟରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୧୬ଜଣ ପରୀକ୍ଷା ଦେଉଥିବା ବେଳେ ଦ୍ବାଦଶ ଶ୍ରେଣୀରେ ୨୦ଜଣ ପିଲା ପରୀକ୍ଷା ଦେଉଛନ୍ତି । ଦୁର୍ଗମ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ପୂର୍ବରୁ ପରୀକ୍ଷା ସେଣ୍ଟର ହୋଇନଥିଲା । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ୬୦ କିଲୋମିଟର ଦୂର ଦୋର୍ଣ୍ଣାପାଳ ଯାଇ ବୋର୍ଡ ପରୀକ୍ଷା ଦେଉଥିଲେ । 

ମାତ୍ର ଚଳିତ ବର୍ଷ ଏହି ମାଓ ଇଲାକାରେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ।  ୩୬ଜଣ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହେଲିକପ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.