ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୯ରେ ଖଡଗେ, ୩୦ରେ ରାହୁଲ ଆସିବେ ଓଡିଶା

ଭୁବନେଶ୍ବର,୨୬।୫ : ଉତ୍ତର ଓଡିଶାକୁ କଂଗ୍ରେସର ଫୋକସ।  ଉତ୍ତର ଓଡିଶାକୁ ନିର୍ବାଚନ ପ୍ରଚାର କରିବା ପାଇଁ  ଆସୁଛନ୍ତି  ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ। ୨୯ରେ ଖଡଗେ ଓ ୩୦ରେ ରାହୁଲ ଓଡିଶା ଆସିବେ।  ଏ ନେଇ ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

୨୯ ତାରିଖରେ ଖଡଗେ ସକାଳ ୧୧ ଟା ବେଳେ ବାଲେଶ୍ଵରରେ ବୈଠକ କରିବେ। ପରେ  ଅପରାହ୍ନ ୩ ଟାରେ ଭଦ୍ରକରେ ଗୋଟେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିଯିବେ ଖଡଗେ । ସେହିଭଳି ରାହୁଲ ଗାନ୍ଧୀ ୩୦ ତାରିଖରେ  ବାଲେଶ୍ବର ସିମୁଳିଆ ଆସୁଛନ୍ତି । ସିମୁଳିଆ ସାନ ମୋହିତ ପୁରରେ ପୂର୍ବାହ୍ନ ୧୧ ଟା ରେ ନିର୍ବାଚନୀ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ଭୋଧିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.