ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଘଟିଥିଲା ନା ଆକ୍ରମଣ ହୋଇଥିଲା ? ଇରାନୀ ସେନା କହିଲେ ଘଟଣା ପଛର ସତ

ତେହେରାନ : ଇରାନର ଦିବଙ୍ଗତ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କୁ ଦେଶର ସବୁଠୁ ପବିତ୍ର ଶିୟା ଦରଗାହରେ ସୁପୁର୍ଦ-ଏ-ଖାକ୍‌ କରିଦିଆ ଯାଇଛି। କିଛି ଦିନ ପୂର୍ବେ ତାଙ୍କର ହେଲିକପ୍ଟର ଦୁର୍ଘଟଣାରେ ବିଦେଶମନ୍ତ୍ରୀ ଓ ଆଉ ୬ ଜଣଙ୍କ ସହ ମୃତ୍ୟୁ ହୋଇଥିଲା। ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ପାହାଡ଼ ସହ ଧକ୍କା ହୋଇଥିଲା, ଏହାର ତୁରନ୍ତ ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଇରାନର ସରକାରୀ ମିଡ଼ିଆ ଦୁର୍ଘଟଣାର ସେନା ତଦନ୍ତକାରୀଙ୍କ ଅନୁସାରେ ଏହି କହିଛି। 

ଏହା ବି କୁହାଯାଇଛି କି, ଏହି କଥାର କୌଣସି ସଙ୍କେତ ମିଳିନାହିଁ , ଯାହାକି ଏହା ସାବ୍ୟସ୍ତ କରିବ ଯେ, କେଉଁ ପ୍ରକାରର ଆକ୍ରମଣ ହୋଇଥିଲା। ଏହି ବୟାନ ଏମିତି ସମୟରେ ସାମନାକୁ ଆସିଛି , ଯେବେ ରଇସିଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାରର ଆଲୋଚନା ହେଉଛି। 

ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ପ୍ରଭାରୀ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍‌ , ଏହାକୁ ନେଇ ଗୁରୁବାର ବିଳମ୍ୱିତ ରାତିରେ ନିଜର ବୟାନ ଜାରି କରିଛନ୍ତି। ଏଥିରେ ଦୁର୍ଘଟଣାକୁ ନେଇ କୌଣସି ଦୋଷ ଲଗାଯାଇ ନାହିଁ। ହେଲେ ବୟାନରେ କୁହାଯାଇଛି କି , ଏହାକୁ ନେଇ ଆହୁରି ଅଧିକ ସୂଚନା ଆଗାମୀ ଯାଞ୍ଚ ପରେ ଦିଆଯିବ। ଜେନେରାଲ ଷ୍ଟାଫ୍‌ଙ୍କ ପକ୍ଷରୁ ଜାରି ବୟାନ ମୁତାବିକ, ଦୁର୍ଘଟଣା ପୂର୍ବରୁ କଣ୍ଟ୍ରୋଲ ଟାୱାର ଓ ହେଲିକପ୍ଟରର କ୍ରୁ ମେମ୍ୱର୍ସଙ୍କ ମଧ୍ୟରେ କମ୍ୟୁନିକେସନରେ କିଛି ବି ସଦିଗ୍ଧ ନାହିଁ। ଏଥିରେ କୁହାଯାଇଛି କି, ହେଲିକପ୍ଟରକୁ ନେଇ ଶେଷ ମେସେଜ୍‌ ଦୁର୍ଘଟଣାରେ ପାଖାପାଖି ୯୦ ସେକେଣ୍ଟ ପୂର୍ବରୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.