ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା, ଆସିଲା ଅଭିଯୁକ୍ତଙ୍କ ଅସଲି ଫଟୋ ଓ ଠିକଣା

Image Courtesy: indiatv

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ହୋଇଥିବା ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପ୍ରକୃତ ଫଟୋ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଉଭୟ ଅଭିଯୁକ୍ତ ଶିବାମୋଗାର ଆଇଏସ୍ଆଇଏସ୍‌ ମଡ୍ୟୁଲ୍ ସହିତ ଜଡିତ ଥିବା ବେଳେ ପୂର୍ବରୁ ଅନ୍ୟ ଏକ ମାମଲାରେ ସଂପୃକ୍ତ ଥିଲେ । ମୁଖ୍ୟ ଅଭିଯୁକ୍ତ ମୁସାବିର ହୁସେନ୍ ଶାଜିବ କର୍ଣ୍ଣାଟକର ଶିବାମୋଗା ଜିଲ୍ଲା ଅନ୍ତର୍ଗତ ତିର୍ଥହାଲୀର ବାସିନ୍ଦା । 

 ଦ୍ୱିତୀୟ ଅଭିଯୁକ୍ତ ଅବଦୁଲ ମାଥେରାନ୍ ତାହା ମଧ୍ୟ ତିର୍ଥହାଲୀରେ ରହେ । ଏନଆଇଏ ସୂତ୍ରରୁ ଜଣାପଡିଛି ଯେ ବିସ୍ଫୋରଣ ପୂର୍ବରୁ ଉଭୟ ଚେନ୍ନାଇର ତ୍ରିପ୍ଲିକାନରେ ଥିବା ଏକ ଲଜରେ ଥିଲେ । ବିସ୍ଫୋରଣ ପରେ ସେମାନେ ପୁଣି ଚେନ୍ନାଇକୁ ଫେରି ଯାଇଥିଲେ । ଶେଷ ଥର ପାଇଁ ତାମିଲନାଡୁର ସୀମାକୁ ଲାଗି ଆନ୍ଧ୍ରପ୍ରଦେଶର ନେଲ୍ଲୋର୍‌ରେ ଅଭିଯୁକ୍ତଙ୍କ ଠିକଣାର ସନ୍ଧାନ ମିଳିଛି । ଏନଆଇଏ ସନ୍ଦିଗ୍ଧ ବିସ୍ଫୋରଣକାରୀଙ୍କ ଚିତ୍ର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରିଥିଲା । 

ଏହା ସହ ଏନଆଇଏ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିରୋଧରେ ପୁରସ୍କାର ରାଶି ଘୋଷଣା କରିଥିଲା । ସନ୍ଦିଗ୍ଧ ବିସ୍ଫୋରଣକାରୀଙ୍କ ବିଷୟରେ ସୂଚନା ପ୍ରଦାନ କଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଏନ୍‌ଆଇଏ ଘୋଷଣା କରିଛି । ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ବ୍ରୁକଫିଲ୍ଡରେ ଥିବା ରାମେଶ୍ୱରମ କାଫେ ଭିତରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ୧୦ ଜଣ ଆହତ ହୋଇଥିଲେ । ଆଇଇଡି ଲଗାଇ ଏଠାରେ ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି । 

 ସେପଟେ ବିସ୍ଫୋରଣ ହେବାର ସପ୍ତାହ ପରେ ରାମେଶ୍ୱରମ କାଫେକୁ କଡା ସୁରକ୍ଷା ଭିତରେ ପୁଣି ଖୋଲା ଯାଇଥିଲା। କାଫେକୁ ଫୁଲରେ ସଜାଇବା ସହ ପୂଜାପାଠ ମଧ୍ୟ କରାଯାଇଥିଲା । ରାମେଶ୍ୱରମ କ୍ୟାଫେର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ମେଟାଲ ଡିଟେକ୍ଟର ଲଗାଯାଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.