ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଡ଼ା ସୁରକ୍ଷା ମଧ୍ୟରେ ମାଲକାନଗିରିରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ମାଲକାନଗିରି, ୨୬।୧ : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।କଡ଼ା ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ଉଦ‌ବୋଧନ ଦେଇଛନ୍ତି। 

ସେ କହିଛନ୍ତି ଯେ, ଯେଉଁ ମହାନମାନବ, ବରପୁତ୍ର ନିଜର ଅସୀମ ତ୍ୟାଗ, ଆତ୍ମବଳୀ ପ୍ରତିଦାନରେ ଆମ ପାଇଁ ସ୍ବାଧୀନତା ଅଣି ଭାରତକୁ ଏକ ସାର୍ବଭୌମ,ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆମର ଏବେ ବି ଚିରସ୍ମରଣୀୟ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ। ଅନେକ ଜାତି, ଭାଷା, ଧର୍ମ, ବିଶ୍ବାସ, ସଂସ୍କୃତି, ପମ୍ପରାକୁ ଆମେ ବଜାଇରଖିବା । ଏହି ମାଟିରେ ଅନେକ ସଂଗ୍ରାମୀଙ୍କର ରକ୍ତ ପ୍ରବାହିତ ହେଉଛି। ଆଉ ମାଲକାନଗିରି ଜିଲ୍ଲା ପଛୁଆ ନାହିଁ। ରାଜ୍ୟର ଯେଉଁ ଉନ୍ନତିମୂଳକ ପ୍ରକଳ୍ପ ହେଉଛି ତାହା ମାଲକାନଗିରି ଜିଲ୍ଲାରୁ ହିଁ ଶୁଭାରମ୍ଭ କରାଯାଉଛି।  

ପରେଡରେ ଆରକ୍ଷୀ ବାହିନୀ, ସ୍କୁଲ କଲେଜର ଛାତ୍ରଛାତ୍ରୀ ମୋଟ ୨୬ଟି ଦଳ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗୀତା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ପରେଡରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଶେଷ କରି ଚଳିତ ବର୍ଷ ପ୍ରଥମ ଥର କରି ମାଲକାନଗିରି ଜିଲ୍ଲାର ସତବିର ସିଂ ଭାରତୀୟ କ୍ରିକେଟ ଟିମର ମ୍ୟାନେଜର ଭାବେ ସାଉଥ ଆଫ୍ରିକାରେ କ୍ରିକେଟ ମ୍ୟାଚ ଖେଳିବା ପାଇଁ ଯାଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । 

ପରେଡକୁ ରିଜର୍ଭ ପୁଲିସ ଇନ୍ସପେକ୍ଟର ପରିଚାଳନା କରିଥିଲେ । ଏହି ଅବସରରେ ଏସପି ନିତେଶ ଓଧାନୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ, ଜିଲ୍ଲା ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମି, ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜିବୀ, ଶିକ୍ଷାବିତ୍, ବିଶିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଜିଲ୍ଲା ହସ୍ପିଟାଲରେ ରୋଗୀ ଓ ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ଅତିଥିଙ୍କ ଦ୍ବାରା ଫଳ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା। 

ଅନୁରୂପ ଭାବେ ଜିଲ୍ଲାପାଳ କାର୍ଯ୍ୟାଳୟ, ଆଦିବାସୀ ଉନ୍ନୟନ ସଂସ୍ଥା, ମାଲକାନଗିରି ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଜିଲ୍ଲା ପରିଷଦ. ଚିତ୍ରକୋଣ୍ଡା, ମୋଟୁ, କାଲିମେଳା, କୋରକୁଣ୍ଡା, ମାଥିଲି, ଖଇରପୁଟ, ଗୁମ୍ଫା ବ୍ଳକ ଓ ତହସିଲ ଗୁଡିକରେ ବିଭାଗୀୟ ଅଧିକାରୀମାନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.