ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଶ୍ରୀକ୍ଷେତ୍ର ଶୀତଳଷଷ୍ଠୀରେ ବାଣ ଫୁଟା ଉପରେ କଟକଣା

ପୁରୀ, ୧୨/୬ : ପବିତ୍ର ଶୀତଳଷଷ୍ଠୀ ଅବସରରେ ପୁରୀର ବିଭିନ୍ନ ଶିବ ମନ୍ଦିରମାନଙ୍କରେ ବାଣ ଫୁଟା ଉପରେ ୧୪୪ ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳ ତଥା ଉପଖଣ୍ଡ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିବା ପାୱାର ଆଧାରରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। 

ପୁରୀର ଜମ୍ବଶ୍ୱର ମନ୍ଦିର, ଶ୍ରୀ ଲୋକନାଥ ଦେବ ମନ୍ଦିର, ଶ୍ରୀ ମାର୍କଣ୍ଡେଶ୍ୱର ମନ୍ଦିର, ଶ୍ରୀ କପାଳଲୋଚନ ମନ୍ଦିର, ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଶ୍ରୀ ଶଙ୍କରେଶ୍ୱର ମନ୍ଦିର, ଓମକାରେଶ୍ୱର ମନ୍ଦିର ଏବଂ ପୁରୀ ଓ ବୀରହରେକୃଷ୍ଣପୁର ସ୍ଥିତ ବାନାମ୍ବର ମନ୍ଦିର ପରିସରରେ ଚଳିତ ମାସ ୧୨ ତାରିଖ ଅପରାହ୍ନ ୬ ଘଟିକା ଠାରୁ ୧୪ ତାରିଖ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ କୌଣସି ବାଣ ଫୁଟା ଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.