ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ମୋଦୀଙ୍କ ଅପିଲ ପରେ ପୁଟିନଙ୍କ ବଡ଼ ଘୋଷଣା; ସ୍ବଦେଶ ଫେରିବ ଋଷରେ ଯୁଦ୍ଧ ଲଢ଼ୁଥିବା ଭାରତୀୟ

Image source: ABP live

ନୂଆଦିଲ୍ଲୀ,୦୯/୦୭: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଋଷରେ ଅଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ମସ୍କୋ ଯାଇଛନ୍ତି। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀ କରୋନା ପରେ ପ୍ରଥମ ଥର ପାଇଁ ଋଷ ଯାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୋଦୀ ଋଷ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଏହା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ ଭାରତୀୟମାନେ ଶୀଘ୍ର ସ୍ବଦେଶକୁ ଫେରିବେ।

ସମ୍ପୁର୍ଣ୍ଣ ମାମଲା କ'?

କହିରଖୁଛୁ ଯେ, ପୂର୍ବ ରିପୋର୍ଟରୁ ଜଣାପଡିଛି ଯେ, ଋଷର ସେନା ସହିତ ଭାରତୀୟ ନାଗରିକମାନେ ୟୁକ୍ରେନ ବିରୁଦ୍ଧରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ସୁରକ୍ଷା ସହାୟକ ଭାବେ କାମ କରିବା ପାଇଁ ଭାରତୀୟମାନଙ୍କୁ ପ୍ରତାରଣା କରି ସୀମାକୁ ପଠାଯାଉଛି। 'ଦ ହିନ୍ଦୁ' ଏହାର ରିପୋର୍ଟରେ କହିଛି ଯେ ନଭେମ୍ବର ୨୦୨୩ ରୁ ପ୍ରାୟ ୧୮ ଜଣ ଭାରତୀୟ ଋଷ-ୟୁକ୍ରେନ ସୀମାରେ ଫସି ରହିଛନ୍ତି। ଏହାରି ଭିତରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହି ଯୁଦ୍ଧରେ ଉତ୍ତରପ୍ରଦେଶ, ଗୁଜୁରାଟ, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଅନେକ ଯୁବକ ମଧ୍ୟ ଫସି ରହିଛନ୍ତି।

ଅଓ୍ବେସୀଙ୍କ ଚିଠି:

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହାଇଦ୍ରାବାଦର ଜଣେ ଯୁବକ ମଧ୍ୟ ଫସି ରହିଥିଲେ। ଯୁବକ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ସାହାଯ୍ୟ ପାଇଁ ଭାରତ ସରକାରଙ୍କୁ ନିବେଦନ କରିଥିଲେ। ଏହା ପରେ ପୀଡିତଙ୍କ ପରିବାର ଏଆଇଏମ୍‌ଆଇଏମ୍‌ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ସହ ଯୋଗାଯୋଗ କରିଥିଲେ। ଏ ସମ୍ପର୍କରେ ଅଓ୍ବେଶୀ ଜାନୁଆରୀ ୨୫ ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ମସ୍କୋରେ ଥିବା ଭାରତୀୟ ଦୂତାବାସକୁ ଏକ ଚିଠି ଲେଖିଥିଲେ। ଏଥିରେ ସେ ଯୁବକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.