ନୂଆଦିଲ୍ଲୀ,୫/୧୧ : ସାଉଥ ଆଫ୍ରିକା ବିପକ୍ଷରେ ରବିବାର ଖେଳାଯାଉଥିବା ମ୍ୟାଚରେ ବିରାଟ କୋହଲୀ ନିଜ ଓ୍ବାନଡେ କ୍ୟାରିୟରର ୪୯ତମ ଶତକ ଯୋଡ଼ିଛନ୍ତି । ଏହିଭଳି ଭାବେ ବିରାଟ କୋହଲୀ ଦିନିକିଆ ଫର୍ମାଟରେ ସଚିନ ତେନ୍ଦୁଲକରଙ୍କ ସବୁଠାରୁ ଅଧିକ ଶତକ ରେକର୍ଡ଼ର ସମକକ୍ଷ ହୋଇଯାଇଛନ୍ତି । ପୂର୍ବ ମହାନ ଭାରତୀୟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ନାଁରେ ଓ୍ବାନଡେ ମ୍ୟାଚରେ ୪୯ଶତକ ରହିଛି । ବିରାଟ କୋହଲୀଙ୍କ ୪୯ତମ ଶତକରେ ସଚିନ ତେନ୍ଦୁଲକର ଟ୍ବିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ସଚିନ ତେନ୍ଦୁଲକର ଲେଖିଛନ୍ତି କି ମୋତେ ୪୯ରୁ ୫୦ପର୍ଯ୍ୟନ୍ତ ପହଞ୍ଚିବାକୁ ୩୬୫ଦିନ ଲାଗିଲା, ଗତ ଦିନରେ ଏହି ବର୍ଷ ୫୦ପର୍ଯ୍ୟନ୍ତ ପହଞ୍ଚିଲି । କିନ୍ତୁ ମୋତେ ଭରଷା ରହିଛି କି ତୁମେ ୪୯ରୁ ୫୦ ପର୍ଯ୍ୟନ୍ତ ବହୁତ ଶୀଘ୍ର ପହଞ୍ଚିବ । ଆଗାମୀ କିଛି ମ୍ୟାଚରେ ମୋ ରେକର୍ଡ଼ ଭାଙ୍ଗିଦେବ । ଶୁଭେଚ୍ଛା... ।
Well played Virat.
— Sachin Tendulkar (@sachin_rt) November 5, 2023
It took me 365 days to go from 49 to 50 earlier this year. I hope you go from 49 to 50 and break my record in the next few days.
Congratulations!!#INDvSA pic.twitter.com/PVe4iXfGFk
ପ୍ରକାଶ ଯେ,ସୋସିଆଲ ମିଡ଼ିଆରେ ସଚିନ ତେନ୍ଦୁଲକରଙ୍କ ଏହି ଟ୍ବିଟ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ ସୋସିଆଲ ମିଡ଼ିଆ ୟୁଜର୍ସ ବାରମ୍ବାର କମେଣ୍ଟ୍ସ କରି ମାଷ୍ଟର ବ୍ଲାଷ୍ଟରଙ୍କ ଟ୍ବିଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।
ବିରାଟ କୋହଲୀ ଭାରତ ଲାଗି ୨୮୯ଦିନିକିଆ ଖେଳିଛନ୍ତି । ଓ୍ବାନଡେ କ୍ୟାରିୟରରେ ବିରାଟ କୋହଲୀ ୧୩୬୨୬ ରନ କରିଛନ୍ତି । ଏହି ଫର୍ମାଟରେ ବିରାଟ କୋହଲୀଙ୍କ ଆଭରେଜ ୫୮.୪୮ ରହିଥିବାବେଳେ ଯାହାକି ଷ୍ଟ୍ରାଇକ ରେଟ ୯୩.୫୫ରହିଛି । ଏହାସହ ଦିନିକିଆ କ୍ୟାରିୟରରେ ବିରାଟ କୋହଲୀ ୪୯ଶତକ ଯୋଡ଼ିଛନ୍ତି । ଏହା ବ୍ୟତୀତ ୭୦ଥର ୫୦ରନ ପାର କରିସାରିଛନ୍ତି । ସେହିଭଳି ଏହି ବିଶ୍ବକପରେ ବିରାଟ କୋହଲୀ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟରଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲୀ ୮ମ୍ୟାଚରେ ୧୦୮.୬୦ର ଆଭରେଜରେ ୫୪୩ରନ କରିଛନ୍ତି ।