ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସହିଦନଗର ଥାନାର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ, ୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ୱର,୨୪/୦୩: ମାତ୍ର ୨ହଜାର ଟଙ୍କା ଲାଞ୍ଚ ନେବା ଏସ୍‌ଆଇଙ୍କୁ ପଡିଲା ମହଙ୍ଗା। ସହିଦନଗର ଥାନାର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ନିଲମ୍ବିତ କଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଶନିବାର ଜଣେ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଫେରସ୍ତ କରିବାକୁ  ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ଘଟଣା ପ୍ରିୟବ୍ରତ ପ୍ରଧାନଙ୍କୁ ସସ୍‌ପେଣ୍ଡ ହୋଇଛନ୍ତି। 

ସୂଚନା ମୁତାବକ, କିଛି ଦିନ ତଳେ ଥାନା ଅଞ୍ଚଳରେ ସହିଦନଗର ପୁଲିସ୍‌ ବ୍ଲକିଂ କରି ଚେକିଂ କରୁଥିଲା । ଏହି ସମୟରେ ମଦ୍ୟପାନ କରି ଯେଉଁମାନେ ଗାଡ଼ି ଚଳାଉଥିଲେ ସେମାନଙ୍କ ଗାଡ଼ି ଓ ଡିଏଲ୍‌ ଜବତ କରୁଥିଲା । ମଦ୍ୟପ ଗାଡ଼ି ଚାଳକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରୁଥିଲା ପୁଲିସ୍‌ । ଜଣେ ଗାଡ଼ି ଚାଳକ ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଗାଡ଼ି ରିଜିଲ୍‌ କରାଇଥିଲେ । ହେଲେ ଡିଏଲ୍‌ ଫେରାଇ ନଥିଲେ ଏସ୍‌ଆଇ ପ୍ରିୟବ୍ରତ । ସେଥିପାଇଁ ୫ ହଜାର ଟଙ୍କା ମାଗିଥିଲେ । ଗତ ୨୧ ତାରିଖ ଦିନ ୩ ହଜାର ଟଙ୍କା ନେଇଥିଲେ । ହେଲେ ଡିଏଲ୍‌ ଫେରସ୍ତ କରି ନଥିଲେ । ବାକି ୨ହଜାର ଟଙ୍କା ଦେଲେ ଡିଏଲ୍‌ ମିଳିବ ବୋଲି କହିଥିଲେ ଏସ୍‌ଆଇ । 

ଏହା ପରେ ସଂପୃକ୍ତ  ବ୍ୟକ୍ତି ଶୁକ୍ରବାର ଏ ବିଷୟରେ ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସଙ୍କୁ ଜଣାଇଥିଲେ । ତା’ପରେ ଏସ୍‌ଆଇଙ୍କୁ ଧରିବାକୁ ଯୋଜନା କରିଥିଲେ ଭିଜିଲାନ୍ସ । ଶନିବାର ସନ୍ଧ୍ୟା ବେଳେ ଥାନା କ୍ୟାମ୍ପସ୍‌ ଭିତରେ ବାକି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କ ଥାନା ଦପ୍ତର ଓ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଏହି ଘଟଣା ଆକ୍ସନ୍ ମୋଡ୍ ଆସିଥିଲା ପୋଲିସ କମିଶନର। ସହିଦନଗର ଥାନାର ଏସ୍‌ଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ସସ୍‌ପେଣ୍ଡ କରିଛନ୍ତି ସଞ୍ଜୀବ ପଣ୍ଡା।

ଉଲ୍ଲେଖଯୋଗ୍ୟ ଯେ, ସହିଦନଗର ଥାନା ପୁଲିସ୍‌ ଲାଞ୍ଚ ନେଇ ଧରାପଡ଼ିବା ୮ ମାସ ଭିତରେ ଏହା ଦ୍ୱିତୀୟ ଘଟଣା । ଗତ ଜୁଲାଇ ମାସରେ ଉକ୍ତ ଥାନାର ଏଏସ୍‌ଆଇ ମମତା ବସ୍ତିଆ ଜଣେ ବରିଷ୍ଠ ନାଗରିକଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେବାକୁ ଧମକ ଦେଇ ତାଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ବଡ଼କଥା ହେଲା ସଂପୃକ୍ତ ଏଏସ୍‌ଆଇ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଲାଞ୍ଚ ଟଙ୍କା ନେଉଥିଲେ । ୧୫ ହଜାର ଟଙ୍କା ଗଣୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । 

ନିୟମ କହୁଛି, ଲାଞ୍ଚ ନେଇ ଯେଉଁମାନେ ଗିରଫ ହୁଅନ୍ତି ସେମାନଙ୍କୁ ଥାନ, ଫାଣ୍ଡିରେ ଡ୍ୟୁଟି ଦେବା ଅନୁଚିତ । ହେଲେ କମିଶନରେଟ୍‌ ପୁଲିସ୍‌ରେ ଅନେକ ଲାଞ୍ଚୁଆ ଅଫିସର ଥାନାଫାଣ୍ଡିରେ କାର୍ଯ୍ୟ କରୁଛନ୍ତି । ତା’ଛଡା ନିର୍ବାଚନ କମିଶନରଙ୍କ ଗାଇଡ୍‌ ଲାଇନ୍‌ରେ ମଧ୍ୟ ରହିଛି ଲାଞ୍ଚୁଆ ଅଫିସର ଥାନା ଫାଣ୍ଡିରେ ରହି ଫିଲ୍ଡ ଡ୍ୟୁଟି କରିପାରିବେ ନାହିଁ । ହେଲେ କମିଶନରେଟ୍‌ ପୁଲିସ୍‌ରେ ବରିଷ୍ଠ ଅଧିକାରୀମାନେ ସବୁ ନିୟମକୁ ଦଳିମକଚି ଚାଲିଛନ୍ତି । ବର୍ତ୍ତମାନ ୨୦ରୁ ଅଧିକ ଏଭଳି ଅଧିକାରୀ ଓ କର୍ମଚାରୀ କମିଶନରେଟ୍‌ ପୁଲିସ୍‌ରେ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.