ଭୁବନେଶ୍ୱର, ୦୭/୦୮ : ଖଣି ଜମି ଓ ଖଣି ଉତ୍ତୋଳନ ଉପରୁ ଟିକସ (ସେସ୍) ଆଦାୟ କରିବ ଝାଡ଼ଖଣ୍ଡ ସରକାର । ଗତ ୨ ତାରିଖ ଦିନ ଏ ସଂକ୍ରାନ୍ତିୟ ବିଧେୟକ ଝାଡ଼ଖଣ୍ଡ ବିଧାନସଭାରେ ପାରିତ ହୋଇଛି । ଲୁହାପଥର ଓ କୋଇଲା ଉପରେ ଟନ୍ ପିଛା ୧୦୦ ଟଙ୍କା, ବକ୍ସାଇଟ୍ ଉପରେ ୭୦ ଟଙ୍କା ଓ ମାଙ୍ଗାନିଜ୍ ଟନ୍ ପିଛା ୫୦ ଟଙ୍କା ସେସ୍ ଲାଗୁ କରିବ ଝାଡ଼ଖଣ୍ଡ । ଅନୁରୂପ ଢାଞ୍ଚାରେ ଓଡ଼ିଶାରେ ବି ଏକ ଆଇନ ପ୍ରଣୟନ କରିବାକୁ ମୋହନ ସରକାର ବିଚାର ବିମର୍ଷ କରୁଛନ୍ତି । ଏହା କାର୍ଯ୍ୟକାରୀ ହେଲେ ବିପୁଳ ଅତିରିକ୍ତ ସମ୍ବଳ ସଂଗ୍ରହର ବାଟ ଖୋଲିଯିବ । ଅଣଟିକସ ଆୟ ସୂତ୍ରରୁ ବର୍ଷକୁ ଅତି କମ୍ରେ ୪ ହଜାର କୋଟି ଟଙ୍କା ଆୟ ହେବ ବୋଲି ଆକଳନ କରାଯାଉଛି । ପିଛିଲା ଭାବେ ଏହି ସେସ୍ ଲାଗୁ କରିବାକୁ ଅନୁମତି ମିଳିଲେ ରାଜ୍ୟର ଆୟ ଲକ୍ଷେ କୋଟି ଟପି ଯାଇପାରେ । ୧୯୮୯ କିମ୍ବା ୨୦୦୫ ଠାରୁ ଏହି ସେସ୍ ଆଦାୟ ପାଇଁ ରାଜ୍ୟମାନେ କୋର୍ଟଙ୍କ ଅନୁମତି ମାଗିଛନ୍ତି । ସୁପ୍ରିମକୋର୍ଟଙ୍କ ଜୁଲାଇ ୨୫ ତାରିଖ ରାୟ ପରେ ରାଜ୍ୟ ପାଇଁ ରାଜସ୍ୱ ଆୟର ଏହି ନୂଆ ଉତ୍ସ ବାଟ ଫିଟିଛି ।
କୋର୍ଟ କହିଛନ୍ତି, ଖଣିଜ ପଦାର୍ଥ ଉପରେ ରୟାଲ୍ଟିକୁ ଟିକସ ମାନ୍ୟତା ଦିଆଯାଇ ପାରିବ ନାହିଁ । ଖଣି ଜମି ଉପରେ ଟିକସ କିମ୍ବା ସେସ୍ ଲାଗୁ କରିବାକୁ ରାଜ୍ୟର କ୍ଷମତା ରହିଛି । ସୁପ୍ରିମକୋର୍ଟଙ୍କ ଐତିହାସିକ ଏ ରାୟ ଆସିବା ପରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଖଣିସଂପଦରେ ଭରପୂର ରାଜ୍ୟ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ ହେବେ । ଏ ରାଜ୍ୟର ସରକାରମାନେ ସେମାନଙ୍କ ଅଞ୍ଚଳରେ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା କଂପାନିଗୁଡ଼ିକ ଉପରେ ଅତିରିକ୍ତ ସେସ୍ ବସାଇ ପାରିବେ । ତେବେ ଏ ସେସ୍ କୋର୍ଟଙ୍କ ଆଦେଶ ଦିନ ଠାରୁ ନା ୧୯୮୯ରୁ ପିଛିଲା ଭାବେ ଲାଗୁ ହେବ ତାହା ସ୍ପଷ୍ଟ ହୋଇନି । ଏ ନେଇ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ପ୍ରଥମ ରାଜ୍ୟ ଭାବେ ଖଣି ସେସ୍ ବିଲ୍ ପାରିତ କରିଛନ୍ତି ।
ଓଡ଼ିଶା ସରକାର ଗତ ୨୦୦୫ ମସିହାରେ ଖଣିଜ ଉତ୍ତୋଳନ ଉପରେ ସ୍ୱତନ୍ତ୍ର ରାଜ୍ୟ ଟିକସ ଆଦାୟ ପାଇଁ ‘ଓଡ଼ିଶା ରୁରାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ ସୋସିଆଲ ଇକୋନୋମିକ୍ ଡେଭଲପ୍ମେଣ୍ଟ ଆଇନ- ୨୦୦୪’ (ଓରିସେଡ୍ ଆକ୍ଟ)ଆଣିଥିଲେ । ଏହା ୧ ଫେବ୍ରୁଆରୀ ୨୦୦୫ରୁ ଲାଗୁ ହେବାକୁ ସ୍ଥିର ହୋଇଥିଲା । ମାତ୍ର ଏହାକୁ ଚାଲେଞ୍ଜ କରି ଟାଟା ଷ୍ଟିଲ୍ ହାଇକୋର୍ଟ ଯାଇଥିଲା । ହାଇକୋର୍ଟ ଏ ଟିକସ ଆଦାୟ କ୍ଷମତା ରାଜ୍ୟ ସରକାରଙ୍କର ନାହିଁ ବୋଲି ରାୟ ଦେଇଥିଲେ । ଏ ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଏ ମାମଲା ବିଚାରାଧୀନ ରହିଥିଲା । ରାଜ୍ୟ ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ମିଳିଥିବା ତଥ୍ୟ କହୁଛି, ୨୦୨୨-୨୩ରେ ଓଡ଼ିଶାରେ ୧୬୦ ଲକ୍ଷ ଟନ୍ ବକ୍ସାଇଟ୍, ୧୯୬୮ ଲକ୍ଷ ଟନ୍ କୋଇଲା, ୩୦ ଲକ୍ଷ ଟନ୍ କ୍ରୋମାଇଟ୍, ୫୯ ଲକ୍ଷ ଟନ୍ ଖଡ଼ି ପଥର, ୬ ଲକ୍ଷ ଟନ୍ ମାଙ୍ଗାନିଜ୍ ଓ ୧୨୫୨ ଲକ୍ଷ ଟନ୍ ଲୁହାପଥର ଉତ୍ତୋଳନ ହୋଇଥିଲା । ଯଦି ଓଡ଼ିଶା ସରକାର ଝାଡଖଣ୍ଡ ଭଳି ଲୁହାପଥର ଓ କୋଇଲା ଟନ୍ ପିଛା ସର୍ବନିମ୍ନ ୧୦୦ ଟଙ୍କାର ସେସ୍ ଲାଗୁ କରନ୍ତି ତେବେ ରାଜକୋଷକୁ ପ୍ରାୟ ୪ ହଜାର କୋଟିର ରାଜସ୍ୱ ମିଳିବ । ଏହାକୁ ଛାଡ଼ି ସରକାର ଲିଜ୍ ଏରିଆ ଉପରେ ରେଣ୍ଟ ସେସ୍ ମଧ୍ୟ ବସାଇପାରିବେ ।
ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶନାମା କେବେଠାରୁ ଲାଗୁ ହେବ ତାହା ଏଯାଏ ସ୍ପଷ୍ଟ ହୋଇନି । ଓଡ଼ିଶା ସହ ୬ ରାଜ୍ୟ କୋର୍ଟରେ ଯୁକ୍ତି ଦର୍ଶାଇ ଅନୁରୋଧ କରିଛନ୍ତି ଯେ ଏହି ରୟାଲଟି ପିଛିଲା ଭାବେ ଲାଗୁ ହେଉ । ଓଡ଼ିଶା ସରକାର ଦର୍ଶାଇଛନ୍ତି, ସାଧାରଣତଃ ରାଜ୍ୟର ଖଣି ଅଞ୍ଚଳରେ ଅଧିକ ସଂଖ୍ୟାରେ ଜନଜାତି ବସବାସ କରୁଛନ୍ତି । ରାଜ୍ୟ ସରକାର ସେମାନଙ୍କ କଲ୍ୟାଣ ପାଇଁ ବହୁ ଯୋଜନା ହାତକୁ ନେଉଛନ୍ତି । ତେଣୁ ପିଛିଲା ଭାବେ ଏହି ରୟାଲଟି ରାଜ୍ୟକୁ ମିଳୁ । ଏହି ପାଣ୍ଠିରେ ସରକାର ଲୋକ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନେଇପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କିନ୍ତୁ ଏହାକୁ ବିରୋଧ କରି ଯୁକ୍ତି ଦର୍ଶାଇଛନ୍ତି, ପିଛିଲା ଭାବେ ୧୯୮୯ରୁ ଲାଗୁ ହେଲେ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେବଳ ୭୦ରୁ ୮୦ ହଜାର କୋଟି ଦେବାକୁ ହେବ । ଯାହା ଅର୍ଥନୀତିର ମେରୁଦଣ୍ଡକୁ ବିଗାଡ଼ି ଦେବ । ସୁପ୍ରିମକୋର୍ଟଙ୍କ ବେଞ୍ଚ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି । ଝାଡ଼ଖଣ୍ଡ ସରକାର କିନ୍ତୁ ପିଛିଲା ଭାବେ ରୟାଲଟି ଆଦାୟ ପାଇଁ କୋର୍ଟକୁ ଅନୁରୋଧ କରିବା ସହ ଖଣି କଂପାନିଠାରୁ କିସ୍ତିରେ ଆଦାୟ ସୁଯୋଗ ଦିଆଯାଉ ବୋଲି ଦର୍ଶାଇଛନ୍ତି । ଏପରିକି ଝାଡ଼ଖଣ୍ଡ ସରକାର ରୟାଲଟି ଆଦାୟ ପାଇଁ ବିଧାନସଭାରେ ଏ ସଂପର୍କିତ ଏକ ବିଲ୍ ମଧ୍ୟ ନିକଟରେ ପାରିତ କରିଛନ୍ତି ।
ଖଣି ବିଶେଷଜ୍ଞଙ୍କ ଆକଳନ କହୁଛି, ଯଦି ସୁପ୍ରିମକୋର୍ଟ ପିଛିଲା ଭାବେ ୧୯୮୯ରୁ ରୟାଲଟି ଆଦାୟ ସପକ୍ଷରେ ରାୟ ଦିଅନ୍ତି ତେବେ ଟାଟା କଂପାନି କେବଳ ଓଡ଼ିଶା ସରକାରଙ୍କୁ ଦେବ ପ୍ରାୟ ୧୭ ହଜାର କୋଟି । ଅନ୍ୟ ଖଣି କଂପାନିକୁ ମିଶାଇଲେ ଓଡ଼ିଶା ସରକାର ବିପୁଳ ପାଣ୍ଠି ପାଇପାରିବେ । ମାତ୍ର ଏବେ ସମସ୍ତଙ୍କ ଅପେକ୍ଷା କୋର୍ଟଙ୍କ ସଂରକ୍ଷିତ ରାୟ ଉପରେ । ପିଲା କଳିରୁ... ଅଭିଯୁକ୍ତ ସୁଦାମ କିମ୍ବା ସ୍ତ୍ରୀ ଜଲେ ଆସିନଥିଲେ । ଏଣୁ ସ୍କୁଲରେ ଜମା ହୋଇଥିବା ୪୦ରୁ ୫୦ଜଣ ଅଭିଭାବକ ସମେତ ପୁଷ୍ପା ଏକଜୁଟ୍ ହୋଇ ଅଭିଯୁକ୍ତ ସୁଦାମର ଘରକୁ ଯାଇ ଆଗକୁ ଏଭଳି ଗଣ୍ଡଗୋଳ ନକରିବା ତଥା ପିଲାଙ୍କ ଗଣ୍ଡଗୋଳର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଦାମ ଉତ୍କ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଲୁହା ପାଇପରେ ପୁଷ୍ପାକୁ ମାଡ଼ ମାରିଥିଲେ । ଫଳରେ ଘଟଣାସ୍ଥଳରେ ପୁଷ୍ପାଙ୍କ ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ଦେଖିବା ପରେ ଭୟରେ ଅନ୍ୟ ମହିଳାମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ପୁଷ୍ପାକୁ ଉଦ୍ଧାରକରି ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରାୟ ୩ଘଣ୍ଟା କାଳ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ଧାରଣା ଦେବାସହ ଟାୟର ଜାଳି ରାସ୍ତା ଅବରୋଧ କରିଥିଲେ । ଉତ୍ତେଜିତ ଲୋକେ ଅଭିଯୁକ୍ତକୁ ମାଡ଼ ମାରିବା ପାଇଁ ଜିଦ୍ ଧରି ବସିଥିଲେ । ମୃତକଙ୍କ ପିଲାଛୁଆଙ୍କ ଭରଣପୋଷଣ, ପାଠପଢା ପାଇଁ କ୍ଷତିପୂରଣ ଦାବି କରିଥିଲେ । ପରେ ଘଟଣାସ୍ଥଳକୁ ସ୍ଥାନୀୟ ତହସିଲଦାର ଅଞ୍ଜଳି ମାଝି, ଏସ୍ଡ଼ିପିଓ ଗୌରାଙ୍ଗ ଚରଣ ସାହୁ, ଥାନାଧିକାରୀ ରଶ୍ମିତା ବେହେରା, ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ । ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କଲାପରେ ଶବ ବ୍ୟବଛେଦ କରାଯିବ । ଏଣେ ପୁଲିସ ଅଭିଯୁକ୍ତ ସୁଦାମ ଏବଂ ସ୍ତ୍ରୀ ଜଲେକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।