ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସ୍‌ସିବି ଇତିହାସରେ ପ୍ରଥମ: SCB ମେଡିକାଲ୍‌ କଲେଜରେ ହେଲା ଯକୃତ ପ୍ରତିରୋପଣ, ପତ୍ନୀଙ୍କ ଲିଭର୍‌ରେ ବଞ୍ଚିବେ ସ୍ୱାମୀ

କଟକ,୦୪/୦୪: ଦୀର୍ଘ ୧୧ ବର୍ଷ  ଲମ୍ବା ପ୍ରତୀକ୍ଷାର ଅବସାନ ଘଟିଛି । ଏସ୍‌ସିବି ମେଡିକାଲ୍‌ କଲେଜରେ ବୁଧବାର ପ୍ରଥମ ଥର  ପାଇଁ ହୋଇଛି ଲିଭର୍‌ ବା ଯକୃତ ପ୍ରତିରୋପଣ । ସଫଳତାର ସହ ଲିଭର ପ୍ରତିରୋପଣ କରି ଏସ୍‌ସିବି ଏକ ନୂଆ ଇତିହାସ ସୃଷ୍ଟି କରିଛି । ପତ୍ନୀଙ୍କ ଲିଭର୍‌ ପ୍ରତିରୋପଣ ହୋଇଛି ସ୍ୱାମୀଙ୍କ  ଶରୀରରେ । ହାଇଦ୍ରାବାଦସ୍ଥିତ ଏସିଆନ୍‌  ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି (ଏଆଇଜି)ର ଖ୍ୟାତନାମା ବିଶେଷଜ୍ଞଙ୍କ  ତତ୍ତ୍ୱାବଧାନରେ ଲିଭର ପ୍ରତିରୋପଣ ସଂକ୍ରାନ୍ତ  ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରଥମ  ଲିଭର ପ୍ରତିରୋପଣ ଭୁବନେଶ୍ୱରର ସମ୍‌  ହସ୍‌ପିଟାଲରେ ୨୦୨୦ ମାର୍ଚ୍ଚ ୫ ରେ ସଫଳତାର  ସହ ସମ୍ପନ୍ନ ହୋଇଥିଲା । ଏହାର କିଛି ମାସ  ପରେ ସମ୍‌ରେ ଦ୍ୱିତୀୟ ଥର ମଧ୍ୟ ଲିଭର  ପ୍ରତିରୋପଣରେ ସଫଳତା ମିଳିଥିଲା । 

ବୁଧବାର ଏସ୍‌ସିବିରେ ଲିଭର ପ୍ରତିରୋପଣ  ହୋଇଥିବା ରୋଗୀ ଜଣକ କଟକ ଜିଲ୍ଲା ତିଗିରିଆ  ଅନ୍ତର୍ଗତ ଗଦାଧରପୁର ଅଞ୍ଚଳରେ ବୋଲି ସୂଚନା  ମିଳିଛି । ରୋଗୀଙ୍କ ନାମ ଗୋପନ ରଖଯାଇଥିଲେ  ହେଁ ତାଙ୍କ ବୟସ ୪୫ବର୍ଷ ହେବ ବୋଲି ସୂଚନା  ମିଳିଛି । ସେହିପରି ଲିଭରଦାତା ଜଣକ ହେଲେ  ସଂପୃକ୍ତ ରୋଗୀଙ୍କ ପତ୍ନୀ । ତାଙ୍କ ବୟସ ୩୫ବର୍ଷ  ବୟସ । ରୋଗୀ ଜଣକ ୩ ବର୍ଷରୁ ଅଧିକ  ସମୟ ହେବ ଲିଭର୍‌ ସିରୋସିସ୍‌ରେ ଆକ୍ରାନ୍ତ  ହୋଇଥିଲେ । ତାଙ୍କ ଲିଭର ନଷ୍ଟ ହୋଇଯାଇଥିବାରୁ  ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।  

ସଂପୃକ୍ତ ରୋଗୀଙ୍କ ଜୀବନ ରକ୍ଷା ପାଇଁ  ଏସ୍‌ସିବିରେ ଲିଭର ପ୍ରତିରୋପଣ ପାଇଁ ନିଷ୍ପତ୍ତି  ହୋଇଥିଲା । ତାଙ୍କ ପତ୍ନୀ ଲିଭର ଦାନ କରିବେ  ସ୍ୱୀକୃତି ପ୍ରଦାନ କରିଥିଲେ । ଏଥିଲାଗି ପ୍ରାୟ  ୬ମାସ ହେଲା ସରକାରୀ ସ୍ତରରେ କାଗଜପତ୍ର  ପ୍ରସ୍ତୁତି ଚାଲିଥିଲା । ଲିଭର ପ୍ରତିରୋପଣ ପାଇଁ  ଅଥରାଇଜେସନ୍‌ କମିଟି ଅନୁମୋଦନ ଦେବା  ପରେ ଗତ ମାସରୁ ରୋଗୀଜଣକ ଏସ୍‌ସିବି  ହେପାଟୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ ।  ସେବେଠାରୁ ସେ ଡାକ୍ତରୀ ଟିମ୍‌ ତତ୍ତ୍ୱାବଧାନରେ  ରହିଥିଲେ । ଏଆଇଜି ଟିମ୍‌ ମଧ୍ୟ ଦୁଇ ଥର ଆସି  ସଂପୃକ୍ତ ରୋଗୀଙ୍କର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା  କରାଇଥିଲେ । ଫିଟ୍‌ ଘୋଷିତ ହେବା ପରେ  ଲିଭର ପ୍ରତିରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । 

ବୁଧବାର ସକାଳ ୭ଟାରୁ ଅସ୍ତ୍ରୋପଚାର  ଆରମ୍ଭ ହୋଇଥିଲା । ଓଟିକୁ ପ୍ରଥମେ ଲିଭରଦାତା  ତଥା ରୋଗୀଙ୍କ ପତ୍ନୀଙ୍କୁ ନିଆଯାଇଥିଲା । ପତ୍ନୀଙ୍କ  ଲିଭରରୁ ୭୦ ଭାଗ କାଟି କଢ଼ାଯାଇଥିଲା । ଉକ୍ତ ଲିଭରକୁ ନେଇ ସ୍ୱାମୀଙ୍କ ଶରୀରରେ  ପ୍ରତିରୋପଣ କରାଯାଇଥିଲା । ରୋଗୀଙ୍କର ନଷ୍ଟ  ହୋଇଥିବା ଲିଭରକୁ ସମ୍ପୂର୍ଣ୍ଣ ବାହାର କରାଯିବା  ପରେ ପତ୍ନୀଙ୍କ ଲିଭରରୁ ଆସିଥିବା ୭୦ ଭାଗ  ଅଂଶକୁ ପ୍ରତିରୋପଣ କରାଯାଇଥିଲା । ପତ୍ନୀଙ୍କ  ଲିଭରରୁ ୭୦ ଭାଗ କାଢ଼ି ନିଆଯାଇଥିଲେ ମଧ୍ୟ  ତାହା ୬ ମାସ ମଧ୍ୟରେ କଟାଯାଇଥିବା ଅଂଶ  ଭରଣା ହୋଇଯିବ ବୋଲି ବିଭାଗୀୟ ବିଶେଷଜ୍ଞ  କହିଛନ୍ତି । ସେହିପରି ରୋଗୀଙ୍କ ଦେହରେ  ପ୍ରତିରୋପଣ ହୋଇଥିବା ଲିଭର ଧିରେ ଧିରେ  ଗ୍ରହଣ ହେବ । ଏଥିଲାଗି ପ୍ରାୟ ୬ମାସ ସମୟ  ଲାଗିବା କଥା ବୋଲି ବିଶେଷଜ୍ଞମାନେ କହିଛନ୍ତି ।  ଏହା ସମ୍ପୃକ୍ତ ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି  ଉପରେ ନିର୍ଭର କରିବ ବୋଲି ଡାକ୍ତର କହିଛନ୍ତି । ପ୍ରତିରୋପଣ ପରେ ଉଭୟ ପତି-ପତ୍ନୀ  ଆଇସିୟୁରେ ଥିଲେ ମଧ୍ୟ ସେମାନେ ବିପଦମୁକ୍ତ  ଅଛନ୍ତି ବୋଲି ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ଉଭୟ ଡାକ୍ତରୀ ଟିମ୍‌  ତତ୍ତ୍ୱାବଧାନରେ ରହିବେ ବୋଲି କୁହାଯାଉଛି । 

ସୂଚନାଥାଉକି, ଏସ୍‌ସିବିରେ ଲିଭର  ପ୍ରତିରୋପଣ ପାଇଁ ୨୦୧୩ ରେ ରାଜ୍ୟ ସରକାର  ନିଷ୍ପତ୍ତି ନେଇଥିଲେ । ଏଥିଲାଗି ଆନୁଷଙ୍ଗିକ  ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଡାକ୍ତର  ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ  ବାହାରକୁ ତାଲିମ ପାଇଁ ପଠାଯାଇଥିଲା ।  ଏହା ସତ୍ତେ୍ୱ ବିଭିନ୍ନ କାରଣରୁ ଏହା ବିଳମ୍ବିତ  ହୋଇଚାଲିଥିଲା । ଏପରିକି ଦୁଇ ବର୍ଷ  ତଳେ ଲିଭର ପ୍ରତିରୋପଣ ପାଇଁ ରୋଗୀ ଓ  ଲିଭରଦାତାଙ୍କ ନାମ ପଞ୍ଜୀକରଣ କରାଯାଇଥିଲା ।  ଏଆଇଜି ଟିମ୍‌ ମଧ୍ୟ ଏକାଧିକବାର ଏସ୍‌ସିବି  ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଳମ୍ବରେ  ହେଲେ ମଧ୍ୟ ଆଜି ଲିଭର ପ୍ରତିରୋପଣ  ହୋଇଥିବାରୁ ଆନନ୍ଦ ପ୍ରକାଶ ପାଇଛି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.