ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୱାଙ୍ଖଡେ ଷ୍ଟାଡିୟମକୁ ଶାହାରୁଖଙ୍କ ଏଣ୍ଟ୍ରି ଉପରେ ଲାଗିଥିଲା ବ୍ୟାନ୍‌, ଜାଣନ୍ତୁ କ'ଣ ଥିଲା ପୁରା ମାମାଲା

ନୂଆଦିଲ୍ଲୀ ୨୭/୦୩: ଆରମ୍ଭ ହୋଇଛି ଆଇପିଏଲ୍ ୨୦୨୪। ପ୍ରତିବର୍ଷ, ପରି ଏଥର ମଧ୍ୟ ଆଇପିଏଲକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ରହିଛି। ଏହା ସହିତ ଶାହାରୁଖ ଖାନଙ୍କ ଟିମ୍‌ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଚମତ୍କାର ଆରମ୍ଭ କରିଛି। ଆଇପିଏଲ୍ ୨୦୨୪ର ତୃତୀୟ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪ ରନ୍‌ରେ ପରାସ୍ତ କରିଛି। 

ଏହି ବିଶେଷ ଅବସରରେ କିଙ୍ଗ ଖାନ ତାଙ୍କ ଟିମ୍‌କୁ ଚିୟର୍‌ କରିବାକୁ କୋଲକାତାରେ ପହଞ୍ଚିଥିଲେ। ଏହି ସମୟରେ ଅଭିନେତା ଷ୍ଟାଡିୟମରେ ଧୂମପାନ କରୁଥିବା ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଲେ। ତେବେ ଆଇପିଏଲ ବିବାଦ ସହିତ ଶାହାରୁଖଙ୍କର ସମ୍ପର୍କ କିଛି ନୂଆ ନୁହେଁ। ଏହା ପୂର୍ବରୁ ବି ବିବାଦକୁ ଆସିଛନ୍ତି ଶାହାରୁଖ।

୨୦୧୨ ମସିହାରେ ଯେତେବେଳେ ଆଇପିଏଲର ୫ମ ସିଜନ୍ ଚାଲିଥିଲା । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏକ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ମ୍ୟାଚ୍ ପରେ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ପଡ଼ିଆକୁ ଆସିଥିଲେ। କିନ୍ତୁ ମଧ୍ୟଭାଗରେ ସୁରକ୍ଷାକର୍ମୀ ସେମାନଙ୍କୁ ଯିବାକୁ ଅଟକାଇଲେ। ଏଭଳି ପରିସ୍ଥିତିରେ ଶାହାରୁଖ ଓ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ହୋଇଥିଲା। ଏହି ଘଟଣା ପରେ ଏମସିଏ ଶାହାରୁଖଙ୍କୁ  ୫ ବର୍ଷ ପାଇଁ ୱାନକେଡେ ଷ୍ଟାଡିୟମରୁ ବ୍ୟାନ୍‌ କରିଥିଲା। 

ତେବେ ଶାହାରୁଖଙ୍କ ପ୍ରତିରକ୍ଷାରେ ଆଇପିଏଲ୍ ଚେୟାରମ୍ୟାନ୍ ତଥା ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଆଗକୁ ଆସିଥିଲେ। ବିସିସିଆଇ ଦ୍ୱାରା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। କିନ୍ତୁ ଏମସିଏ କହିଥିଲା ଯେ ସେମାନେ ନିଜ ନିଷ୍ପତ୍ତିରୁ ଓହରିବେ ନାହିଁ। ତେବେ, ୪ ବର୍ଷ ପରେ ସେ ଏହି ମାମଲାରେ କ୍ଲିନ୍‌ ଚିଟ୍ ପାଇଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.