ନୂଆଦିଲ୍ଲୀ, ୨୬/୯ : ବାଂଲାଦେଶର ଭେଟରାନ ଅଲରାଉଣ୍ଡର ଶାକିବ ଅଲ ହସନ ଟେଷ୍ଟ କ୍ରିକେଟରୁ ରିଟାୟରମେଣ୍ଟର ଘୋଷଣା କରିଛନ୍ତି । ସାଉଥ ଆଫ୍ରିକା ବିପକ୍ଷ ମିରପୁର ଟେଷ୍ଟ ମ୍ୟାଚ ଶାକିବଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ହେବ । ପ୍ରକାଶ ଯେ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ୨୭ନଭେମ୍ବର ଖେଳାଯିବାକୁ ଅଛି । ତା’ ପୂର୍ବରୁ ଶାକିବ ରିଟାୟରମେଣ୍ଟର ଘୋଷଣା କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ପ୍ରକାଶ ଯେ, ଟେଷ୍ଟ ବ୍ୟତୀତ ଶାକିବ ଟି-୨୦ ଅନ୍ତର୍ଜାତୀୟରୁ ବି ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଶାକିବ ୨୦୦୭ରୁ ଟି-୨୦ ବିଶ୍ବକପର ପ୍ରତି ସଂସ୍କରଣରେ ଦେଖାଯାଇଛନ୍ତି ଏବଂ ୨୦୦୪ର ସଂସ୍କରଣରେ ଟୁର୍ଣ୍ଣାମେଣ୍ଟର ସର୍ବକାଳିନ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ହେଲେ । ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ଶାକିବ ଟେଷ୍ଟ ଏବଂ ଦିନିକିଆ ଲାଗି ନିଜର ଯୋଜନା ବିଷୟରେ କହିଥିଲେ । ୩୭ବର୍ଷୀୟ ଶାକିବ ଅଗଷ୍ଟରେ ଶେଖ ହସୀନା ଶାସନର ରାଜନୈତିକ ଅସ୍ଥିରତା ପରେ ବାଂଲାଦେଶର ଯାତ୍ରା କରୁନାହାନ୍ତି । ଅଲରାଉଣ୍ଡର ସୁନିଶ୍ଚିତ କରିଛନ୍ତି କି ତାଙ୍କୁ ମୀରପୁରରେ ବାଂଲାଦେଶ ଲାଗି ନିଜ ଶେଷ ଟେଷ୍ଟ ଖେଳିବାର ଆଶା ଅଛି । ମାତ୍ର ସୁରକ୍ଷା ସମ୍ବନ୍ଧୀୟ ଯଦି ଆସେ ତେବେ କାନପୁରରେ ଭାରତ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚ୍ ଧଳା ଜର୍ସିରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ‘ବାଂଲାଦେଶ ପୁଣି ଫେରିବା କୌଣସି ଚିନ୍ତାର କଥା ନୁହେଁ, କିନ୍ତୁ ପୁଣି ଥରେ ବାଂଲାଦେଶ ଯିବା ପରେ ସେଠାରୁ ବାହାରିବା ବିପଦଜନକ ଅଟେ’ । ଶାକିବ ଏହା ବି କହିଛନ୍ତି କି ୨୦୨୫ର ଆରମ୍ଭରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ବାଂଲାଦେଶ ଲାଗି ତାଙ୍କର ଶେଷ ଦିନିକିଆ ସିରିଜ ହେବ । ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଶାକିବ ସମସ୍ତ ଫର୍ମାଟରେ ୧୪,୦୦୦ରନ ଏବଂ ୭୦୦ଓ୍ବିକେଟର ଡବଲ ହାସଲ କରିଥିବା ଏକମାତ୍ର କ୍ରିକେଟର ଅଟନ୍ତି ।