ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼କୁ ନିନ୍ଦା କଲେ ଶତ୍ରୁଘ୍ନ ସିହ୍ନା , କହିଲେ ...

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ର ଘଟଣାରେ ମୁମ୍ୱାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି। ଉଭୟଙ୍କୁ ସୋମବାର ଦିନ ଗୁଜରାଟର ଭୁଜ୍‌ରୁ ଗିରଫ କରାଯାଇଛି, ଯେଉଁଠାରୁ ସେ ଘଟଣା ପରେ ଫେରାର ହୋଇ ଯାଇଥିଲେ। ଏହି ମଧ୍ୟରେ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ଲୋକସଭା ପ୍ରାର୍ଥୀ ତଥା ଅନୁଭବୀ ଅଭିନେତା ଶତ୍ରୁଘ୍ନ ସିହ୍ନା ଏହି ଘଟଣାର ନିନ୍ଦା କରିଛନ୍ତି।  

‘ସଲମାନ ଖାନ ଏହା ତ ଟ୍ରେଲର , ଏହା ପରେ କେବଳ ଗୁଳି ...’ ଲରେନ୍ସ ବିଶ୍ନୋଇର ଭାଇ ଫାୟାରିଂ ନେଇ ନିଜକୁ କଲା ଦାୟୀ

ଶତ୍ରୁଘ୍ନ ସିହ୍ନା ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ସଲମାନ ଓ ତାଙ୍କ ପରିବାର, ଯେଉଁଥିରେ ତାଙ୍କ ପିତା, ମହାନ ଲେଖକ ସଲିମ୍‌ (ଖାନ) ସାହେବ ମଧ୍ୟ ସାମିଲ ଅଛନ୍ତି, ମୋ ହୃଦୟର ବହୁତ ନିକଟତର। ରବିବାର ସକାଳେ ଯେବେ ମୁଁ ଏହି ଘଟଣା ବିଷୟରେ ଶୁଣିଲି ତ ମୋର ପ୍ରଥମେ ପରିବାରର ସୁରକ୍ଷା ନେଇ ଚିନ୍ତା ଥିଲା। ସଲିମ ସାହେବ ଓ ସଲମାନ ଆମ ଫିଲ୍ମ ଇଣ୍ଡଷ୍ଟ୍ରୀର ଖୁବ୍‌ ଉଜ୍ଜ୍ୱଳ ତାରକା। ଆମକୁ ଏକ ଭାଇଚାରା ଭାବରେ ଏହିପରି ଭୀରୁତା କାର୍ଯ୍ୟର ନିନ୍ଦା କରିବା ପାଇଁ ଆଗକୁ ଆସିବା ଉଚିତ। 

ସଲମାନ ଖାନଙ୍କ ବିଲ୍ଡିଂ ଉପରେ ହୋଇଥିବା ଫାୟାରିଂ ପରେ ଅଭିନେତାଙ୍କ ପ୍ରତିକ୍ରିୟା , ପିତା ସଲିମ୍‌ ଖାନ କରୁଛନ୍ତି ଘର ବଦଳାଇବାର ପ୍ଲାନିଂ

ଅଭିନେତା ଆହୁରି କହିଛନ୍ତି , ତାଙ୍କ ପ୍ରଶଂସକଙ୍କର ପ୍ରାର୍ଥନା ଓ ଆଶୀର୍ବାଦ ସଲମାନ ଓ ତାଙ୍କ ପରିବାରକୁ ସୁରକ୍ଷିତ ରଖିବ। କିନ୍ତୁ ଫିଲ୍ମରେ କାମ କରୁଥିବା ଲୋକଙ୍କ ସୁରକ୍ଷା ଓ ଭଲ ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେବା ଉଚିତ୍‌। ଏହିପରି ସର୍ବସାଧାରଣରେ ଆତଙ୍କ ପ୍ରସାର ଭଲ ସଙ୍କେତ ନୁହେଁ ।

ଉଲ୍ଲେଖନୀୟ ଯେ, ସାଂସଦ ଫିଲ୍ମ ନିର୍ମାତା ରାକେଶ ରୋଶନଙ୍କ ଉପରେ ୨୦୦୦ ମସିହାରେ ହୋଇଥିବା ହତ୍ୟାର ପ୍ରୟାସକୁ ମଧ୍ୟ ମନେପକାଇଛନ୍ତି। ସେ କହିଛନ୍ତି , ଆମେ ଭାବିଲୁ କି ଫିଲ୍ମ ଉଦ୍ୟୋଗକୁ ଡ଼ରାଇବାକୁ ଚେଷ୍ଟା କରୁଥିବା ଅପରାଧିକ ତତ୍ତ୍ୱର ସେ ଦିନ ଶେଷ ହୋଇ ଯାଇଛି, କିନ୍ତୁ ଏମିତି ନୁହେଁ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.