ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସର୍ଟ ନୋଟିସ୍‌ରେ ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ ହସିନା: ଏସ୍‌. ଜୟଶଙ୍କର

Image Courtesy: thehansindia

ନୂଆଦିଲ୍ଳୀ: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ସ୍ଥିତି ଅଣାୟତ୍ତ । ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେବା ପରେ ଭାରତରେ ଶରଣ ନେଇଛନ୍ତି । ବାଂଲାଦେଶର ସ୍ଥିତି ସଂପର୍କରେ ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ବହୁତ କମ୍‌ ସମୟ ମଧ୍ୟରେ ଭାରତ ଆସିବାକୁ ମଞ୍ଜୁରି ମାଗିଥିଲେ । ଏହା ପରେ ସେ ଗତାକାଲି (ସୋମବାର) ସଂଧ୍ୟା ୫ରେ ଦିଲ୍ଲୀ ପହଞ୍ଚିଥିଲେ । 

 ଏସ ଜୟଶଙ୍କର ରାଜ୍ୟସଭାରେ କହିଛନ୍ତି, ବାଂଲାଦେଶର ପରିସ୍ଥିତି ଉପରେ ଭାରତ ସରକାର ନଜର ରଖିଛନ୍ତି । କମ୍‌ ସମୟ ମଧ୍ୟରେ ଶେଖ ହସିନା ଭାରତକୁ ଆସିବାକୁ ଅନୁମତି ମାଗିଥିଲେ । କିଛି ସମୟ ଭାରତରେ ରହିବାକୁ ତାଙ୍କ ଅନୁରୋଧକୁ ଭାରତ ସରକାର ସ୍ବୀକାର କରିଥିଲେ । ଏହା ସହ ଭାରତ ସରକାର ବାଂଲାଦେଶର ଅଧିକାରୀଙ୍କ ସହ ସଂପର୍କରେ ରହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ଗତ ୨୪ ଘଣ୍ଟା ହେଲା ଆମେ ଢ଼ାକାର ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ । ମହତ୍ବପୂର୍ଣ୍ଣ ପଡ଼ୋଶୀ ଦେଶର ସମ୍ବେଦନଶୀଳ ପରିସ୍ଥିତି ସମୟରେ ରାଜ୍ୟସଭାରେ ମୁଁ ସମର୍ଥନ ମାଗୁଛି । ଏହା ଉପରେ ସର୍ବଦା ଏକ ମଜଭୁତ ରାଷ୍ଟ୍ରୀୟ ସହମତି ରହିଆସିଛି ।’ 

ଏହା ସହ ଜୟଶଙ୍କର କହିଛନ୍ତି, ବଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଭାରତ ସରକାର ନଜର ରଖିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଶେଖ ହସିନା ଦେଶ ଛାଡ଼ିବା ପରେ ସେଠାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ସେପଟେ ଦେଶର ସୁରକ୍ଷାକୁ ନେଇ ଜୟଶଙ୍କର କହିଛନ୍ତି, କିଛି ଗ୍ରୁପ୍‌ ଏବଂ ସଂଗଠନ ସୁରକ୍ଷା ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହ ସୀମା ସୁରକ୍ଷା ବଳ (ବିଏସଏଫ୍‌)କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟସଭାକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି, ‘୧୯ ହଜାର ଭାରତୀୟ ନାଗରିକ ବାଂଲାଦେଶରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରାୟ ୯୦୦୦ ଭାରତୀୟ ଛାତ୍ର ଅଛନ୍ତି । କେତେକ ଛାତ୍ର ଜୁଲାଇରେ ଭାରତ ଫେରିଆସିଥିଲେ ।’ 

 

  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.