ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

କ୍ରିକେଟ୍‌ରୁ ଅଲବିଦା ନେଲେ ଟିମ୍ ଇଣ୍ଡିଆର ଧାକଡ ଓପନର... ଇମୋଶନାଲ ଭିଡିଓ ସେୟାର କରି ସନ୍ୟାସ ଘୋଷଣା କଲେ ଶିଖର ଧୱନ

ନୂଆଦିଲ୍ଲୀ, ୨୪/୦୮ : ଆନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍‌ରୁ ସନ୍ୟାସ ନେଲେ ଟିମ୍ ଇଣ୍ଡିଆର ଧାକଡ ଓପନର। ଶିଖର ଧୱନଙ୍କ ୧୪ ବର୍ଷର କ୍ରିକେଟ୍ ଯାତ୍ରାରେ ଲାଗିଲା ବିରାମ। ସୋସିଆଲ ମିଡିଆରେ ଇମୋଶନାଲ ଭିଡିଓ ସେୟାର କରି ସନ୍ୟାସ ଘୋଷଣା କଲେ ମିଷ୍ଟର ଆଇସିସି। ସେ କହିଛନ୍ତି ଯେ, ମୋର କେବଳ ଏକ ମାତ୍ର ଲକ୍ଷ୍ୟ ଥିଲା ଭାରତ ପାଇଁ ଖେଳିବା ଏବଂ ତାହା ସତ ହେଲା ମଧ୍ୟ। ଏଥିପାଇଁ ମୋ ପରିବାର, ମୋ ପିଲାଦିନର କୋଚ୍, ମୋ ଟିମ୍‌କୁ ଧନ୍ୟବାଦ। କ୍ରିକେଟରେ ମୋତେ ଆଉ ଏକ ପରିବାର, ନାଁ ଏବଂ ଆପଣ ସମସ୍ତଙ୍କ ଭଲପାଇବା ମିଳିଛି। ଏବେ ମୁଁ ମୋର କ୍ରିକେଟ ଯାତ୍ରାର ଏହି ଅଧ୍ୟାୟକୁ ସମାପ୍ତ କରୁଛି। ମୋ ସହ ଅସୁମାରୀ ସ୍ମୃତି ଏବଂ କୃତଜ୍ଞତା ନେଇ ଯାଉଛି। ନିଃସ୍ଵାର୍ଥପର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଜୟ ହିନ୍ଦ୍...

୧୯୮୫ ମସିହା ଡିସେମ୍ବର ୫ ତାରିଖରେ ଦିଲ୍ଲୀରେ ଶିଖରଙ୍କ ଜନ୍ମ । ୧୨ ବର୍ଷ ବୟସରେ ଆରମ୍ଭ କରିଥିଲେ କ୍ରିକେଟ୍ ଟ୍ରେନିଂ । ୧୯୯୯-୨୦୦୦ ମସିହାରେ ହୋଇଥିବା ବିଜୟ ହଜାରେ ଟ୍ରଫି ଅଣ୍ଡର-୧୬ ଟିମ୍‌ରେ ସାମିଲ ହୋଇଥିଲେ ସେ। ହେଲେ ୨୦୦୦-୦୧ ତାଙ୍କ ପାଇଁ ଥିଲା ବେଶ୍ ଖାସ୍ । ଏହି ବର୍ଷ ବିଜୟ ହଜାରେ ଟ୍ରଫିରେ ୯ଟି ଇନିଂସ ଖେଳି ୭୫୫ ରନ୍ ସଂଗ୍ରହ କରିଥିଲେ ଧୱନ।  ଏହି ଠାରୁ ହିଁ ଇଣ୍ଡିଆନ୍ କ୍ରିକେଟ୍‌ରେ ଧଓ୍ୱନଙ୍କ ନାଁ ଗୁଞ୍ଜରିତ ହୋଇଥିଲା । ଆଉ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ସୋପାନ ଚଢି ଚାଲିଥିଲେ । ୨୦୦୪ରେ ବାଂଲାଦେଶରେ ହୋଇଥିବା ଅଣ୍ଡର-୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ଦଳରେ ସଦସ୍ୟ ଥିଲେ ଧଓ୍ୱନ୍ । ଏହି ଟୁର୍ଣ୍ଣାମେଣ୍ଟରେ ସେ ଟପ୍ ସ୍କୋରର ଥିଲେ । ଦିନ ଗଡିବା ସହ ଶିଖରଙ୍କ ଖେଳରେ ଉନ୍ନତି ହୋଇଚାଲିଲା। ଲଗାତର ଭାବେ ରଣଜୀ ମ୍ୟାଚ୍ ଖେଳିଚାଲିଲେ । ଶେଷରେ ୨୦୧୦ରେ ସିନିୟର ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସେ ଡେବ୍ୟୁ କରିଥିଲେ । ଏହାର ଗୋଟିଏ ବର୍ଷ ପରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ। ଆଉ ୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ । ୨୦୧୩ ପର ଠାରୁ ଟିମ୍ ଇଣ୍ଡିଆ ପାଇଁ ସବୁ ଫର୍ମାଟର ଜଣେ ନିୟମିତ ସଦସ୍ୟ ଥିଲେ ଶିଖର । 

ବର୍ତ୍ତମାନ ଯାଏଁ ଶିଖର ଧଓ୍ୱନ୍ ୧୬୭ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ୬୭୯୩ ରନ୍ ସଂଗ୍ରହ କରିଥିବା ବେଳେ ବ୍ୟକ୍ତିଗତ ଭାବେ ୧୪୩ ରନ୍ ତାଙ୍କର ସର୍ବାଧିକ ସ୍କୋର ରହିଛି । ଏହାବାଦ୍ ଦିନିକିଆ କ୍ରିକେଟ୍‌ରେ ଶିଖର ୩୯ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୧୭ଟି ଶତକ ରହିଛି । ଆଉ ୩୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୩୧୫ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫ଟି ଅର୍ଦ୍ଧଶତକ ଏବଂ ୭ଟି ଶତକ ରହିଛି । ୧୯୦ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ବାକି ୬୮ଟି ଟି-୨୦ ମ୍ୟାଚ୍ ଖେଳି ୧୭୫୯ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୧ଟି ଅର୍ଦ୍ଧଶକ ହାସଲ କରିଛନ୍ତି । ବ୍ୟକ୍ତିଗତ ଭାବେ ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ସ୍କୋର ୯୨ ରନ୍ ରହିଛି । ସେହିପରି ଆଇପିଏଲ୍‌ରେ ୨୨୨ ଟି ମ୍ୟାଚ୍ ଖେଳି ୬୭୬୮ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୫୧ଟି ଅର୍ଦ୍ଧଶତକ ଏବଂ ଦୁଇଟି ଶତକ ରହିଛି । ୧୦୬ ତାଙ୍କର ବ୍ୟକ୍ତିଭାବେ ସର୍ବାଧିକ ସ୍କୋର ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.