ନବରଙ୍ଗପୁର,୨୧।୯ : ଭିଜିଲାନ୍ସ ପଞ୍ଝାରେ ଦୁଇ ପୋଲିସ ଅଧିକାରୀ । ଲାଞ୍ଚ ନେଇ ଧରାପଡିଲେ ଏସଆଇ ଓ ଏଏସଆଇ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାର ଦୁଇ ପୋଲିସ ଅଧିକାରୀ । । ସେମାନେ ହେଲେ ପ୍ରୋବେସନାରୀ ପିରିୟଡ଼ ରେ ଥିବା ସବ ଇନ୍ସପେକ୍ଟର ରଘୁନାଥ ହଂସଦା ଓ ଏଏସଆଇ ଶିବ ପ୍ରସାଦ ଦଳେଇ । ଜବତ ଗାଡି ଛାଡିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମୁଗୁଡା ଏକ କୁକୁଡ଼ା ଗାଲି ରୁ ଜବତ ବାଇକ ମୁକୁଳାଇବା ବାବଦ ରେ ବରଦେଇ ଗାଁ ର ଲକ୍ଷ୍ମଣଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଶିବ ପ୍ରସାଦ ଦଳେଇ ମଧ୍ୟସ୍ଥି ସାଜି ଥିବା ବେଳେ ରଘୁନାଥ ହଂସଦା ଟଙ୍କା ନେବା ବେଳେ ଧରା ପଡିଥିଲେ । ଉଭୟ ଙ୍କ ସରକାରୀ ବାସଭବନ ସମେତ ଥାନା ରେ ଛାନଭିନ କରୁଛି ଭିଜିଲାନ୍ସ ଟିମ । ଏହି ଚଢ଼ାଉରେ ନବରଙ୍ଗପୁର ଓ କୋରାପୁଟ ଦୁଇଟି ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି ।