ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୁଇ ବହ୍ମକୁମାରୀ ଭଉଣୀଙ୍କ ଆତ୍ମହତ୍ୟା: ସୁସାଇଡ୍ ନୋଟ୍‌ରେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ, ଲେଖିଛନ୍ତି- ‘ଆଶାରାମଙ୍କ ଭଳି...’

ଆଗ୍ରା,୧୧।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ପ୍ରଜାପତି ବହ୍ମାକୁମାରୀ ଆଶ୍ରମରେ ରହୁଥିବା ଦୁଇ ଭଉଣୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଆଗ୍ରାର ଜଗନେରରେ ଘଟିଛି। ଆତ୍ମହତ୍ୟା କରିବା ପୂର୍ବରୁ ଦୁଇ ତିନି ପେଜ୍‌ର ସୁସାଇଡ୍ ନୋଟ୍ ମଧ୍ୟ ଲେଖିଛନ୍ତି, ଯେଉଁଥିରେ ସେ ଆତ୍ମହତ୍ୟା ପାଇଁ ସଂସ୍ଥାର ୪ ଜଣଙ୍କୁ ଦାୟୀ କରିଛନ୍ତି। ସୁସାଇଡ୍‌ ନୋଟ୍‌ରେ ଦୁଇ ଭଉଣୀ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୁକ୍ତଙ୍କୁ ଆଶାରାମ୍ ଭଳି ଆଜୀବନ ସଜା ଦେବା ପାଇଁ କହିଛନ୍ତି। ସେ କହିଛନ୍ତି, ଯୋଗୀ ଜୀ ଏହି ଅଭିଯୁକ୍ତଙ୍କୁ ଆଶାରାମ୍‌ ବାପୁଙ୍କ ଭଳି ଆଜୀବନ ସଜା ଦେବେ।’

ମୃତକ ଭଉଣୀ ସୁସାଇଡ୍‌ ନୋଟ୍‌ରେ ଚାରି ଅଭିଯୁକ୍ତଙ୍କ ଉପରେ ଟଙ୍କା ଠକେଇ କରିବା ସହ ଅନୈତିକ ଗତିବିଧିରେ ସାମିଲ ହେବାର ଅଭିଯୋଗ ମଧ୍ୟ କରିଥିଲେ। ଏସିପି ଖେରାଗଡଙ୍କ କହିବା ଅନୁସାରେ, ଚାରି ଅଭିଯୁକ୍ତ ଆଗ୍ରାର ବାହାରର, ଯାହାଙ୍କ ଭିତରୁ ଦୁଇ ଜଣଙ୍କୁ ଗିରଫ କରିନିଆଯାଇଛି। ସେଭଳି ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍ ବାହାରିଛି। 

ପୋଲିସର କହିବା ଅନୁସାରେ, ଏକତା ଓ ଶିଖା ୮ ବର୍ଷ ପୂର୍ବେ  ମାଉଣ୍ଟଆବୁରେ ବହ୍ମାକୁମାରୀ ଦୀକ୍ଷା ନେଇଥିଲେ। ଦୀକ୍ଷା ପରେ ତାଙ୍କ ପରିବାର ଜଗନେରରେ ବ୍ରହ୍ମା କୁମାରୀ କେନ୍ଦ୍ର ତିଆରି କରିଥିଲେ, ଯେଉଁଥିରେ ଦୁହେଁ ରହିଥିଲେ। ମୃତକଙ୍କ ଭଉଣୀଙ୍କ ଭିତରେ ଶିଖା(୩୨) ଏକ ପେଜ୍‌ର ସୁସାଇଡ୍ ନୋଟ୍ ଲେଖିଛନ୍ତି, ସେଭଳି ଏକତା(୩୮) ଦୁଇ ପେଜ୍‌ର ସୁସାଇଡ୍‌ ନୋଟ୍‌ ଲେଖିଛନ୍ତି। ଶିଖା ସୁସାଇଡ୍‌ ନୋଟ୍‌ରେ ଲେଖିଛନ୍ତି, ଗତ ଏକ ବର୍ଷ ହେବ ଦୁଇ ଭଉଣୀ ଚିନ୍ତାରେ ଥିଲେ। ସୁସାଇଡ୍‌ ନୋଟ୍‌ରେ ସେ ନିଜ ମୃତ୍ୟୁ ପାଇଁ ଆଶ୍ରମର ୪ ଜଣ ଲୋକ ନୀରଜ ସିଂଘଲ, ଧୌଲପୁରର ତାରାଚନ୍ଦ, ନୀରଜର ବାପା ଓ ଗ୍ବାଲିୟରର ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କୁ ଦାୟୀ କରିଛନ୍ତି। ଦୁହେଁ ତାଙ୍କର ମୃତ୍ୟୁ ପରେ ସେଣ୍ଟରକୁ ଗରିବ ପିଲାଙ୍କ ପାଠପଢା ପାଇଁ ଦିଆଯଉ। 

ସୁସାଇଡ୍‌ ନୋଟରେ ଏକତା ଲେଖିଛନ୍ତି, 'ନୀରଜ କେନ୍ଦ୍ରରେ ରହିବାକୁ ଆଶ୍ବାସନା ଦେଇଥିଲେ, କିନ୍ତୁ କେନ୍ଦ୍ର ହେବା ପରେ ସେ କଥାବାର୍ତ୍ତା ବନ୍ଦ କରିଦେଲେ। ଆମେ ଦୁଇ ଭଉଣୀ ଏକ ବର୍ଷ ପର୍ଯ୍ୟନ୍ତ କାନ୍ଦୁଥିଲୁ, କିନ୍ତୁ ସେ ଶୁଣିଲେ ନାହିଁ। ତାଙ୍କ ବାପାଙ୍କ ବ୍ୟତୀତ ଗ୍ୱାଲିଅର ଆଶ୍ରମରେ ରହୁଥିବା ଜଣେ ମହିଳା ଏବଂ ତାରଚାନ୍ଦ ନାମକ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ୧୫ ବର୍ଷ ଏକାଠି ରହିବା ପରେ ମଧ୍ୟ ସେ ଗ୍ୱାଲିଅରର ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲା। ସମସ୍ତ ଚାରିଜଣ ଆମ ସହ ବିଶ୍ୱାସଘାତକତା କରିଛନ୍ତି।

ଦୁଇ ଉଭୟ ଭଉଣୀ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, 'ଆମ ବାପା ଏହି ପ୍ଳଟ ପାଇଁ ୭ ଲକ୍ଷ ଟଙ୍କା ଆଶ୍ରମ ସହ ଜଡିତ ଲୋକଙ୍କୁ ଦେଇଥିଲେ। ଗରିବ ମା’ମାନଙ୍କଠାରୁ ୧୮ ଲକ୍ଷ ଟଙ୍କା ନିଆଯାଇଥିଲା, ଯାହାକୁ ଅଭିଯୁକ୍ତମାନେ ନେଇଯାଇଥିଲେ। ଏହି ଳୋକମାନେ ଟଙ୍କା ଠକେଇ କରିବା ସହ ମହିଳାଙ୍କ ସହ ଅନୈତିକ କାମ କରୁଥିଲେ। ଏହା ସହ ଧମକ ଦେଉଥିଲେ ତାଙ୍କର କେହି କିଛି କରିପାରିବେ। ସୁସାଇଡ୍‌ ନୋଟ୍‌ରେ ଦୁଇ ଭଉଣୀ କହିଛନ୍ତି, ଅଭିଯୁକ୍ତମାନେ ଅନେକଙ୍କ ସହ ଭୁଲ କାମ କରିଛନ୍ତି। କାହାକୁ ଟଙ୍କା ନେଇଛନ୍ତି ତ କାହା ଉପରେ କେସ୍‌ କରିଛନ୍ତି। ସୁସାଇଡ୍ ନୋଟ୍‌ରେ ଏକତା ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ସୁସାଇଡ୍‌ ନୋଟ୍‌କୁ ମୁନ୍ନି ଭଉଣୀ ଓ ମୃତ୍ୟୁଞ୍ଜୟ ଭାଇଙ୍କ ପାଖକୁ ପହଞ୍ଚାଇ ଦିଆଯାଉ।

ଆତ୍ମହତ୍ୟା ପୂର୍ବରୁ ଲେଖାଯାଇଥିବା ଚିଠିରେ ଦୁହେଁ ଲେଖିଛନ୍ତି, ଆମ ସହିତ କେହି ନଥିଲେ, ଆମେ ଏକୁଟିଆ ପଡିଯାଇଥିଲୁ। ସେଥିପାଇଁ ଏଭଳି ପଦକ୍ଷେପ ନେଲୁ। ମୋର ଭାଇ ସୋନବୀର ଓ ଏନ୍‌ ସିଂହଙ୍କୁ ପ୍ରାର୍ଥନା କରୁଛି ସେ ଏହି କେସ୍‌କୁ ନିଜ ଦୁଇ ଭଉଣୀଙ୍କ ପକ୍ଷରୁ ଲଢନ୍ତୁ। ଆପଣ ଆମର ନିଜ ଭାଇଠାରୁ ଅଧିକ। ଏଇଟା ରାକ୍ଷୀର ଉପହାର ଭାବିନେବ। ଏହି ୪ ହତ୍ୟାକାରୀଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଦରକାର। ସବୁ ପ୍ରମାଣ ଆଶ୍ରମରେ ରହିଛି। ଅଭିଯୁକ୍ତଙ୍କ ପାଖରେ ଆମର ୨୫ ଲକ୍ଷ ଟଙ୍କା ରହିଛି। ଆମର ବାପା ୭ ଲକ୍ଷ ଟଙ୍କାର ପ୍ଲଟ ଦେଇଥିଲେ, ସେମାନେ ତାକୁ ବିକ୍ରି କରିଦେଇଥିଲେ।

Copyright © 2022 - Summa Real Media Private Limited. All Rights Reserved.