ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲ୍ଲିକୋଟ ହିଂସା : ଆଉ ୨ ଜଣଙ୍କୁ ବାନ୍ଧିଲା ଏସଆଇଟି, ଗିରଫ ସଂଖ୍ୟା ୧୧ରେ ପହଞ୍ଚିଲା

ଖଲ୍ଲିକୋଟ, ୧୯।୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ଦିଲ୍ଲୀପ ପାହାନଙ୍କୁ ହତ୍ୟା  କରାଯାଇଥିଲା। ଏହି ଘଟଣା ପରେ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା। ଏସଆଇଟି ଟିମ୍ ଏହି ଘଟଣାର ତଦନ୍ତ  ଶନିବାର ଆରମ୍ଭ କରିଥିଲା। ଗ୍ରାମରେ ଏସଆଇଟି ଟିମ ତଦନ୍ତ କରିଥିଲା। ଏହି ଘଟଣାରେ ଏସଆଇଟି ଆଉ ୨ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଖଲ୍ଲିକୋଟ ହିଂସା ଘଟଣାରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। 

ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଏସଆଇଟି ଟିମରେ  ପୋଲିସ ଅଧିକାରୀ କିରଣ ଚନ୍ଦ୍ର ପାତ୍ର, ଜ୍ୟୋତି ରଞ୍ଜନ ବେହେରା ଓ ମସିରାଣୀ ପୃଷ୍ଟି ପ୍ରମୁଖ ଥିବା ବେଳେ ସେମାନଙ୍କ ସହ ଫରେନସିକ ଟିମ ଓ ସନ୍ଧାନୀ କୁକୁର ଆସିଥିଲେ। ମୃତ ଦିଲ୍ଲୀପ ପାହାନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ କେତେକ ଗ୍ରାମବାସୀଙ୍କୁ ପଚାରିଥିଲେ। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଫରେନସିକ ଟିମ ରକ୍ତ ଭିଜା ମାଟି ସଂଗ୍ରହ କରିଥିଲେ। ଘଟଣା ସ୍ଥଳରେ ପଡ଼ିଥିବା ଚପଲ ଶୁଙ୍ଘିବା ପରେ ସନ୍ଧାନୀ କୁକୁର କିଛି ଦୂର ଯାଇ ଅଟକି ଯାଇଥିଲା। ଏସଆଇଟି ତଦନ୍ତ ବେଳେ ଖଲ୍ଲିକୋଟ ଆଇଆଇସି ନରେଶ କୁମାର ସାହୁ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.