ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣ ରାଜନୈତିକ ନୁହେଁ, ବିବୃତ୍ତି ବଦଳାଇଲେ ଆଭ୍ୟନ୍ତରୀଣ ମନ୍ତ୍ରୀ...

ନୂଆଦିଲ୍ଲୀ: ବୁଧବାର ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସ୍ଲୋଭାକିଆର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମେଟେସ ସୁଟେଜ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ, ପିଏମ ଫିକୋଙ୍କୁ ହତ୍ୟା ଉଦ୍ୟମ ସମଗ୍ର ଦେଶକୁ ଚକିତ କରିଛି । ବୁଧବାର ସେ ଦାବି କରିଥିଲେ ଯେ, ଏହି ଆକ୍ରମଣର ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣ ରାଜନୈତିକ ଉଦ୍ଦେଶ୍ୟମୂଳକ ଅଟେ । ତେବେ ଗୁରୁବାର ସେ ତାଙ୍କର ପୂର୍ବ ବିବୃତ୍ତିକୁ ଓଲଟାଇ ଦେଇଛନ୍ତି । ଆଉ ଏବେ ସେ କହିଛନ୍ତି ଯେ ଏହି ଆକ୍ରମଣ କରିଥିବା ଅଭିଯୁକ୍ତ କୌଣସି ରାଜନୈତିକ ଗୋଷ୍ଠୀ ସହ ଜଡିତ ନୁହଁନ୍ତି । ସେ କେବଳ ଏହି ଆକ୍ରମଣ କରିଛନ୍ତି । ତେବେ ସେ ଆକ୍ରମଣ ପଛର କାରଣ ସ୍ପଷ୍ଟ କରି ନାହାଁନ୍ତି।

ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କୁ ଆକ୍ରମଣ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଯୋଜନାବଦ୍ଧ ହତ୍ୟାର ଅଭିଯୋଗ ଲଗାଯାଇଛି । ସେ ଏହି ଆକ୍ରମଣର ଏକମାତ୍ର ମାଷ୍ଟରମାଇଣ୍ଡ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି । ଗତ ମାସରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । 

ଏହା ପୂର୍ବରୁ ଡାକ୍ତରଖାନାର ଜଣେ ଅଧିକାରୀ ଫିକୋଙ୍କ ଅବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ଗୁରୁବାର ତାଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ଥିବା ସେ କହିଛନ୍ତି । ସୂଚନାଥାଉକି, ବୁଧବାର ଦିନ ସ୍ଲୋଭାକିଆର ରାଜଧାନୀ ବ୍ରାଟିସଲାଭା ସହରର ହ୍ୟାଣ୍ଡଲୋଭା ସହରରେ ପିଏମ ଫିକୋଙ୍କ ଉପରକୁ ଅନେକ ଗୁଳି ମାଡ ହୋଇଥିଲା । ସରକାରୀ ବୈଠକ ପରେ ଫିକୋ ତାଙ୍କ ସମର୍ଥକଙ୍କୁ ଭେଟିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହି ସମୟରେ ଆକ୍ରମଣକାରୀ ରବର୍ଟ ଫିକୋଙ୍କୁ ପାଞ୍ଚ ଥର ଗୁଳି ଚଳାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଧରିଥିଲେ । ଅଭିଯୁକ୍ତ ରବର୍ଟ ଫିକୋଙ୍କ ନୀତି ଉପରେ ରାଗିଥିଲେ ଏବଂ ଏହି କାରଣରୁ ସେ ଫିକୋ ଉପରେ ଆକ୍ରମଣ କରିଥିଲେ । ଜନପ୍ରିୟ ନେତାଙ୍କୁ ହତ୍ୟା କରିବାର ଏହି ପ୍ରୟାସ ଏହି ଛୋଟ ଦେଶକୁ ଥରାଇ ଦେଇଛି । 

ରୋବର୍ଟ ଫିକୋ ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ସ୍ଲୋଭାକିଆର ସ୍ବାଧୀନତା ପରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଭାବରେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ରୋବର୍ଟ ଫିକୋ ଏକ ଆଇନ ଡିଗ୍ରୀ ହାସଲ କରିଛନ୍ତି ଏବଂ ତାଙ୍କ ପାଖରେ ବହୁତ ଭଲ ଓକିଲାତି ଅଭିଜ୍ଞତା ଅଛି । ସ୍ଲୋଭାକିଆ ରାଜନୀତିରେ ରୋବର୍ଟ ଫିକୋ ଏକ ବଡ ନାମ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.