ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ସୋଆ କ୍ୱାଟଂମ୍‌ ଟେକ୍ନୋଲୋଜିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୨୯/୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଶୁକ୍ରବାର “କ୍ୱାଟଂମ୍‌ ସାଇନସ୍‌ ଫର୍‌ କ୍ୱାଟଂମ୍‌  ଟେକ୍ନନୋଲୋଜି” ସଂପର୍କିତ କର୍ମଶାଳାରେ ଦେଶ ତଥା ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଓ ସରକାରୀ ଅଧିକାରୀମାନେ ଯୋଗଦେଇଥିଲେ । ବିକାଶଶୀଳ ଓଡିଶାକୁ ଏକ କ୍ୱାଟଂମ୍‌ ହବ୍‌ ଭାବେ ଗଢିବା ଉପରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱାରୋପ କରିଥିବାବେଳେ ‘ଆତ୍ମନିର୍ଭର ଭାରତ’ ଓ ‘ବିକଶିତ ଭାରତ -୨୦୪୭’ଏହାର ଲକ୍ଷ୍ୟ ରହିଥିଲା । ଅଟଳ ଇନ୍‌କ୍ୟୁବେସନ୍‌ ସେଂଟର – ସୋଆ ଫାଉଣ୍ଡେସନ୍‌, ସୋଆ – ସିଆଇଆଇ ଓ ଟେଲିକମ୍‌ ବିଭାଗ ମିଳିିତ ଭାବେ ଏହି କର୍ମଶାଳା ଆୟୋଜିତ କରିଥିଲେ ।

କର୍ମଶାଳାରେ ଡିଆରଡିଓର ବୈଜ୍ଞାନିକ ଡକ୍ଟର ବାସୁଦେବ ମିଶ୍ର, ଟେଲିକମ୍ୟୁନିକେସନ୍‌ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ୍‌ ଶ୍ରୀ ସୁବ୍ରତ କୁମାର ପୃଷ୍ଟି, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର କ୍ୱାଟଂମ୍‌ ସାଇନସ୍‌ ଆଣ୍ଡ କ୍ୱାଟଂମ୍‌  ଟେକ୍ନନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ ପାଣିଗ୍ରାହୀ, ନାଇଜର ଭୁବନେଶ୍ୱର ର ଶ୍ରୀ ତପନ ମିଶ୍ର, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲସ୍‌ ଆଣ୍ଡ ମାଟେରିଆଲସ୍‌ ଟେକ୍‌ନୋଲୋଜି, ଭୁବନେଶ୍ୱରର ବିକାଶ ଜେନା ଓ ବ୍ରହ୍ମପୁର ସୁଶାନ୍ତ ତ୍ରିପାଠୀ ଏହି କର୍ମଶାଳାରେ ଭାଗ ନେଇଥିଲେ ।

ଏଆଇସି – ସୋଆ ଫାଉଣ୍ଡେସନ୍‌ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍‌ କର୍ମଶାଳାର ଉଦ୍‌ଘାଟନ କରିଥିବାବେଳେ ଆଡିସ୍‌ନାଲ ଡିନ୍‌, ଷ୍ଟୁଡେଂଟ ଆଫେୟାର୍ସ (ଆଇଟିଇଆର) ପ୍ରଫେସର ରେଣୁ ଶର୍ମା କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ତଥ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସୋଆର ଚିଫ୍‌ କୋର୍ଡିନେଟର୍‌ ଅଫ୍‌ ସାଇବର ସିକ୍ୟୁରିଟି ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ ନେଟୱାର୍କ କ୍ଷେତ୍ରରେ କ୍ୱାଟଂମ୍‌ କମ୍ୟୁନିକେସନ୍‌ ଗୁରୁତ୍ୱ ସଂପର୍କରେ ତଥ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆରେ କ୍ୱାଟଂମ୍‌କୁ ନେଇ ଗବେଷଣା କରୁଥିବା ଡକ୍ଟର ଶ୍ରେୟା ବାନାର୍ଜୀ ଓ ଡକ୍ଟର ରାଜୁଦ୍ଦିନ୍‌ ଶେଖ୍‌ ତଥ୍ୟ ରଖିଥିଲେ । ଆସୋସିଏଟ୍‌ ପ୍ରଫେସର ଡକ୍ଟର ସତୀଶ ସାମଲ ମଧ୍ୟ ବିଭିନ୍ନ ତଥ୍ୟ ରଖିଥିଲେ ।

ଏହି ଏକ ଦିବସୀୟ କର୍ମଶାଳାରେ କ୍ୱାଟଂମ୍‌ କମ୍ୟୁନିକେସନ୍‌, କ୍ୱାଟଂମ୍‌ ସେନ୍‌ସର୍‌ ଓ କ୍ୱାଟଂମ୍‌ ଆଲ୍‌ଗୋରିଦିମସ୍‌ ସଂପର୍କରେ ଆଲୋଚନା କରାଯାଇଥିଲା । ସୋଆ, ଆଇଆଇଟି ଭୁବନେଶ୍ୱର, ଆଇଆଇଟି ମାଡ୍ରାସ୍‌, ଆଇଆଇଏମ୍‌ଟି, ଭୁବନେଶ୍ୱର, ନାଇଜର, ଭୁବନେଶ୍ୱର, ଆଇଆଇଏସ୍‌ଇଆର,ପୁନେ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ, ଭୁବନେଶ୍ୱର, ସି.ଭି. ରମଣ ଗ୍ଳୋବାଲ ୟୁନିଭର୍ସିଟି, ଉକ୍ରଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ କିଟ୍‌ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.