ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ସୋନିଆ ଗାନ୍ଧୀ ଅସୁସ୍ଥ, ସାର୍‌ ଗଙ୍ଗାରାମ୍ ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ,୩।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଓ  ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଅସୁସ୍ଥ। ଶନିବାର ରାତିରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିଥିଲା। କଂଗ୍ରେସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଚିକିତ୍ସା ପାଇଁ  ଦିଲ୍ଲୀର ସାର ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁସାରେ, ହାଲକା ଜ୍ବରର ଲକ୍ଷଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବାର ଜଣାପଡିଛି। ପୁଅ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ହସ୍ପିଟାଲରେ ପହଞ୍ଚିଛନ୍ତି।

କରୋନା  ହେବା ପରଠାରୁ ସୋନିଆଙ୍କ ଦେହ ଲଗାତାର ଖରାପ ରହୁଛି। ଏହା ପୂର୍ବରୁ ମାର୍ଚ୍ଚରେ ସୋନିଆ ଗାନ୍ଧି ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦିନକ ପରେ ଜାରି ମେଡିକାଲ ବୁଲେଟିନ୍‌ରେ କୁହାଯାଇଥିଲା ସେ ସୁସ୍ଥ ଅଛନ୍ତି।

Copyright © 2022 - Summa Real Media Private Limited. All Rights Reserved.