ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଣାଶୁଣା ତାମିଲ୍ ଅଭିନେତା ତଥା ରାଜନେତା ଅରୁଲମଣିଙ୍କ ହୃଦଘାତରେ ପରଲୋକ...

ନୂଆଦିଲ୍ଲୀ: ଆଉ ନାହାନ୍ତି ଜଣାଶୁଣା ତାମିଲ ଅଭିନେତା ତଥା ରାଜନେତା ଅରୁଲମଣି ।  ୬୫ ବର୍ଷ ବୟସରେ ସେ ଦୁନିଆଁକୁ ବିଦାୟ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକ ମାନଙ୍କୁ ଏହା ଗଭୀର ଦୁଃଖ ଦେଇଛି । ଏଥି ସହ ସାଉଥ ଇଣ୍ଡଷ୍ଟ୍ରିର ସମସ୍ତ ସେଲିବ୍ରେଟି ଏବଂ ତାଙ୍କ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ସାଉଥ୍‌ ଇଣ୍ଡଷ୍ଟ୍ରୀର ଜଣାଶୁଣା ଫିଲ୍ମ ସିଙ୍ଘମ୍, ଲିଙ୍ଗା, ଅଜାଗୀ ଏବଂ ଥଣ୍ଡାବାକୋମ୍ ତାଙ୍କୁ ବେସ୍ ସଫଳତା ଦେଇଥିଲା । ହେଲେ ସେ ଗତ କିଛିଦିନ ହେବ ସିନେମା ଠାରୁ ଦୂରେଇ ରହୁଥିଲେ ଏବଂ ରାଜନୀତିରେ ସକ୍ରିୟ ଥିଲେ । 

ମିଳିଥିବା ସୂଚନା ଅନୁଯାୟୀ ହୃଦ୍‌ଘାତ ହେତୁ ଗୁରୁବାର (ଅପ୍ରେଲ ୧୧) ତାଙ୍କର ମୃତ୍ୟୁ ଘଟିଛି । ତାମିଲ ସିନେ ଇଣ୍ଡଷ୍ଟ୍ରି ଏବଂ ରାଜନୈତିକ ସର୍କଲ ତାଙ୍କର ଆକସ୍ମିକ ଦେହାନ୍ତ ଖବର ଶୁଣି ଚକିତ ହୋଇଯାଇଛନ୍ତି । କୁହାଯାଉଛି ଯେ ତାଙ୍କ ଦେହାନ୍ତର କିଛି ସମୟ ପୂର୍ବରୁ ଅଭିନେତା ତଥା ରାଜନେତା ଅରୁଲମଣି ଏକ ରାଜନୈତିକ ଅଭିଯାନରେ ସକ୍ରିୟ ଥିଲେ  ତାଙ୍କର ପ୍ରିୟ ଲୋକସଭା ପାର୍ଟି 'AIADMK' ପାଇଁ ପ୍ରଚାର କରିଥିଲେ । ତେବେ ଏହି ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା 

କୁହାଯାଉଛି ଯେ 'ସିଙ୍ଘମ୍' ଅଭିନେତା ଅରୁଲମଣି ବେସ୍ କିଛିଦିନ ହେବ ତାଙ୍କର ରାଜନୈତିକ ଅଭିଯାନରେ ଗଭୀର ଭାବେ ଜଡିତ ଥିବାରୁ ପ୍ରଚାର କରିବାରେ ବ୍ୟସ୍ତ ଥିଲେ। ଗୁରୁବାର ଦିନ ଘରକୁ ଫେରିବା ପରେ ସେ ହୃଦ୍‌ଘାତରେ ପୀଡିତ ହୋଇଥିଲେପରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲାସେଠାରେ ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ଚେଷ୍ଟା କରିବାରେ ବିଫଳ ହୋଇଥିଲେ । ଆଉ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନାଥାଉକି ଗତ ୧ ମାସ ଭିତରେ ୪ ଜଣ ତାମିଲା ତାରକାଙ୍କର ହୃଦଘାତରେ ମୃତ୍ୟୁ ଘଟିଲାଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.