ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଅଢ଼େଇ ବର୍ଷ ହେଲା କର୍ମଚାରୀଙ୍କ ପିଏଫ୍‌ ଭରିପାରୁନି ସ୍ପାଇସ୍‌ ଜେଟ୍‌

ନୂଆଦିଲ୍ଲୀ: ଭରତୀୟ ବିମାନ ସେବା କ୍ଷେତ୍ରରେ ସ୍ପାଇସ୍‌ ଜେଟ୍‌ ଏକ ଅଗ୍ରଣୀ କମ୍ପାନି  । କିନ୍ତୁ ଏହି କମ୍ପାନି ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । କମ୍ପାନି ନିଜର କର୍ମଚାରୀଙ୍କୁ ପିଏଫ (ପ୍ରୋଭିଡେଣ୍ଟ ଫଣ୍ଡ) ଦେଇପାରୁ ନାହିଁ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫଓ) ଅନୁସାରେ, ସ୍ପାଇସ୍‌ ଜେଟ୍‌ ଶେଷ ଥର ଲାଗି ଜାନୁଆରି ୨୦୨୨ରେ ନିଜର ୧୧,୫୮୧ କର୍ମଚାରୀଙ୍କ ପିଏଫ ଭରିଥିଲା । ଏହା ପରଠାରୁ ଲଗାତାର ଅଢ଼େଇ ବର୍ଷ ହେଲା ପିଏଫ ଭରିପାରୁନି ସ୍ପାଇସ୍‌ ଜେଟ୍‌ । 

ଏହାକୁ ନେଇ ଇପିଏଫଓ ପକ୍ଷରୁ ଏୟାର ଲାଇନ୍‌କୁ ନୋଟିସ୍‌ ମଧ୍ୟ ଦିଆଯାଇଛି । ହେଲେ ଏୟାର ଲାଇନ୍‌ ଏହି ନୋଟିସର ଜବାବ ଦେଇନାହିଁ । ସିଏନବିସି ଟିଭି ୧୮ ରିପୋର୍ଟ ଅନୁସାରେ, ସ୍ପାଇସ୍‌ ଜେଟ୍‌ ଏୟାର ଲାଇନ୍ ଆର୍ଥିକ ସଂକଟରେ ଫସିଛି । କର୍ମଚାରୀଙ୍କ ପିଏଫ ଜମା କରିବାରେ ମଧ୍ୟ କମ୍ପାନି ବାରମ୍ବାର ବିଫଳ ହେଉଛି । ଏହା ସହ ଆର୍ଥିକ ସଂକଟର ପ୍ରଭାବ କମ୍ପାନିର ଶେୟାର ଉପରେ ପଡ଼ିଛି ।

ସ୍ପାଇସ୍‌ ଜେଟ୍‌ର ଶେୟାର ୭.୬ ପ୍ରତିଶତ ଖସିଆସିଛି । କିନ୍ତୁ ଗତବର୍ଷ ତୁଳନାରେ ୨୦୨୪ରେ ଏହାର ଶେୟାରରେ ୮୬ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ସେପଟେ କମ୍ପାନି କେବଳ ଯେ କର୍ମଚାରୀଙ୍କ ପିଏଫ ଦେଇପାରୁନି ତା ନୁହେଁ ଦରମା ଦେବାରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳୁଛି । ଆର୍ଥିକ ସଂକଟରେ ଫସିଥିବା ସ୍ପାଇସ୍‌ ଜେଟ୍‌ର ସ୍ଥିତି ଆଗକୁ କଣ ହେବ ତା ଉପରେ ସମସ୍ତ ନଜର ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.