ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ: ବିଶ୍ରାମ ପାଇବେ ରୋହିତ, କୋହଲି, ବୁମରା, ଆସନ୍ତା ସପ୍ତାହରେ ଦଳ ଘୋଷଣା

ମୁମ୍ବାଇ,୦୯/୦୭: ଚଳିତ ମାସ ଅନ୍ତିମ ଭାଗରେ ଭାରତୀୟ କ୍ରିକେଟ୍‌ ଦଳର ଶ୍ରୀଲଙ୍କା ଗସ୍ତ  କାର୍ଯ୍ୟକ୍ରମ ରହିଛି । ନିକଟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଚାମ୍ପିଅନ ହୋଇଥିବା ଟିମ ଇଣ୍ଡିଆ ଶ୍ରୀଲଙ୍କାରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-ଟ୍ୱେଣ୍ଟି  ଖେଳିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରୁ ଉକ୍ତ  ସିରିଜ ଆରମ୍ଭ ହୋଇ ଅଗଷ୍ଟ ୭ ତାରିଖରେ ଶେଷ  ହେବ । ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ଗସ୍ତ ପାଇଁ  ଦଳ ଘୋଷଣା କରାଯିବ । ଏହି ସିରିଜ ଜରିଆରେ ନୂଆ କୋଚ୍‌ ଦାୟିତ୍ୱ ଆରମ୍ଭ କରିବେ । ଦଳର  ତିନି ମହାରଥି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଉକ୍ତ ସିରିଜରୁ  ବିଶ୍ରାମ ମିଳିବ ।


ସେପ୍ଟେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଥିବାରୁ ଏହା ପୂର୍ବରୁ ସିନିୟର ଖେଳାଳିମାନଙ୍କୁ ଉପଯୁକ୍ତ ବିଶ୍ରାମ ଦେବାକୁ ଚୟନ କମିଟି ଚିନ୍ତା  କରୁଛି । ସେପ୍ଟେମ୍ବରରେ ବାଂଲାଦେଶ କ୍ରିକେଟ୍‌  ଦଳ ଭାରତ ଗସ୍ତରେ ଆସି ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ  ସିରିଜ ଖେଳିବ । ଏହାପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଏକ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା  ପାଇଁ ଭାରତ ଗସ୍ତରେ ଆସିବ । ଅକ୍ଟୋବର ୧୬ରୁ  ନଭେମ୍ବର ୫ ତାରିଖ ମଧ୍ୟରେ ଏହି ଟେଷ୍ଟ ସିରିଜ  ଖେଳାଯିବ । ଏହାପରେ ଦଳ ୪ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରିବ । ନଭେମ୍ବର ୮ରୁ ୧୫ ତାରିଖ ମଧ୍ୟରେ ଏହି  ସିରିଜ ଖେଳାଯବି । ସେଠାରୁ ଫେରିବା ପରେ ଦଳ  ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳିବା ପାଇଁ  ଅଷ୍ଟ୍ରେଲିଆ ଗସ୍ତ କରିବ । ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ  ଗୁଡ଼ିକୁ ନଜରରେ ରଖି ସିନିୟର ଖେଳାଳିଙ୍କୁ ବିଶ୍ରାମ  ଦେବାକୁ ପ୍ରସ୍ତାବ ରହିଛି । ରୋହିତ ଓ କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ମାତ୍ର ବୁମରା ସବୁ ଫର୍ମାଟ୍‌ ଖେଳୁଛନ୍ତି ।  

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ଶ୍ରୀଲଙ୍କା ଗସ୍ତରୁ ନୂଆ କୋଚ୍‌ଙ୍କ କାର୍ଯ୍ୟ ଆରମ୍ଭ ହେବ । ବିସିସିଆଇ  ପରାମର୍ଶଦାତା କମିଟି ଇତି ମଧ୍ୟରେ ମୁଖ୍ୟ କୋଚ୍‌ ପାଇଁ ଗୌତମ ଗମ୍ଭୀର ଓ ଡବ୍ଲ୍ୟୁ ରମଣଙ୍କ ସାକ୍ଷାତକାର ନେଇ ସାରିଛି । 

ସହକାରୀ କୋଚ୍‌ ପାଇଁ ଆବେଦନ 

ଆହ୍ୱାନ ବିସିସିଆ ପକ୍ଷରୁ ଟିମ ଇଣ୍ଡିଆର ସହକାରୀ କୋଚ୍‌  ପଦବୀ ପାଇଁ ଆବେଦନ ପତ୍ରର ଆହ୍ୱାନ କରାଯାଇଛି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସହ ବ୍ୟାଟିଂ କୋଚ୍‌ ବିକ୍ରମ  ରାଠୋର, ବୋଲିଂ କୋଚ ପାରସ ମାହାମ୍ବ୍ରେ ଓ ଫିଲ୍ଡିଂ  କୋଚ ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଛି।

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.