ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜାରେ ଶରଣାର୍ଥୀ ଶିବିରରେ ଆକ୍ରମଣ, ୧୩ ମୃତ, ୨୫ରୁ ଅଧିକ ଆହତ...

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଗାଜା ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଯେଉଁଆଡେ ଦେଖିବ କେବଳ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି  ବିସ୍ଫୋରଣର ପ୍ରଚଣ୍ଡ ଶଦ୍ଧ ତ କେଉଁଠି ଲୋକଙ୍କ ଚିତ୍କାର ଶୁଣିବାକୁ ମିଳୁଛି । ଏବେ ମଧ୍ୟ ଗାଜାରୁ ଏକ ତାଜା ମାମଲା ସାମ୍ନାକୁ ଆସିଛି, ଯେଉଁଠି ମଙ୍ଗଳବାର ଦିନ ଅଲ-ମଗାଜୀ ଶରଣାର୍ଥୀ ଶିବିରକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ସିଏନ୍ଏନ୍ ରିପୋର୍ଟ ମୁତାବକ, ଏଥିରେ ସାତ ଶିଶୁଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀ ନିହାଦ ଔଦେତଲାହଙ୍କ ଏକ ଗ୍ରାଫିକ୍ ଭିଡିଓରେ ଚଟାଣରେ ଅନେକ ଆହତ ହୋଇ ପଡିଥିବା ଦେଖାଯାଇଛି । 

ଏହି ଶିବିରରେ ରହୁଥିବା ବଡେଟାଲା ସିଏନଏନକୁ କହିଛନ୍ତି ଯେ, ମଙ୍ଗଳବାର ଦିନ ଅପରାହ୍ନ  ଟା ସମୟରେ (ସ୍ଥାନୀୟ ସମୟ ଅନୁସାରେ) ତାଙ୍କଠାରୁ ପ୍ରାୟ ୩୦ ରୁ ୪୦ ମିଟର ଦୂରରେ ଏକ ବିସ୍ଫୋରଣ ହୋଇଥିବା ସେ ଶୁଣିଛନ୍ତି । ସେ କହିଛନ୍ତି ଯେ, 'ମୁଁ କଣ ଘଟିଲା ଦେଖିବା ପାଇଁ ସଙ୍ଗେ ସଙ୍ଗେ ବାହାରକୁ ଯାଇଥିଲିକିନ୍ତୁ ପହଞ୍ଚିବା ପରେ ଦେଖିଲି ଚଟାଣରେ ମୃତଦେହ ଗଦା ହୋଇ ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମୟରେ ଲୋକମାନେ ଚିତ୍କାର କରୁଛନ୍ତି ଏବଂ ପିଲା ମାନଙ୍କ ମୃତଦେହ ତଳେ ପଡ଼ିଛି ।

ଅଲ-ଆକସା ଶହୀଦ ଡାକ୍ତରଖାନାରୁ ନିଆଯାଇଥିବା ଫୁଟେଜରେ ଜରୁରୀକାଳୀନ କୋଠରୀରେ ବହୁ ସଂଖ୍ୟକ ରୋଗୀ ଚିକିତ୍ସାଧିନ ରହିଥିବା ଦେଖିବାକୁ ମିଳିଛି । ପରିବାର ସଦସ୍ୟ ସେମାନଙ୍କ ପ୍ରିୟଜନଙ୍କ ଶବ ନିକଟରେ ଏକତ୍ରିତ ହୋଇ ସେମାନଙ୍କୁ ଧରି କାନ୍ଦୁଛନ୍ତି । ଏହା ବ୍ୟତୀତ ପରିବାର ମାନେ ନିଜ ପ୍ରିୟ ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.