ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେକ୍ସିକୋରେ ପ୍ରବଳ ଝଡତୋଫାନ ପାଇଁ ଭୁଶୁଡିଲା ନିର୍ବାଚନୀ ସଭା, ୯ ମୃତ, ୬୩ ଆହତ…

ନୂଆଦିଲ୍ଲୀ: ମେକ୍ସିକୋରେ ପ୍ରବଳ ଝଡ ପବନ ପାଇଁ ଏକ ନିର୍ବାଚନୀ ସଭା ଭୁଶୁଡ଼ିବା କାରଣରୁ ନଅ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୬୩ ଜଣ ମଧ୍ୟ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ଏକ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଘଟଣା ମେକ୍ସିକୋର ନୁଏଭୋ ଲିଓନ୍ ରାଜ୍ୟରେ ଘଟିଛି । ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗୀ ଜର୍ଜ ଅଲଭାରେଜ ମେନେଜ ଏହି ମଞ୍ଚରୁ ଲୋକଙ୍କୁ ସମ୍ବୋଧିତ କରୁଥିଲେ । 

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ମେନେଜ ମଞ୍ଚରେ ପହଞ୍ଚି ସେଠାରେ ଉପସ୍ଥିତ ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ କରୁଥିବା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ପ୍ରବଳ ପବନ ହୋଇଥିଲା। ଯେଉଁଥି ପାଇଁ ସଭା ମଞ୍ଚ ଭୁଶୁଡି ପଡିଥିଲା । ହେଲେ କୌଣସି ପ୍ରକାରେ ମେନେଜ୍ ସେଠାରୁ ପଳାଇ ନିଜ ଜୀବନ ରକ୍ଷା କରି ପାରିଛନ୍ତି । ଭାଇରାଲ୍ ଭିଡିଓରେ, ମଞ୍ଚ ଭୁଶୁଡ଼ିବା ପରେ ଲୋକମାନେ ଦୌଡ଼ିବା ଏବଂ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି ।  

ଏହି ଘଟଣାରେ ଜର୍ଜ ଆଲଭରେଜ ମେନେଜ ଦୁଖ ପ୍ରକାଶ କରିଛନ୍ତି ଏବଂ ମୃତ ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ନିର୍ବାଚନ ପ୍ରଚାର ବନ୍ଦ କରି ଦେଇଛନ୍ତି। ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ଲୋପେଜ୍ ଓବ୍ରାଡୋର ମଧ୍ୟ ଏହି ଘଟଣାରେ ଦୁଖ ପ୍ରକାଶ କରି ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.