ସୋର,୧୧/୧୧(ସ୍ୱପ୍ର): ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ର ଅନଲାଇନ ଗେମ ଖେଳି ଜୀବନ ହାରିଥିବା ଜଣାପଡିଛି। ଛାତ୍ର ଜଣଙ୍କ ହେଲେ ଗ୍ରାମର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ କୁମାର ମଳିକ(୧୭)। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ।
ଆଶିଷ ଶୁକ୍ରବାର କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ। ତାଙ୍କ ମା’ ଖାଇବା ପାଇଁ ଡାକିବାରୁ ସେ କବାଟ ଖୋଲିନଥିଲେ। ପରିବାର ଲୋକେ ଓ ଗ୍ରାମବାସୀ କବାଟ ଭାଙ୍ଗି ଆଶିଷକୁ ଫ୍ୟାନ ଯୋଗେ ବେକରେ ରଶୀ ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଆଶିଷ କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଂଚି ଶବ ଜବତ କରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ଆହୁରି ପଢନ୍ତୁ : ଚକ୍ ଓ କାଠରେ ସୂକ୍ଷ୍ମ ଅଷ୍ଟ କାଳୀ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା